ଷ୍ଟେଜ୍‌ ସୋରୁ ବାହାବେଦୀ : କିନ୍ନର ଚିନ୍ମୟୀ ସାଜିଲେ କନ୍ୟା, ବବ୍‌ଲୁ ସାଜିଲେ ବର, ଶେଷରେ ପଡିଲା ହାତଗଣ୍ଠି

Published By : Prameya-News7 Bureau | December 23, 2020 IST

ଅନୁଗୁଳ  ୨୩।୧୨ :  ପ୍ରେମ ବୁଝେନା ପରିସୀମା, ପ୍ରେମ ବୁଝେନା ବର୍ଣ୍ଣ, ପ୍ରେମ ବୁଝେନା ବୟସ। ପ୍ରେମ ଶାଶ୍ଵତ ଆଉ ପବିତ୍ର। ଥରେ ଭଲ ପାଇବା ଆସିଗଲେ, ତାହା ସାତ ସମୁଦ୍ର ପାର ହୋଇ ପ୍ରେମିକ, ପ୍ରେମିକା ପାଖକୁ ଚାଲିଆସେ। ଥରେ ମନ ସହିତ ମନ ମିଳିଗଲେ ଦୁନିଆଁର ସବୁ ପ୍ରତିବନ୍ଧକ ପାର ହୋଇଯାଏ।

{"id":381504,"sizeSlug":"large","linkDestination":"none"}

ଆମେ କହୁଛୁ ଏକ ଏମିତି ଏକ ପ୍ରେମ କାହାଣୀର କଥା। ଯାହା ଅନୁଗୁଳରେ ଦେଖିବାକୁ ମିଳିଛି। ଜଣେ ଯୁବକ ଜଣେ କିନ୍ନରଙ୍କୁ ବିବାହ କରି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଏକ ଷ୍ଟେଜ ସୋରେ ଉଭୟେ ଉଭୟଙ୍କୁ ଦେଖାଚାହଁ। ତା ପରେ ମନ ଦିଆ ନିଆ, ପରେ ଏହି ସମ୍ପର୍କ ନିବିଡ଼ ପ୍ରେମରେ ପରିଣତ ହୁଏ। ୫ ବର୍ଷର ଭଲ ପାଇବା ପରେ ଏବେ ସାରା ଜୀବନ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ନିଆରା ବନ୍ଧନ ହୋଇଛି ଅନଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ।

{"id":381505,"sizeSlug":"large","linkDestination":"none"}

ମା ବୁଢ଼ୀ ଠାକୁରାଣୀକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ବିବାହ କରିଛନ୍ତି। ପୁଅ ବବଲୁ ଏବଂ କିନ୍ନର ଚିନ୍ମୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯୁବକ ଜଣଙ୍କ କଣିହାଁ ଅଞ୍ଚଳର ହୋଇଥିବା ବେଳେ କିନ୍ନର ଜଣକ ବଅଁରପାଳ ଅଞ୍ଚଳର ବୋଲି ଜଣାପଡିଛନ୍ତି। ଭଲପାଇବାର ଇଏ ହେଉଛି ଏକ ଅନନ୍ୟ ଉଦାହରଣ। ଆଶାକରୁଛୁ ଉଭୟଙ୍କ ପ୍ରେମ ଏମିତି ଅତୁଟ ରହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.