Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ବାପଘରକୁ ଆସି ପ୍ରେମିକ ସହ ଫେରାର , ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଛୁ’ : ମହିଳାଙ୍କ ଧାରଣା…

2/08/2020 at 2:25 PM

ମାହାଙ୍ଗା ୦୨।୦୮ : ଜଣେ ନବ ବିହାହିତା କନ୍ୟା ସ୍ୱାମୀଙ୍କ ସହ ଷୋହଳ ମଙ୍ଗଳାରେ ବାପଘରକୁ ବୁଲିବାକୁ ଆସି ପୁରୁଣା ପ୍ରେମିକଙ୍କ ସହ ଦୀର୍ଘ ୪ ଘଣ୍ଟା ଧରି ଗାଏବ ହୋଇ ଯାଇଥିଲେ । ପରେ ପ୍ରେମିକଙ୍କ ପରିବାର, ପ୍ରେମିକାଙ୍କୁ ତାଙ୍କ ପୁଅଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ଗାଁକୁ ଫେରାଇ ଆଣିଥିଲେ । ଅନ୍ୟପଟରେ ସ୍ୱାମୀ ଏବଂ ତାଙ୍କ ପରିବାରକୁ କନ୍ୟାଘର ପକ୍ଷରୁ ବୁଝାଶୁଝା କରି ତାଙ୍କ ଘରକୁ ଫେରାଇ ଦିଆଯାଇଥିଲା । ଏହାପରେ ପ୍ରେମିକଙ୍କ ପରିବାର ଲୋକେ ଚତୁରତାର ସହ ନିଜ ଘରେ ତାଲା ମାରି ଫେରାର ହୋଇ ଯାଇଥିବା ବେଳେ ପ୍ରେମିକା ପ୍ରେମିକଙ୍କୁ ବିବାହ କରିବା ଜିଦରେ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେବା ଘଟଣା ମାହାଙ୍ଗାରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଯୋଗ୍ୟ ଯେ, ମାହାଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀ ବଡଚଣା ଅଞ୍ଚଳର ଜଣେ ଯୁବକଙ୍କୁ ଜୁଲାଇ ୧୩ ତାରିଖ ଦିନ ବୈଦିକ ରିତି ଅନୁଯାୟୀ ବିବାହ କରିଥିଲେ । ଗତ ଶୁକ୍ରବାର ଷୋହଳ ମଙ୍ଗଳାରେ କନ୍ୟା ବର ସହ ତାଙ୍କ ବାପଘରକୁ ବୁଲିବା ପାଇଁ ଆସିଥିଲେ । କନ୍ୟା ଘରେ ମଧ୍ୟାହ୍ନଭୋଜନ ପରେ କନ୍ୟା ଗାଁ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେହି ଗ୍ରାମର ତାଙ୍କର ପୁରୁଣା ପ୍ରେମିକଙ୍କ ସହ ସାଲେପୁର ଥାନା ଅଞ୍ଚଳରେ ଥିବା ପ୍ରେମିକଙ୍କ ବନ୍ଧୁଘରକୁ ଯାଇ ଗାଏବ ହୋଇ ଯାଇଥିଲେ । ୪ ଘଣ୍ଟା ଧରି ଝିଅ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ପ୍ରେମିକ ସହ ଫେରାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ପ୍ରେମିକଙ୍କ ବାପମାଆ ବନ୍ଧୁ ଘରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ନିଜ ଗ୍ରାମକୁ ଫେରାଇ ଆଣିଥିଲେ ।

ଏହାପରେ ସ୍ୱାମୀ ଏବଂ ତାଙ୍କ ପରିବାରକୁ କନ୍ୟା ଘର ପକ୍ଷରୁ ବୁଝାଶୁଝା କରି ତାଙ୍କ ଗ୍ରାମକୁ ଫେରାଇ ଦିଆଯାଇଥିଲା । ତେବେ ଇତିମଧ୍ୟରେ ଚତୁରତାର ସହ ପ୍ରେମିକ ଓ ତାଙ୍କ ବାପମାଆ ଘରେ ତାଲା ପକାଇ ଫେରାର ହୋଇ ଯାଇଥିଲେ । ପରେ ପ୍ରେମିକା, ପ୍ରେମିକଙ୍କୁ ବିବାହ ଜିଦରେ ରାତିସାରା ପ୍ରେମିକଙ୍କ ଘର ସମ୍ମୁଖରେ ବସିଥିଲେ । ଏ ନେଇ ପ୍ରେମିକାଙ୍କ ବାପା ଜୟପୁର ଫାଣ୍ଡିରେ ପ୍ରେମିକଙ୍କ ପରିବାରଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି । ସେହିପରି ପ୍ରେମିକକୁ ବିବାହ ନ କଲେ ପ୍ରେମିକା ଆତ୍ମହତ୍ୟା କରିବ ବୋଲି କହୁଛନ୍ତି । ଏ ସଂପର୍କରେ ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ, ଏ ନେଇ ଏକ ଅଭିଯୋଗ ହୋଇଛି । ଏହା ଉପରେ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ ।

   Related Posts