Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଅନ୍ୟ ସଂପ୍ରଦାୟର ଝିଅକୁ ପ୍ରେମ କରୁଥିଲେ, ଯୁବକଙ୍କୁ ପିଟି ପିଟି ମାରି ଦେଲେ ପରିବାର ଲୋକ

10/10/2020 at 4:25 PM

ନୂଆଦିଲ୍ଲୀ ୧୦।୧୦: ଅନ୍ୟ ଜାତିର ଝିଅକୁ ଭଲ ପାଉଥିବା କାରଣରୁ ଜଣେ ୧୮ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ଘଟଣା ରାଜଧାନୀ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୋଲିସ ଝିଅର ଭାଇ ଓ ଜଣେ ସଂପର୍କୀୟ ସହିତ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତିନି କିଶୋରଙ୍କୁ ଅଟକ ରଖିଛି। ଏହି ଘଟଣା ବୁଧବାର ସନ୍ଧ୍ୟାରେ ଘଟିଛି।

ପୋଲିସ ଅନୁଯାୟୀ, ମୃତକ ଯୁବକଙ୍କ ନାମ ରାହୁଲ ରାଜପୁତ। ସେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର ସ୍କୁଲ ଅଫ ଓପନ ଲର୍ଣ୍ଣିଂରେ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ। ଏହା ସହିତ ସେ ସ୍କୁଲ ପିଲାଙ୍କୁ ଟ୍ୟୁସନ ପଢାଉଥିଲେ। ରାହୁଲ ରହୁଥିବା ଅଞ୍ଚଳରେ ଜଣେ ଅଲଗା ସଂପ୍ରଦାୟର ଝିଅକୁ ଭଲ ପାଉଥିଲେ। ଝିଅର ପରିବାର ଲୋକ ଏହାକୁ ବିରୋଧ କରୁଥିଲେ।

ପୋଲିସ ଅଧିକାରୀଙ୍କ ଅନୁଯାୟୀ  ବୁଧବାର ସନ୍ଧ୍ୟାରେ ଅଭିଯୁକ୍ତମାନେ ରାହୁଲଙ୍କୁ କୌଣସି ବାହାନାରେ ନନ୍ଦା ରୋଡ୍‌କୁ ଡକାଇଥିଲେ। ସେଠାରେ ପହଞ୍ଚିବା ପରେ ଚାରି-ପାଞ୍ଚ ଜଣ ରାହୁଲଙ୍କୁ ନିର୍ମମ ମାଡ ମାରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ରାହୁଲଙ୍କୁ ଅଚେତ ଏବଂ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାବୁ ଜଗଜୀବନ ରାମ ମେମୋରିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ମୃତକ କକାଙ୍କ ବୟାନ ଆଧାରରେ ପୋଲିସ ହତ୍ୟା ଓ ସମ୍ବନ୍ଧିତ ଧାରାରେ ଏଫଆଇଆର ରୁଜୁ କରି ୩ କିଶୋର ସହିତ ୫ ଜଣଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଛି। ଡିସିପି ବିଜୟନ୍ତା ଆର୍ଯ୍ୟ କହିଛନ୍ତି ମୃତକଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ଦେଖିବାକୁ ମିଳିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ସ୍ପଲିନ ଭାଙ୍ଗିବାରୁ ଯୁବକଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ କକା କହିଛନ୍ତି ତାଙ୍କ ପୁତୁରା ଓ ଯୁବତୀ ପରସ୍ପରକୁ ପ୍ରାୟ ଦୁଇ ବର୍ଷରୁ ଜାଣିଥିଲେ। ଉଭୟ ଗୋଟିଏ ଅଞ୍ଚଳରେ ରହୁଥିଲେ। କିନ୍ତୁ ଯୁବତୀଙ୍କ ବାପା-ମା, ବିଶେଷକରି ତାଙ୍କ ଭାଇ ଦୁହିଁଙ୍କ ଭଲ ପାଇବାକୁ ବିରୋଧ କରୁଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ମୋ ପାଖକୁ ମୋର ଜଣେ ସାଙ୍ଗ ସନ୍ଧ୍ୟା ୭ଟାରେ ଫୋନ କରି କହିଲେ ଯେ ତୁମ ପୁତୁରାଙ୍କୁ ଯୁବତୀଙ୍କ ଘରର ୪-୫ ଜଣ ମାଡ ମାରୁଛନ୍ତି। ମୁଁ ଘଟଣାସ୍ଥଳକୁ ଯାଇ ଦେଖିଲି ପୁତୁରାଙ୍କୁ ଝିଅ ଘରର ଲୋକ ନିର୍ମମ ଭାବେ ମାଡ ମାରୁଛନ୍ତି। ଏହା ପୂର୍ବରୁ ରାହୁଲଙ୍କ ଝିଅ ଘରର ଲୋକ ଧମକ ଦେଇଥିବା ସେ କହିଛନ୍ତି।

   Related Posts