ଘରୁ ରାଗି ପଳାଇ ଆସିଲେ ଯୁବତୀ, ବସଷ୍ଟାଣ୍ଡରେ ବିବାହିତ ଅଟୋ ଡ୍ରାଇଭର ସହ ହେଲା ପ୍ରେମ, କିନ୍ତୁ…
3/01/2021 at 1:18 PM

ପୁରୀ,୦୩/୦୧: ଅସହାୟ ଯୁବତୀଙ୍କ ଦୁର୍ବଳତାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ । ସାହାଯ୍ୟ କରିବା ପରେ ସଇତାନ ସାଜିଲା ଘର ମାଲିକ । ଏପରି ଏକ ଘଟଣା ପୁରୀ ସହରରେ ଆଲୋଚନ ସୃଷ୍ଟି କରିଛି ।
ସୂଚନାନୁସାରେ, ଘରୁ ରୁଷିକରି ଚାଲି ଆସି ଅସହାୟ ଅବସ୍ଥାରେ ପୁରୀ ବସ୍ଷ୍ଟାଣ୍ଡ୍ରେ ଜଣେ ଯୁବତୀ ବୁଲୁଥିଲେ। ଏହି ସମୟରେ ସାହାଯ୍ୟର ହାତ ବଢାଇଲା ଜଣେ ଅଟୋ ଚାଳକ । ସାଙ୍ଗରେ ନେଇ ହୋଟେଲ୍ରେ ରଖିଲା । ପରେ ଭଡ଼ାଘରେ ଆଶ୍ରୟ ଦେଲା। ଭଡ଼ାଘରେ ଘର ମାଲିକ ସାଜିଲା ଯୌନ ପିପାସୁ । ତେବେ ଯୁବତୀ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିବା ବେଳେ ଉଦ୍ଧାର କରିଛି ଅଟୋ ଚାଳକର ଭଉଣୀ । କାରଣ ଅଟୋ ଚାଳକ ଥିଲା ବିବାହିତ। ସମ୍ପୃକ୍ତ ଯୁବତୀଙ୍କ ସହ ଭାଇ ପରିବାରର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଅଟୋ ଚାଳକର ଭଉଣୀ। ଅଟୋ ଚାଳକର ଭଉଣୀ ସମ୍ପୃକ୍ତ ଯୁବତୀଙ୍କୁ ସମୁଦ୍ରକୂଳ ଥାନା ପୁଲିସ ଜିମା ଦେଇଛନ୍ତି। ଶେଷରେ ପୁଲିସ ହୋଟେଲ୍ ମ୍ୟାନେଜର୍, ଭଡ଼ାଘର ମାଲିକ ଓ ଅଟୋ ଚାଳକର ପରିବାରକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।
କଣାସ ଅଞ୍ଚଳର ଏହି ଯୁବତୀ। ୩ଦିନ ତଳେ କୌଣସି କାରଣରୁ ପରିବାରରେ ଝଗଡ଼ା କରି ଘର ଛାଡ଼ି ଚାଲି ଆସିଥିଲେ। ପୁରୀ ବସ୍ଷ୍ଟାଣ୍ଡ୍ରେ ବୁଲୁଥିବାବେଳେ କିଛି ଯୁବକ କମେଣ୍ଟ୍ ମାରିଥିଲେ। ଅସୁରକ୍ଷିତ ଅବସ୍ଥାରେ ଥିବା ଯୁବତୀଙ୍କୁ ସାହାଯ୍ୟର ହାତ ବଢାଇଥିଲା ଜଣେ ଅଟୋ ଚାଳକ। ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଲା । ଅଟୋରେ ବସାଇ ଯୁବତୀଙ୍କ ସମସ୍ୟା ବୁଝିବା ପରେ ତାଙ୍କୁ ପ୍ରେମ ନିବେଦନ କଲା। ଅଟୋ ଚାଳକର ପ୍ରେମ ନିବେଦନକୁ ସ୍ୱୀକାର କଲେ ଯୁବତୀ। ଯୁବତୀଙ୍କ ବାପାଙ୍କୁ ଫୋନ୍ କଲ୍ କରି ତାଙ୍କ ଝିଅକୁ ବିବାହ କରିଥିବା କହିଥିଲା ଅଟୋ ଚାଳକ । ତାଙ୍କୁ ପେଣ୍ଠକଟା ସ୍ଥିତ ଏକ ହୋଟେଲ୍ରେ ନେଇ ରଖିଥିଲା ଅଟୋ ଚାଳକ । ରାତିରେ ଯୁବତୀଙ୍କ ପାଖରେ ରହିବାକୁ ବ୍ୟବସ୍ଥା କରିଥିଲା । ପରଦିନ ସକାଳେ ଆସି ହୋଟେଲ୍ ରୁମ୍ରୁ ନେଇ ଭଡା ଘରେ ରଖିଥିଲା । ଭଡ଼ା ଘରେ ଏକାକୀ ରହିଥିଲେ ଯୁବତୀ । ଏକୁଟିଆର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା ଭଡ଼ାଘର ମାଲିକ। ଯୁବତୀ ଏହାକୁ ପ୍ରତିବାଦ କରିବାରୁ ତାଙ୍କ ଶରୀରରେ ଏକାଧିକ କ୍ଷତ ସୃଷ୍ଟି କରିବା ସହ ଘର ମାଲିକ ନିସ୍ତୁକ ମାଡ଼ ମାରିଥିଲେ ।
ଘଟଣା ଜାଣିବା ପରେ ଘର ମାଲିକକୁ ନିସ୍ତୁକ ପିଟିଥିଲା ଅଟୋ ଚାଳକ । ଫଳରେ ଘଟଣା ପଦାକୁ ଆସିଥିଲା । ଖବରପାଇ ଅଟୋ ଚାଳକର ଭଉଣୀ ଯୁବତୀଙ୍କ ପାଖରେ ପହଞ୍ଚିଥିଲା। ଅଟୋ ଚାଳକ ବିବାହିତ ବୋଲି କହିବା ସହ ତାଙ୍କର ପରିବାର ଥିବା ମଧ୍ୟ ଯୁବତୀଙ୍କୁ ସେ ବୁଝାଇଥିଲେ । ହେଲେ ଯୁବତୀଙ୍କ ବାପା ତାଙ୍କୁ ଆଉ ଘରକୁ ନେବା ପାଇଁ ସିଧାସଳଖ ମନା କରିଦେଇଥିଲେ । ତେଣୁ ଅଟୋ ଚାଳକ ସେହି ଯୁବତୀଙ୍କୁ ବିବାହ ପାଇଁ ଜିଦ୍ ଧରିବାବେଳେ ତା’ ପତ୍ନୀ କିନ୍ତୁ ଏହାକୁ ବିରୋଧ କରିଥିଲେ । ଖବର ପେଣ୍ଠକଟା ପୋଲିସ ପାଖରେ ପହଁଚିବା ପରେ ପୋଲିସ ସେହି ଯୁବତୀଙ୍କ ଚିକିତ୍ସା କରାଇବା ସହ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ତେବେ ଅଟୋ ଚାଳକ ଫେରାର୍ ହୋଇ ଯାଇଛି । ତେଣୁ ତା’ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରୁଛି ।
ଆହୁରି ମଧ୍ୟ ବିନା କାଗଜପତ୍ରରେ ହୋଟେଲ୍ ମ୍ୟାନେଜର୍ ଆଶ୍ରୟ ଦେଇଥିବା ଓ ଭଡ଼ାଘରେ ମାଲିକ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଉଭୟଙ୍କୁ ଜେରା କରାଯାଉଛି ।