ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ....ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ ୧୪/୫: ସେ କହୁଥିଲେ ମୁଁ ବଞ୍ଚିବି । ମୁଁ ବି କରୋନା ସହ ଜୀବନ ଯୁଦ୍ଧରେ ଜିତିପାରିବି । ମୋତେ ମୋ ଜୀବନ ବହୁତ ଭଲ ଲାଗେ । ସେଥିପାଇଁ ହସ୍ପିଟାଲ ବେଡରେ NIV (Non Invasive Ventilation) ସପୋର୍ଟରେ ଥିଲେ । ଆଉ ମରିବାର ସେଷ ମୂହୂର୍ତ୍ତ ଯାଏଁ ଶୁଣୁଥିଲେ ଲଭ ୟୁ ଜିନ୍ଦେଗୀ । ହେଲେ ଲଭ ୟୁ ଜିନ୍ଦେଗୀ ଜିନ୍ଦେଗୀ ଶୁଣୁ ଶୁଣୁ ଦୁନିଆ ଛାଡି ଚାଲିଯାଇଛନ୍ତି ଜଣେ ୩୦ ବର୍ଷୀୟ ମହିଳା ।

ସୂଚନା ଥାଉକି, କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଗୋଟିଏ ଭିଡିଓ । ଆଉ ଏହାକୁ ସେୟାର କରିଥିଲେ ଖୋଦ୍ ମହିଳାଙ୍କୁ ଚିକିତ୍ସା କରୁଥିବା ଡଣେ ଡାକ୍ତର ଡାକ୍ତର ମୋନିକା । ଭିଡିଓରେ ଦେଖିବାକୁ ମିଳିଥିଲା ଜଣେ ମହିଳା ବେଡରେ ବସି ଗୀତ ଶୁଣୁଛନ୍ତି । ତାଙ୍କ କଣ୍ଡିସନ ବହୁତ ଖରାପ ଥିଲା । ଏପରିକି ତାଙ୍କୁ ରେମଡିସିଭିର ଓ ପ୍ଲାଜମା ଥେରାପି ମଧ୍ୟ ଦିଆଯାଇଥିଲା । ତଥାପି ସେ ହାର ନମାନି ଲଭ ୟୁ ଜିନ୍ଦେଗୀ ଗୀତ ଶୁଣୁଥିଲେ ।

wp:html /wp:html

ଡାକ୍ତର ମୋନିକା କୁହନ୍ତି ମହିଳାଙ୍କ ମନୋବଳ ଦୃଢ ଥିଲା । ସେ ଆଇସିୟୁରେ ଭର୍ତ୍ତି ହେବା ପରେ ଡାକ୍ତରଙ୍କୁ ପଚାରିଥିଲେ କି ମୁଁ ଗୀତ ଶୁଣିପାରିବି । ଆଉ ତାଙ୍କର ଏହି ଆତ୍ମବିଶ୍ୱାସ ଦେଖିବା ପରେ ଡାକ୍ତର ବି ରାଜି ହୋଇଥିଲେ । ଶେଷରେ ସେୟା ହୋଇଥିଲା ମହିଳା ରୋଗୀ ଜଣଙ୍କ ଗୀତ ଶୁଣି ଶୁଣି ରୋଗ ସହ ଫାଇଟ କରୁଥିଲେ । ହେଲେ ବିଧିର ବିଧାନ ଥିଲା ଅଲଗା, ହାର ମାନିଯାଇଥିଲା ତାଙ୍କ ମନୋବଳ , ଡାକ୍ତରଙ୍କ ସତ ଚେଷ୍ଟା । ସବୁଦିନ ପାଇଁ ଜିନ୍ଦେଗୀକୁ ବାୟ ବାୟ କହିଥିଲେ ମହିଳା ଜଣଙ୍କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.