ଦୁଇ ବନ୍ଧୁଙ୍କ ଗୋଟିଏ ପ୍ରେମିକା: ତ୍ରିକୋଣୀୟ ପ୍ରେମ କାହାଣୀର ଦୁଃଖଦ ଅନ୍ତ, ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କଲା ଅନ୍ୟ ଜଣେ

Published By : Prameya-News7 Bureau | January 30, 2021 IST

ସୁରଟ ୩୦/୦୧: ତ୍ରିକୋଣୀୟ ପ୍ରେମ କାହାଣୀର କରୁଣ ପରିଣତି। ଜଣେ ପ୍ରମିକା କିନ୍ତୁ ପ୍ରେମିକ ଦୁଇ ଜଣ। ପ୍ରେମିକାଙ୍କୁ ହାସଲ କରିବ କିଏ ? ଶେଷରେ ପ୍ରେମ କାହାଣୀ ହତ୍ୟାକାଣ୍ଡର ରୂପ ନେଲା। ଜାନୁଆରୀ ୨୬ ସକାଳ ୮ରେ ସୁରଟର ରେଲଓ୍ବେ ୟାର୍ଡ ପାଖରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା। ମୃତକଙ୍କ ନାଁ ସିରାଜ ହୋଇଥିବା ବେଳେ ସେ ସୁରଟରେ ରହୁଥିଲେ ଏବଂ ତାଙ୍କ ବୟସ ୨୨ ବର୍ଷ । ଛାନଭନ୍‌ କରିବା ପରେ ରେଲ୍‌ଓ୍ବେ ପୋଲିସକୁ ଘଟଣା ସମ୍ପର୍କରେ ଜଣାପଡ଼ିଛି। ଅଭିଯୁକ୍ତକୁ ଉତ୍ତରପ୍ରଦେଶର ହମିରପୁରରୁ ଗିରଫ କରିଛି ପୋଲିସ।

ସୁରଟ ରେଲଓ୍ବେ ପୋଲିସର ପଚରା ଉଚରା ପରେ ଅଭିଯୁକ୍ତ ସତ ଓଗାଳିଛି। ଅଭିଯୁକ୍ତ କିଷନର କହିବା ଅନୁଯାୟୀ, ସେ ଆଉ ସିରାଜ ଗୋଟିଏ ଝିଅକୁ ଭଲ ପାଉଥିଲେ। ଯାହାକୁ ନେଇ ବହୁ ବାର ସେମାନଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା। ଏହାକୁ କେନ୍ଦ୍ର କରି ସେ, ସୁରଟର ରେଲଓ୍ବେ ୟାର୍ଡ ପାଖରେ ଥିବା ବୁଦା ମୂଳରେ ସିରାଜକୁ ପଥରରେ ଛେଚି ହତ୍ୟା କରିଥିଲା ବୋଲି ମାନିଛି। ପରେ ମୃତହେହକୁ ସେଠାରେ ଫୋପାଡ଼ି ଦେଇ ନିଜ ଘର ହମିରପୁରକୁ ଚାଲିଯାଇଥିଲା ଅଭିଯୁକ୍ତ।

୨୬ ଜାନୁଆରୀ ସକାଳ ୮ ସମୟରେ ଆରପିଏଫ୍‌ ପାଟ୍ରୋଲିଂ କରୁଥିବା ବେଳେ ୟାର୍ଡ ନିକଟରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ପାଖକୁ ଯାଇ ଦେଖିବା ପରେ ମୃତକଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିଥିଲା । ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ସିରାଜଙ୍କ ଜଣେ ବନ୍ଧୁ ମଧ୍ୟ ନିଖୋଜ ଅଛି। ପରେ ଜଣାପଡ଼ିଲା କିଷନ ହମୀରପୁର ପହଞ୍ଚିସାରିଛି । ତାକୁ ଗିରଫ କରି ସୁରଟ ଆଣିବା ପରେ ସମସ୍ତ ମାମଲା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.