ଜଣେ ଭାରତୀୟ ସେନା ଆଉ କାଶ୍ମିରୀ ଯୁବତୀଙ୍କ ପ୍ରେମ କାହାଣୀ : ଆପଣ ବି ନପଢି ରହିପାରିବେନି, ଜାଣନ୍ତୁ କ'ଣ ଘଟିଥିଲା ଏହି ପ୍ରେମୀ ଯୁଗଳଙ୍କ ସହ

Published By : Prameya-News7 Bureau | January 27, 2019 IST

ଶ୍ରୀନଗର ୨୭/୧ : କୁହାଯାଏ ଆତ୍ମହତ୍ୟା ଭୀରୁମାନେ କରିଥାନ୍ତି | ସାହସୀ ଲୋକେ କେବେ ହେଲେ ଆତ୍ମହତ୍ୟା କରିନଥାନ୍ତି | ସେନାବାହିନୀର ଦକ୍ଷ ଯବାନ ରଣଜିତ କାହିଁକି ଆତ୍ମହତ୍ୟା କରିଥିଲେ ? ନିଜ ପାଖରେ ତାଙ୍କର ସୁନ୍ଦରୀ ପ୍ରେମିକା ଥିଲା । ପାଖରେ ବି ଥିଲା ସମସ୍ତ ହତିଆର । ଯେତେ ଲୋକ ତାଙ୍କୁ ଘେରିଥିଲେ ସମସ୍ତଙ୍କୁ ଡରାଇବା ପାଇଁ ସେ ଗୁଳି ବି ଚଳାଇପାରିଥାନ୍ତେ । କିନ୍ତୁ ରଂଜିତ ସେମିତି କିଛି ନକରି କାହିଁକୁ ନିଜ ମୁଣ୍ଡକୁ ନିଜେ ଗୁଳିକରି ଆତ୍ମହତ୍ୟା କରିଥିଲେ । ଜଣେ ସେନା ଅଧିକାରୀଙ୍କ କହିବା ଅନୁସାରେ ରଣଜିତ ଅନେକ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାରତୀୟ ସେନାର ନାଁ ରଖିଥିଲେ |କଣଥିଲା ପ୍ରେମ-ଦେଶପ୍ରେମ ଓ ମାନବିକତାର ଏହି ଜୀବନ୍ତ କାହାଣୀ? ପଢନ୍ତୁ ପୂରା ରିପୋର୍ଟ


ବୁରହାନ ବାଣୀଙ୍କ ମୃତ୍ୟୁ ପରେ କାଶ୍ମୀରରେ ୪ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା | ଏହା ପୂର୍ବରୁ ମଧ୍ୟ ଏକ ଭୟଙ୍କର ଆନ୍ଦୋଳନ ହୋଇଥିଲା | ଭାରତୀୟ ଯବାନ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଏବଂ ଜଣେ ନାଗରିକଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା | ରଣଜିତ ସିଂ ଜଣେ ଶିଖ ଯବାନ ଥିଲେ | ପଞ୍ଜାବର ଏକ ଛୋଟ ଗାଁରେ ରଣଜିତଙ୍କ ଘର | ୨୦୦୦ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ | ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା | ସେ ଜଣେ ବହୁତ ଭଲ ବାସ୍କେଟ ବଳ ଖେଳାଳି ଥିଲେ | ଭାରତୀୟ ସେନାରେ ୨ ବର୍ଷ ରହିବା ପରେ ତାଙ୍କୁ ଗନର ଭାବେ ନିଯୁକ୍ତ କରାଯାଇଥିଲା | କିଛି ଦିନ ପରେ ରାଷ୍ଟୀୟ ରାଇଫଲରେ ତାଙ୍କର ନିଯୁକ୍ତି ହୋଇଯାଇଥିଲା | ରାଷ୍ଟୀୟ ରାଇଫଲ ସେନାର ଏକ ସ୍ୱତନ୍ତ୍ର ଅଂଶ । ୧୯୯୦ ମସିହା ପରେ କାଶ୍ମୀରରେ ଇନ୍ସଜେର୍ସି ସହ ଲଢ଼ିବା ପାଇଁ ଗଠନ କରାଯାଇଥିଲା | ଏଥିରେ ୫୦ ପ୍ରତିଶତ ପଦାତିକବାହିନୀରୁ ଏବଂ ଆଉ ୫୦ପ୍ରତିଶତ ସେନାର ବାକି ବିଭାଗରୁ ନିଆଯାଉଥିଲା | ରଣଜିତଙ୍କୁ କାଶ୍ମୀର ପଠାଯିବା ପୂର୍ବରୁ ଟ୍ରେନିଂ ପାଇଁ କୋପର୍ଷ ଯୁଦ୍ଧ ସ୍କୁଲକୁ ପଠାଯାଇଥିଲା | ଏହି ସ୍କୁଲରେ ଥରକେ ୩ରୁ ୪ ହଜାର ସେନାଙ୍କୁ ଟ୍ରେନିଂ ଦିଆଯାଇଥାଏ | ଏହି ଟ୍ରେନିଂ ୪ ସପ୍ତାହ ପର୍ଯ୍ୟନ୍ତ ଚାଲେ |

{"id":78590,"width":581,"height":385}


ରଣଜିତ ସିଂ ଏହି ଟ୍ରେନିଂରେ ଶ୍ରେଷ୍ଠ ଶିକ୍ଷାନବୀଶ ଥିଲେ | ଏକ କଷ୍ଟସାଧ୍ୟ ଟ୍ରେନିଂ ପରେ ରଣଜିତ କାଶ୍ମୀରରେ ନିଜ ୟୁନିଟର କମ୍ପାନୀରେ ଯୋଗ ଦେଇଥିଲେ | ସେ ଭାବିଥିଲେ ଏଠାରେ ତାଙ୍କୁ ଟିକେ ଶାନ୍ତି ମିଳିବ | କିନ୍ତୁ ସେଠାରେ ତାଙ୍କ ଦାୟିତ୍ୱ ଆହୁରି ବଢି ଯାଇଥିଲା | ଏହି ୟୁନିଟରେ ୬୦ ରୁ ୭୦ ଯବାନଙ୍କୁ ରଖ ଯାଉଥିଲା | ସେଥିରୁ ଏକ ତୃତୀୟାଂଶ ପ୍ରଶାସନ ଏବଂ ସୁରକ୍ଷା , ଏକ ତୃତୀୟାଂଶ ପେଟ୍ରୋଲିଂ ଏବଂ ଅପରେସନରେ ଓ ବାକି ଏକ ତୃତୀୟାଂଶ ରେଷ୍ଟ ଏବଂ ଟ୍ରେନିଂରେ ରୁହନ୍ତି | କୌଣସି ବଡ ଅପରେସନ କିମ୍ବା ଏମର୍ଜେନ୍ସି ବେଳେ ସବୁ ସିପାହୀ ଫିଲ୍ଡରେ ଏକାଠି ହୋଇଥାନ୍ତି | ଏହି ସିପାହୀ ବିଶ୍ରାମ ନନେଇ ୨୪ ଘଣ୍ଟାରୁ ୭୨ ଘଣ୍ଟା ଡ୍ୟୁଟି କରିଥାନ୍ତି | ପ୍ରତ୍ୟେକ ସିପାହୀଙ୍କୁ ଦିନକୁ ୫ରୁ ୬ଘଣ୍ଟା ଶୋଇବା ପାଇଁ ସମୟ ମିଳିଥାଏ | ସେ ମଧ୍ୟ ପ୍ରତିଦିନ ନୁହେଁ, କେବେ କେବେ |


ଏଭଳି ଛୋଟ ବଡ ଅପରେସନରେ ରଣଜିତ ଯୋଗ ଦେଇଥିଲେ | ସେନାଙ୍କୁ ଗାଁ ଗାଁ ବୁଲି ସୂଚନା ଏକାଠି କରିବାକୁ ନିର୍ଦେଶ ଦିଆଯାଇଥିଲା | ରଂଜିତ ମେଡିକାଲ ଟିମ ସହ ଗାଁ ଗାଁ ବୁଲି ସୂଚନା ଏକାଠି କରିବାରେ ଲାଗିଗଲେ | ଏମିତିରେ ରଣଜିତଙ୍କ ସହ ଜଣେ ଯୁବତୀଙ୍କ ସାକ୍ଷାତ ହୋଇଥିଲା | ପ୍ରଥମ ଦେଖାରେ ପ୍ରେମ | ପୁଣି ଏକ ତରଫା ନୁହେଁ, ଦୁଇ ତରଫା | ଧୀରେ ଧୀରେ ଉଭୟ ପରସ୍ପରକୁ ସାକ୍ଷାତ କରୁଥିଲେ | ଜଣେ ହେଣ୍ଡସମ ପଂଜାବୀ ଯୁବକ, ଏପଟେ କାଶ୍ମିରୀ ସୁନ୍ଦରୀ | ଲାଗୁଥିଲା ସତେ ଯେମିତି ପରୀ ରାଇଜର ଯୋଡି | ଧୀରେ ଧୀରେ ଉଭୟଙ୍କ ପ୍ରେମ ଗଭୀର ହେବାକୁ ଲାଗିଲା | ଉଭୟ ମୋବାଇଲରେ ଘଣ୍ଟା ଘଣ୍ଟା ଗପସପ କରୁଥିଲେ | ଯେଉଁଥିପାଇଁ ରଣଜିତଙ୍କୁ ୫ ଘଣ୍ଟାର ନିଦ ବି ହରାଇବାକୁ ପଡୁଥିଲା | ହେଲେ ପ୍ରେମରେ ଅନ୍ଧ ପ୍ରେମୀ ଯୁଗଳଙ୍କ ପାଇଁ ଶୋଇବା ବଡ କଥା ନଥିଲା |

{"id":78591,"width":584,"height":389}

ଛୁଟିରେ ଘରକୁ ଯାଇଥିଲେ ରଣଜିତ | ଘରୁ ଆସିବାବେଳେ ସେ ପ୍ରେମିକାଙ୍କ ପାଇଁ ଏକ ମୁଦି ଆଣିଥିଲେ | ଏତିକି ବେଳକୁ ରଣଜିତଙ୍କ ୨ ବର୍ଷର ଅବଧି ସରିଯାଇଥିଲା | ସେ ପୁଣି ନିଜଆଡୁ ଆଉ ୬ ମାସ ଡ୍ୟୁଟି କରିଥିଲେ | କିନ୍ତୁ ସେହି ୬ମାସ ମଧ୍ୟ ଅତି ଶୀଘ୍ର ବିତିଯାଇଥିଲା | ରଣଜିତଙ୍କ ପୋଷ୍ଟିଙ୍ଗ ଅଲଗା ଜାଗାରେ ହୋଇଯାଇଥିଲା | ସେ ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଡାକିଥିଲେ | ଅଲଗା ଜାଗାରେ ପୋଷ୍ଟିଙ୍ଗ ପୂର୍ବ ଦିନ ସେନା କର୍ମଚାରୀଙ୍କୁ ଡ୍ୟୁଟି ଦିଆଯାଇନଥାଏ | କିନ୍ତୁ ସେନା କର୍ମଚାରୀଙ୍କୁ କ୍ୟାମ୍ପ ବାହାରକୁ ଯିବା ପାଇଁ ଅନୁମତି ମଧ୍ୟ ନଥାଏ | ରଣଜିତ ଦେଖିଲେ ଏକ ଟିମ ପେଟ୍ରୋଲିଂ ପାଇଁ ଗାଁ ଆଡକୁ ଯାଉଛି | ସେ ସେହି ଟିମରେ ମିଶି ଗାଁ ଆଡକୁ ଚାଲିଯାଇଥିଲେ | ଗାଁରେ ପହଂଚିବା ପରେ ସେ ଏକ ଭଙ୍ଗା ଘରେ ପଶି ଯାଇଥିଲେ | ସେତେବେଳେ ରଣଜିତ ସେନା ପୋଷାକ ପିନ୍ଧିଥିଲେ | ସାଙ୍ଗରେ ସବୁ ହତିଆର ମଧ୍ୟ ଧରିଥିଲେ | ସେ ନିଜ ପ୍ରେମିକାଙ୍କୁ ମଧ୍ୟ ସେହି ଭଙ୍ଗା ଘରକୁ ଡାକିଥିଲେ |


ରଣଜିତ ନିଜ ପ୍ରେମିକାଙ୍କୁ କଥା ଦେଲେ ଯେ, ଜଲଦି ତାଙ୍କୁ ବିବାହ କରି ନିଜ ଘରକୁ ନେଇଯିବେ | ଏତିକି କହି ସେ ଘର ବାହାରକୁ ବାହାରି ଦେଖିଲେ, ବାହାରେ ବହୁତ ଭିଡ ଜମିଛି | ଲୋକେ ରଣଜିତଙ୍କୁ ଘେରିଗଲେ | ତାଙ୍କୁ ମାରପିଟ ମଧ୍ୟ କଲେ | ସେମାନେ ଅଭିଯୋଗ କରିଥିଲେ ଯେ, ରଣଜିତ ଯୁବତୀଙ୍କ ସହ ଦୁଷ୍କର୍ମ କରିଛି | ରଣଜିତ ଲୋକଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣିନଥିଲେ | ଯୁବତୀ ମଧ୍ୟ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ |

{"id":78592}


ଏତିକିବେଳେ ଭିଡରେ ଥିବା ଜଣେ ବ୍ୟକ୍ତି ରଣଜିତ ତଉପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ | ରଣଜିତ ନିଜ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ | ଘଟଣାସ୍ଥଳରେ ସେହି ବ୍ୟକ୍ତିର ମୃତ୍ୟୁ ହୋଇଗଲା | ରଣଜିତ ନିଜ ପ୍ରେମିକାକୁ ଧରି ସେଠାରୁ ବାହାରି ଯାଇଥିଲେ | କିନ୍ତୁ କିଛି ବାଟ ଗଲାପରେ ଆଉ ଅଧିକ ଲୋକେ ରଣଜିତଙ୍କୁ ଘେରି ଯାଇଥିଲେ | ଲୋକେ ରଣଜିତଙ୍କ ଉପରକୁ ପଥର ମାଡ କରିଥିଲେ | ରଣଜିତଙ୍କ ପାଖରେ ବନ୍ଧୁକ ଥିଲା, ଗ୍ରେନେଡ଼ ମଧ୍ୟ ଥିଲା କିନ୍ତୁ ନିରୀହ ଲୋକେ ମରିଯିବେ ବୋଲି ସେ ଗୁଳି ଚଲାଇନଥିଲେ | ରଣଜିତ ସେତେବେଳେ ନିରୁପାୟ ହୋଇଯାଇଥିଲେ | ରଣଜିତ ଏବଂ ତାଙ୍କ ପ୍ରେମିକ ପରସ୍ପରକୁ ଦେଖି ଅସହାୟ ବୋଧ କରିଥିଲେ | ଉଭୟଙ୍କ ଆଖିରେ ଥିଲା ଧାରେ ଲୁହ ଆଉ ଅନେକ କଥା ଯାହା ବୋଧହୁଏ ସେମାନେ ଆଉ କେବେ ପରସ୍ପରକୁ କହିପାରିବେ ନାହିଁ ବୋଲି ଜାଣିସାରିଥିଲେ | ଏତିକିବେଳେ ରଣଜିତ ନିଜ ବନ୍ଧୁକ କାଢି ନିଜକୁ ହିଁ ଗୁଳି କରିଦେଇଥିଲେ |


ଏହି ଖବର ପବନ ଭଳି ଚାରିଆଡେ ବ୍ୟାପିଗଲା ଯେ, ଜଣେ ସେନା କର୍ମୀ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରି ଜଣେ ନାଗରିକଙ୍କୁ ହତ୍ୟା କରିଛନ୍ତି | ଭାରତୀୟ ସେନା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଥିଲା | ପୋଲିସ ସଂଗେ ସଂଗେ ଘଟଣାସ୍ଥଳରେ ପହଂଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା | ରଣଜିତଙ୍କ ମୋବାଇଲରୁ ଯୁବତୀଙ୍କ କଲ ଡିଟେଲ ମିଳିଥିଲା | ପୋଲିସ ଯୁବତୀଙ୍କୁ ପଚରାଉଚୁରା କରିଥିଲା | ଯୁବତୀ ପୋଲିସକୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ | ଶ୍ରୀନଗର ଅନ୍ତର୍ଗତ କଂଗନ ନାମକ ଗାଁରେ ଘଟିଥିଲା ଏହି ଘଟଣା | ପୋଲିସ କଂଗନ ଗାଁର ବରିଷ୍ଠ ଲୋକଙ୍କୁ ଡାକି ଏକ ବୈଠକ କରିଥିଲା | ବୈଠକରେ ଯୁବତୀ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ | ସରକାର ମୃତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେଇଥିଲେ | ଏହାସହ ଯୁବତୀଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ସରକାର ବହନ କରିଥିଲେ |

{"id":78593,"width":591,"height":402}


ଘଟଣା ପରେ ସେନା ରଣଜିତଙ୍କୁ "କିଲ୍ଡ ଇନ ଏକ୍ସନ" ବୋଲି ସ୍ୱୀକାର କରିଥିଲେ | କାରଣ ରଣଜିତ ଡରିଯାଇ ଆତ୍ମହତ୍ୟା କରିନଥିଲେ | ବରଂ ଅନେକ ନିରୀହ ଲୋକଙ୍କ ଜୀବନ ରକ୍ଷା କରି ସେ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ | ସେ ସେନାର ନାଁ ରଖିଥିଲେ | ସେନା ରଣଜିତଙ୍କୁ ଉଚିତ ସମ୍ମାନ ପ୍ରଦାନ କରିଥିଲେ |


ଲେଫ୍ଟେନେଣ୍ଟ ଜେନେରାଲ ଏଚ.ଏସ. ପାନଗ ରଣଜିତଙ୍କ ଏହି କାହାଣୀ ଲେଖିଛନ୍ତି | ଏଚ.ଏସ. ପାନଗ ଫୋର୍ସ ଯୁଦ୍ଧ ସ୍କୁଲରେ ରଣଜିତ ସିଂଙ୍କୁ ବେଷ୍ଟ ଷ୍ଟୁଡେଣ୍ଟ ପୁରସ୍କାର ଦେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.