ଏବେ ଗୃହମନ୍ତ୍ରାଳୟ ନିଷ୍ପତ୍ତି କରିବେ ଏହି ସ୍ୱାମୀ-ସ୍ତ୍ରୀ ଏକାଠି ରହିବେ କି ନା, ପଢନ୍ତୁ ଅଜବ ପ୍ରେମର ଗଜବ କାହାଣୀ

Published By : Prameya-News7 Bureau | October 23, 2019 IST

ଚଣ୍ଡିଗଡ : ଏହା ଏକ ଏଭଳି ପ୍ରେମ କାହାଣୀ ଯାହା ନା କେବେ ଆପଣ ଶୁଣିଛନ୍ତ ନା ଜାଣିଛନ୍ତି। ପ୍ରଥମେ ପ୍ରେମ ଓ ପରେ କୋର୍ଟଙ୍କ ଅନୁମତିରେ କରିଛନ୍ତି ବିବାହ। ହେଲେ ଦିନଟେ ବି ରହି ନାହାନ୍ତି ଏକାଠି। ଏଣୁ  ଫ୍ୟାମିଲି କୋର୍ଟରେ ବିବାହ ପଞ୍ଜିକୃତ ହୋଇପାରୁନଥିବା ବେଳେ ସଜା ପୂରଣ ହେଉ ହେଉ ଯୁବକ ସ୍ୱଦେଶ ଫେରିଯାଇଛନ୍ତି। ଏଥିରେ ଓକିଲ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଫେରାଇ ଆଣିବା ଲାଗି ଏବେ ଭାରତ ସରକାରଙ୍କୁ  ନିବେଦନ କରିଛନ୍ତି। ଏଣୁ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ନିଷ୍ପତ୍ତି ଉପରେ ଏବେ ନିର୍ଭର କରୁଛି ଏହି ଦମ୍ପତ୍ତିଙ୍କ ଘରସଂସାରର ଆଗାମୀ ଭବିଷ୍ୟତ। ତେବେ ଆସନ୍ତୁ ଜାଣିବା ପୁରା କାହାଣୀ।

{"id":173959}

ଏହି କାହାଣୀର ଆରମ୍ଭ ହୋଇଥିଲା ଚଣ୍ଡିଗଡରେ । ଜନୈକ ଆଫଗାନ ଯୁବକ ଏହସାନୁଲ୍ଲାହ ଭାରତ ପ୍ରବାସ କାଳରେ ତାଙ୍କ ବନ୍ଧୁଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଣୁ ଚଣ୍ଡିଗଡ ଟ୍ରାଏଲ କୋର୍ଟ ତାଙ୍କୁ ଆଜୀବନ ଜେଲଦଣ୍ଡାଦେଶ କରିଥିଲେ। ହେଲେ ଆଫଗାନ ଯୁବକଙ୍କ ଲାଗି କୋର୍ଟରେ ଆଇନ ଯୁଦ୍ଧ କରୁଥିବା ମହିଳା ଓକିଲ ଏଥିରେ ହାରିଯାଇନଥିଲେ। ଅନିଚ୍ଛାକୃତ ହତ୍ୟା (କଲ୍ପେବଲ ହୋମିସାଇଡ) ମାମଲାରେ ମହିଳା ଓକିଲ ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ କୋର୍ଟ କଚେରୀ କାମ ଭିତରେ ମହକିଲଙ୍କ ପ୍ରେମରେ ପଡିଯାଇଥିଲେ ଓକିଲ। ଏଣୁ ବିବାହ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିଲାଗି ଉଭୟ ହୋଇକୋର୍ଟଙ୍କ ଅନୁମତି ମାଗି  ପୋଲିସ ଉପସ୍ଥିତିରେ ଫ୍ୟାମିଲିକୋର୍ଟରେ ବିବାହ ମଧ୍ୟ କରିଥିଲେ। ସେପଟେ କୋର୍ଟରେ ପ୍ରେମିକ କଲ୍ପେବଲ ହୋମିସାଇଡ ମାମଲାରେ ବିଜୟ ହୋଇଥିଲା। ନିମ୍ନ କୋର୍ଟଙ୍କ ଆଜୀବନ କାରାଦଣ୍ଡକୁ  ଉଚ୍ଚ ନ୍ୟାଳୟ ୫ ବର୍ଷକୁ ହ୍ରାସ କରିଥିଲେ। 

{"id":173960}

ଦେଖୁ ଦେଖୁ ୫ ବର୍ଷ ପୁରଣ ହୋଇଯାଇଥିଲା। ଏଣୁ ବିଦେଶୀ ନାଗରିକଙ୍କ ଦଣ୍ଡ ସରିବାମାତ୍ରେ କୋର୍ଟ ତାଙ୍କୁ ଆଫାଗନିସ୍ତାନ ଡିପାର୍ଟ କରିଦେଇଥିଲେ। ଫଳରେ ଓକିଲଙ୍କ ବିବାହ ଅଧୁରା ରହିଯାଇଥିଲା। ଏଣୁ ମହିଲା ଓକିଲ ଏବେ ତାଙ୍କ ସ୍ୱାମୀଙ୍କୁ ଫେରିପାଇବା ଲାଗି ପୁଣି ଆଇନ ଲଢେଇ ଆରମ୍ଭ କରିଦେଇଛନ୍ତି। ଗୋଟିଏପଟେ ସ୍ୱାମୀଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟଙ୍କୁ ନିବେଦନ କରିଥିବା ବେଳେ ବିବାହ ପଞ୍ଜିକରଣ ଲାଗି ଅନୁମତି ଦେବାକୁ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ଭାରତୀୟ ମହିଳା ହୋଇଥିବାରୁ ତାଙ୍କ ସ୍ୱାମୀ ତାଙ୍କ ସହ ରହିବା ତାଙ୍କର ଅଧିକାର ବୋଲି ମହିଳା ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି।

{"id":173961}

ଏବେ ହାଇକୋର୍ଟଙ୍କ ଆଦେଶ ପାଳନ ହୋଇସାରିଛି। ଏଣୁ ତାଙ୍କ ସ୍ୱାମୀ ତାଙ୍କ ପାଖକୁ ଆସିବା ଲାଗି କୋର୍ଟଙ୍କୁ ମହିଳା ଅନୁମତି ଭିକ୍ଷା କରିଛନ୍ତି। ତେବେ କୋର୍ଟ ଯାହା କରିବେ କି ନ କରିବେ କିନ୍ତୁ ସମସ୍ତ ନିଷ୍ପତ୍ତି ନିର୍ଭର କରୁଛି କେନ୍ଦ୍ର ଗୃହମନ୍ତ୍ରାଳୟଙ୍କ ଉପରେ । ଯଦି ମନ୍ତ୍ରାଳୟ ଅନୁମତି ଦିଅନ୍ତି ତେବେ ଏହି ମହିଳାଙ୍କ ଉଜୁଡି ଯାଉଥିବା ଘର ସଂସାର ପୁଣି ସାଜାଡି ହୋଇଯାଇପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.