Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଲଭ୍, ସେକ୍ସ ଓ ଧୋକା : ପୋଲିସ ବାବୁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ, ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତା

7/07/2020 at 8:51 AM

ଖଲିକୋଟ, ୦୭|୦୭: ଖାକିରେ ଦାଗ । ପୋଲିସ ଅଧିକାରୀଙ୍କ ବିରୋଧରେ ଆସିଛି ଲଭ୍‌, ସେକ୍ସ ଓ ଧୋକାର ସଙ୍ଗୀନ ଅଭିଯୋଗ । ଦୀର୍ଘ ୨ ବର୍ଷ ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିବା ପୋଲିସ ବାବୁ ଆଉ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ଏପରିକି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଆଧାରରେ ମାମଲା ଗତ ୩ ତାରିଖରେ ରୁଜୁ ହୋଇଥିବା ବେଳେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଅଭିଯୋଗ ଅନୁଯାୟୀ, ଗତ ୨୦୧୭ରେ ଭେଜିପୁଟ ଫାଣ୍ଡି ଅଧିକାରୀ ଭୁବନେଶ୍ୱରଠାରେ ଥିବା ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀରେ ପ୍ରବେଶନାରୀ ଅଫିସର ରୂପେ ତାଲିମ ନେଉଥିବା ସମୟରେ ସେଠାର ଜନୈକା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ଯୁବତୀ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଯୁବତୀଙ୍କ ସୂଚନା ମୁତାବକ ବିଭିନ୍ନ ସମୟରେ ସେମାନେ ଏକତ୍ର ପୁରୀ, କୋଣାର୍କ, ନନ୍ଦନକାନନ ତଥା ଅନ୍ୟ ସ୍ଥାନ ବୁଲି ଯାଇଥିବା ବେଳେ ବହୁ ଥର ଏକାଠି ସିନେମା ଦେଖିଛନ୍ତି ଓ ମଲ୍‌ ବୁଲିଛନ୍ତି ଏବଂ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଏକାଧିକ ଥର ଶାରିରୀକ ସମ୍ପର୍କ ରଖିଛନ୍ତି। ଯୁବତୀ ଜଣକ ତାଙ୍କୁ ବାରମ୍ବାର ବିବାହ ପ୍ରସ୍ତାବ ଦେଇଛନ୍ତି । ଫାଣ୍ଡି ଅଧିକାରୀଙ୍କ ବାପା, ମାଆ ଯୁବତୀଙ୍କ ଘରକୁ ଆସି ବିବାହ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତି ମଧ୍ୟରେ ଫାଣ୍ଡି ଅଧିକାରୀଙ୍କର ଅନ୍ୟତ୍ର ବିବାହ ପାଇଁ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ଏ ସମ୍ପର୍କରେ ଯୁବତୀ ଜଣକ ଖଲ୍ଲିକୋଟ ଥାନାରେ ଏତାଲା ଦାଖଲ କରିଥିଲେ ।

ମାମଲା ଆଗକୁ ନବଢ଼ାଇ ଏତଲା ପ୍ରତ୍ୟାହାର କଲେ ତାଙ୍କୁ ବିବାହ କରିବେ ବୋଲି ଫାଣ୍ଡି ଅଧିକାରୀ କୁଆଡ଼େ କହିଥିଲେ। ଯୁବତୀ ରାଜି ହୋଇ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସିଆର୍‌ପିସି ୧୬୪ ଧାରାରେ ମାମଲା ଆଗକୁ ନବଢ଼ାଇବା ପାଇଁ ବୟାନ ରେକର୍ଡ କରିଥିଲେ । ପରେ ଫାଣ୍ଡି ଅଧିକାରୀ ବିବାହ ପାଇଁ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା ପରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଓ ଭୟଭୀତ ହୋଇ ଆଜି ନିଜ ଆତ୍ମୀୟ ସହ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟଙ୍କୁ ଭେଟି ସମସ୍ତ କଥା ଜଣାଇଥିଲେ । ଏ ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ।

   Related Posts