Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ବଲିଉଡର ଏହି ଷ୍ଟାର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ,ହେଲେ ଅଧା ରହିଗଲା ପ୍ରେମ କାହାଣୀ

20/09/2019 at 4:18 PM

ମୁମ୍ବାଇ୨୦|୯: ବଲିଉଡର ଏମିତି ଅନେକ କଳାକାର ଅଛନ୍ତି ଯିଏ ରିଲେସନଶିପରେ ଥିଲେ ହେଲେ ବିବାହ କରିନଥିଲେ। ସେମାନଙ୍କ ପ୍ରେମ କାହାଣୀ ପୂରା ହୋଇନଥିଲା। ପ୍ରେମ ଏକ ଏମିତି ସ୍ମୃତି ଯାହା ଭୁଲିବା କଷ୍ଟକର ହୋଇଥାଏ ହେଲେ ଆଜିକାଲି ପ୍ରେମ ପ୍ରତାରଣା ଏକ ସାଧାରଣ ବିଷୟ ହୋଇଯାଇଛି। ଏମିତି ଅନେକ ଅମର ପ୍ରେମ କାହାଣୀ ରହିଛି ଯାହା ଲୋକେ ଆଜି ମଧ୍ୟ ମନେ ରଖିଛନ୍ତି। ରମିଓ ଜୁଲିଏଟ୍‌ ଭଳି କିଛି ପ୍ରେମ କାହାଣୀ ଆଜି ମଧ୍ୟ ଲୋକଙ୍କ ପାଇଁ ଏକ ବଡ ଉଦ୍‌ହାରଣ।

ଇତିହାସରେ କିଛି ପ୍ରେମ କାହାଣୀ ସବୁଦିନ ପାଇଁ ରହିଯାଇଛି। କିଏ ପ୍ରେମ ପାଇଁ ଜୀବନ ଦିଅନ୍ତି ତ କିଏ ପ୍ରେମ ପାଇଁ ସବୁକିଛି ଛାଡିଦିଅନ୍ତି। ତେବେ ବଲିଉଡର ଏମିତି କିଛି ପ୍ରେମ କାହାଣୀ ଅଛି ଯାହା ଅଧା ହୋଇ ରହିଯାଇଛି।  ନଜର ପକାନ୍ତୁ ଏହି ପ୍ରେମ କାହାଣୀ ଉପରେ।

ଅମିତାଭ ବଚ୍ଚନ- ରେଖା

ଉଭୟ ପରସ୍ପରଙ୍କ ପ୍ରେମରେ ପାଗଳ ଥିଲେ। ରେଖା ଅମିତାଭଙ୍କୁ ବହୁତ ପସନ୍ଦ କରୁଥିଲେ। ଉଭୟଙ୍କ ଯୋଡି ବେଶ ଚର୍ଚ୍ଚାରେ ରହୁଥିଲା। କିନ୍ତୁ ଅମିତାଭ ପ୍ରଥମରୁ ବିବାହିତ ଥିବାରୁ ସେମାନଙ୍କ ବିବାହ ହୋଇନଥିଲା।

ଶ୍ରୀଦେବୀ- ମିଥୁନ ଚକ୍ରବର୍ତ୍ତୀ

ସୁପରହିଟ୍‌ ଅଭିନେତା ମିଥୁନ ଓ ଅଭିନେତ୍ରୀ ଶ୍ରୀଦେବୀ ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ। ଏମାନଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଲୋକେ ଜାଣିନଥିଲେ।  ହେଲେ କିଛି କାରଣ ଯୋଗୁଁ ଦୁହେଁଙ୍କ ବିବାହ ହୋଇପାରିନଥିଲା।

ଗୋବିନ୍ଦା-ନିଲମ୍‌

୯୦ ଦଶକର ସୁପରହିଟ୍ ଅଭିନେତା ଗୋବିନ୍ଦାଙ୍କ ଆଫେୟର ନିଲମ୍‌ଙ୍କ ସହ ଜୋରସୋରରେ ଚାଲିଥିଲା। କିଛି ଦିନ ଏକା ସହ ରହିବା ପରେ କୌଣସି କାରଣ ଯୋଗୁଁ ଦୁହେଁ ଅଲଗା ହୋଇଥିଲେ।

ସଲମାନ ଖାନ-ଐଶ୍ବର୍ଯ୍ୟା

ସଲମାନ ଓ ଐଶ୍ବର୍ଯ୍ୟାଙ୍କ ପ୍ରେମ କାହାଣୀ ବିଷୟରେ ସମସ୍ତେ ଜାଣିଥିଲେ। ଉଭୟଙ୍କ ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ଥିଲା। ହେଲେ ଉଭୟଙ୍କର କିଛି କାରଣ ଯୋଗୁଁ ଝଗଡା ହୋଇଥିଲା ଓ ସମ୍ପର୍କ ଭାଙ୍ଗିଥିଲା।

ରାଜ କପୁର-ନରଗିସ୍‌

ରାଜ କପୁର ଓ ନରଗିସ ମଧ୍ୟ ପରସ୍ପରଙ୍କ ପ୍ରେମରେ ପାଗଳ ଥିଲେ। ହେଲେ ରାଜ କପୁର ପ୍ରଥମରୁ ବିବାହିତ ଥିଲେ। ଏହି କାରଣ ଯୋଗୁଁ ଦୁହେଁ ଅଲଗା ହୋଇଥିଲେ।

   Related Posts