ପ୍ରେମିକାକୁ ନେବା ପାଇଁ ଆସିଥିଲା ପ୍ରେମିକ, ପ୍ରେମରେ କଣ୍ଟା ସାଜିବାରୁ ମାଆକୁ ସାଙ୍ଗରେ ନେଇ ଅଧାବାଟରେ….
11/01/2021 at 11:44 AM

ରାଞ୍ଚି ୧୧।୦୧: ପ୍ରେମିକ ଆସିଥିଲେ ନିଜ ପ୍ରେମିକାକୁ ନେବାକୁ , କିନୁ ପ୍ରେମିକା ସହ ତାର ମାକୁ ନେଇ ଚାଲିଗଲା । ଅନ୍ଧାର ରାତିର ସୁଯୋଗ ନେଇ ପ୍ରେମିକ ଜଣଙ୍କ ନିଜ ପ୍ରେମିକାକୁ ଉଠାଇନେବାକୁ ଘର ଭିତରେ ପଶିଥିଲା , କିନ୍ତୁ ଯିବା ବେଳେ ପ୍ରେମିକା ସହ ମାକୁ ମଧ୍ୟ ନେଇ ଫେରାର ହୋଇଯାଇଛି। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟଛି ।
ଖବର ଅନୁଯାୟୀ, ପ୍ରେମିକ ଜଣଙ୍କ ପୁରା ଯୋଜନା ସହ ବିହାରର ନାଳନ୍ଦାରୁ ଝାଡଖଣ୍ଡ ରାଞ୍ଚି ଆସିଥିଲା । ନିଜ ପ୍ରେମିକାକୁ ଫେରାର କରିବା ପାଇଁ ଏକ କାର୍ ମଧ୍ୟ ଭଡ଼ାରେ ଆଣିଥିଲା । ବିଳମ୍ବିତ ରାତିରେ ନାବାଳିକ ପ୍ରେମିକାକୁ ଫେରାର କରିବା ପାଇଁ ଘର ଆଗରେ କାର୍ ଛିଡା କରିଥିଲା । ପୂର୍ବ ଯୋଜନା ଅନୁଯାୟୀ ନାବାଳିକା ପ୍ରେମିକାକୁ ନେଇ ଯାଉଥିବା ବେଳେ ଝିଅର ମାଆ ବିରୋଧ କରିଥିଲେ । କିଛି ସମୟ ଧରି ଝିଅର ମାଆ ସହିତ ପୁଅର ପାଟିତୁଣ୍ଡ ହୋଇଥିଲା ।
ଶେଷରେ ପ୍ରେମିକ ଡ୍ରାଇଭରଙ୍କ ସହଯୋଗରେ ଝିଅର ମାଆକୁ ନେଇ କାର୍ରେ ବସାଇଦେଇଥିଲେ , ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କିନ୍ତୁ କିଛି ବାଟ ଯିବା ପରେ ଝିଅର ମାଆକୁ କାର୍ରୁ ଓହ୍ଲାଇଦେଇଥିଲା ପ୍ରେମିକ । ଝିଅର ମାଆକୁ କାର୍ରୁ ଓହ୍ଲାଇବା ପରେ ନିଜ ପ୍ରେମିକାକୁ ନେଇ ପ୍ରେମିକ ଫେରାର ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରେମିକ-ପ୍ରେମିକାଙ୍କ କୌଣସି ପତ୍ତା ମିଳିନାହିଁ ।