Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଟିକଟକରେ ଭାଇରାଲ ହେଉଛି ପ୍ରେମର ଏହି ସବୁ ସୁନ୍ଦର କାହାଣୀ : ଦେଖନ୍ତୁ ଭିଡିଓ

24/11/2019 at 3:48 PM

ପ୍ରେମ ଏକ ଏପରି ଫିଲିଙ୍ଗ,ଏକ ଏପରି ଶବ୍ଦ ଯାହା ଉପରେ ପୂରା ଦୁନିଆ ଜଡ଼ିତ। ଏହି ଭାବନାକୁ କେବଳ ଫିଲ୍ମ ଦେଖାଇନାହିଁ ବରଂ ଟିକଟକରେ ମଧ୍ୟ ଭଲ ଭାବେ ଦେଖାଯାଇପାରିବ। ଟିକଟକରେ ଅନେକ ଭିଡିଓ ଭାଇରାଲ ହେଉଛି, ଯାହା ପ୍ରେମର କାହାଣୀକୁ କିଛି ସେକେଣ୍ଡରେ ପ୍ରସ୍ତୁତ କରି ଲୋକଙ୍କ ମନକୁ ଜିତି ପାରୁଛି। ଆସନ୍ତୁ ଜାଣିବା ଏହା ବିଷୟରେ

ସମ୍ପର୍କରେ ରାଗିବା-ବୁଝାଇବା ତ ସାଧାରଣ କଥା ହୋଇଥାଏ। କିନ୍ତୁ ଅନେକ ଥର ଲୋକେ ନିଜ ପାର୍ଟନରଙ୍କୁ ଏପରି କଥା କହି ଦେଇଥାଆନ୍ତି ଯାହା ତାଙ୍କୁ କହିବା ଉଚିତ୍ ନଥିଲା ଏବଂ ପରେ ସେମାନେ ତାଙ୍କ ଭୁଲ୍ ବୁଝିପାରିଥାଆନ୍ତି। ଏହି ଭିଡିଓରେ କିଛଇ ଏପରି ଦେଖାଯାଇଛି। ଏହି ଭିଡିଓ ଟିକଟକ୍ ୟୁଜର ଦିବ୍ୟା ଉପାଧ୍ୟାୟ ସେୟାର କରିଛନ୍ତି। ଭିଡିଓ ଦେଖିବା ପରେ ଆପଣ ନିଜ ପାର୍ଟନରଙ୍କ ଗୁରୁତ୍ବକୁ ବୁଝି ପାରିବେ,ଯାହା ଅଧିକାଂଶ ଲୋକେ ବୁଝି ପାରିନଥାଆନ୍ତି।

ଜରୁରୀ ନୁହେଁ ଯେ ପ୍ରେମରେ ଧନୀ-ଗରିବ କିଛି ନଥାଏ। ଏପରି ଏକ ସୁନ୍ଦର ମ୍ୟାସେଜ ଦେଉଛି ଏହି ଭିଡିଓ। ଏହି ଭିଡିଓର କଣ୍ଟେଣ୍ଟ ଖୁବ୍ ଜବରଦସ୍ତ ଯାହା ହୃଦୟସ୍ପର୍ଶୀ। ଏହି ଭିଡିଓରେ ଜଣେ ଗରିବ ଝିଅ ଲୋକଙ୍କୁ ଗୋଲାପ ଫୁଲ ବିକ୍ରି କରୁଛନ୍ତି। ଏହି ସମୟରେ ଜଣେ ଝିଅ ତାଙ୍କୁ ସ୍ନେହରେ ଫୁଲ ଦେଉଛନ୍ତି। ଫଳରେ ଝିଅ ଖୁସି ହୋଇଯାଉଛନ୍ତି। ଏହି ଭିଡିଓକୁ ୧.୫ମିଲିୟନ୍ ଲାଇକ୍ସ ମିଳି ସାରିଛି। ଭିଡିଓଟି ଟିକଟକରେ ଖୁବ୍ ଟ୍ରେଣ୍ଡ କରୁଛି।

ଦୁନିଆରେ ସବୁଠୁ ଭଲ ସମ୍ପର୍କ ହେଉଛି ଭାଇ ଏବଂ ଭଉଣୀଙ୍କର। ଏହି ଖଟା-ମିଠା ସମ୍ପର୍କରେ ଝଗଡ଼ା ଏବଂ ବହୁତ ପ୍ରେମ ଲୁଚି ରହିଥାଏ। ଏହି ଭିଡିଓରେ ସମ୍ପର୍କର ଗୁରୁତ୍ବକୁ ଦର୍ଶାଯାଇଛି। ଯାହା ଆପଣଙ୍କୁ ଭଲ ଲାଗିବ। ଏହି ଭିଡିଓକୁ ୧.୯ମିଲିୟନ୍ ଲାଇକ୍ସ ମିଳି ସାରିଛି। ଏହି ଭିଡିଓକୁ ଟିକଟକ୍ ୟୁଜର ସନରିଶ ବେଦ ସେୟାର କରିଛନ୍ତି। ଭିଡିଓ ସତରେ ମର୍ମସ୍ପର୍ଶୀ ହୋଇଛି।

ସେହିପରି ବାପା ଏବଂ ଝିଅର ସମ୍ପର୍କ ମଧ୍ୟ କୌଣସି ସମ୍ପର୍କଠୁ ବଡ଼ ନୁହେଁ। ଏହି ଭିଡିଓରେ ଏହି ସମ୍ପର୍କକୁ ସୁନ୍ଦର ଭାବେ ଉପସ୍ଥିତ କରାଯାଇଛି। ଭିଡିଓରେ ଦର୍ଶାଯାଇଛି ଯେ କିପରି ଜଣେ ବାପା ନିଜ ଝିଅର ସୁରକ୍ଷା ପାଇଁ ସବୁବେଳେ ଆଗେ ଛିଡ଼ା ହୁଅନ୍ତି। ଏହି ଭିଡିଓକୁ ୨.୫ମିଲିୟନ୍ ଭିଉଜ ମିଳି ସାରିଛି। ଏହି ଭିଡିଓର ପ୍ରଶଂସା ଲୋକେ କମେଣ୍ଟ ମାଧ୍ୟମରେ କରୁଛନ୍ତି।

   Related Posts