Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଭଲ ପାଇ ବାହା ହୋଇଥିଲେ, ଏବେ ପର ପୁରୁଷ ପ୍ରେମରେ ବାୟା, ପୁଅର ମାଆ ବୟଫ୍ରେଣ୍ଡ୍ ସହ ଯିବାକୁ କରୁଛି ଜିଦ୍

26/10/2021 at 3:01 PM

ଜଗତସିଂହପୁର ୨୬/୧୦: ସ୍ୱାମୀଙ୍କ ସହ ନୁହେଁ ବୟଫ୍ରେଣ୍ଡ୍‌ ସହ ଯିବି । ଜଗତସିଂହପୁର ଥାନାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏପ୍ରକାର ହାଇଡ୍ରାମା କରିଥିଲେ ଜଣେ ମହିଳା । ସ୍ୱାମୀଙ୍କ ମୁହଁ ଉପରେ ବୟଫ୍ରେଣ୍ଡ୍‌କୁ ଅଧିକ ପସନ୍ଦ କରିଥିଲେ । ଏହା ଦେଖିବା ପରେ ବି ସଂପୃକ୍ତ ସ୍ୱାମୀ ମହିଳାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ନେବାକୁ ଜିଦ୍‌ କରିଥିଲେ । ଫଳରେ ରାତି ଗୋଟାଏ ସୁଦ୍ଧା ମହିଳାଙ୍କ ବାପା, ମା’ ଥାନାରେ ପହଞ୍ଚି ନିଜ ଝିଅକୁ ବୁଝାଇ ଶୁଝାଇ ନେଇ ଯାଇଥିଲେ । ବିଚରା ସ୍ୱାମୀ କେବଳ ଚାହିଁ ରହିଥିଲେ ।

୬/୭ ବର୍ଷ ତଳୁ ପ୍ରେମ ବିବାହ କରିଥିଲେ ଏହି ଦମ୍ପତି । ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ହୋଇଥିବା ବେଳେ ଯୁବତୀଙ୍କ ପୈତୃକ ବାସସ୍ଥାନ କୁଜଙ୍ଗ ଅଞ୍ଚଳରେ । ଉଭୟ ବିବାହ ପରେ ଭୁବନେଶ୍ୱରରେ ରହୁଥିଲେ । ଏଣେ ଇଣ୍ଟରକାଷ୍ଟ୍‌ ବିବାହ ହୋଇଥିବାରୁ ଯୁବକଙ୍କୁ ତାଙ୍କ ଘର ଲୋକେ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ରାଜଧାନୀର ଏକ ଘରୋଇ କଲେଜରେ ବିଜ୍ଞାନ ବିଭାଗ ଅଧ୍ୟାପକ ରହିବା ସହ ଟ୍ୟୁସନ୍‌ କରି ପରିବାର ଚଳାଇ ନେଉଥିଲେ ଅଧ୍ୟାପକ ସ୍ୱାମୀ । ପରବର୍ତ୍ତୀ ସମୟରେ ଭଭୟଙ୍କର ଏକ ଶିଶୁ ପୁତ୍ର ଜନ୍ମ ନେଇଥିଲେ । ଏତେ ବର୍ଷର ଦାମ୍ପତ୍ୟ ଜୀବନ ଅତିକ୍ରାନ୍ତ କରିବା ସତ୍ତେ୍ୱ ମହିଳା ଜଣଙ୍କ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ।

ଜଗତସିଂହପୁର ସହରର ଏକ ବିଦ୍ୟୁତ ଉପକରଣ ସୋ’ରୁମ୍‌ରେ କର୍ମଚାରୀ ଥିବା ଜଣେ ଯୁବକଙ୍କୁ ଗ୍ରହଣ କରିବାକୁ ମନେ ମନେ ସ୍ଥିର କରି ନେଇଥିଲେ ।ସେଥିନେଇ ସଂପୃକ୍ତା ମହିଳା ଜଗତସିଂହପୁରରେ ଚାକିରି ମିଳିଥିବା କହି ସ୍ୱାମୀଙ୍କ ପାଖରୁ ଗଲା ୫/୬ ମାସ ତଳୁ ଦୂରେଇ ରହି କୁଜଙ୍ଗ ଚାଲି ଆସିଥିଲେ । କୁଜଙ୍ଗରେ ବାପ ଘରେ ନିଜର ଶିଶୁ ପୁତ୍ରକୁ ଛାଡ଼ି ଦେଇଥିଲେ । ପରେ ଜଗତସିଂହପୁରରେ ଏହି ଯୁବକଙ୍କ ସହ ନିବିଡ଼ିତା ବଢ଼ାଇଥିଲେ । କୌଣସି କାରଣରୁ ଏନେଇ ସୁରାକ୍‌ ପାଇଥିଲେ ଅଧ୍ୟାପକ ସ୍ୱାମୀ । ରବିବାର ପତ୍ନୀଙ୍କୁ ନେବାକୁ ଜଗତସିଂହପୁର ଛୁଟି ଆସିଥିଲେ । ରାତି ହୋଇଥିବାରୁ ପ୍ରଶାସନ ଅଧୀନରେ ରହୁଥିବା ସର୍ଟ ଷ୍ଟେ ହୋମ୍‌କୁ ଯିବା ନିମନ୍ତେ ଫୋନ୍‌ କରିଥିଲେ । ସର୍ଟ ଷ୍ଟେ ହୋମ୍‌ରୁ ଫୋନ୍‌ କଲ୍‌ ପାଇ ଜଗତସିଂହପୁର ପୁଲିସ ଥାନା ଛକ ନିକଟରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ପଛେ ପଛେ ସ୍ୱାମୀ ମଧ୍ୟ ଥାନାକୁ ଧାଇଁଥିଲେ । ଏଠି କିନ୍ତୁ ହାଇଡ଼୍ରାମା ଆରମ୍ଭ ହୋଇ ଯାଇଥିଲା । ଗୋଟିଏ ପଟେ ପତ୍ନୀ ସାଥୀରେ ନଗଲେ ଜୀବନ ହାରି ଦେବି ବୋଲି ଅଧ୍ୟାପକ ସ୍ୱାମୀ କହୁଥିବା ବେଳେ ଆରପଟେ ବୟ ଫ୍ରେଣ୍ଡ୍‌ ସହ ଯିବାକୁ ଜିଦ୍‌ କରିଥିଲେ ମହିଳା ।

   Related Posts