ପ୍ରେମ, ସମ୍ପର୍କ ଓ ଧୋକା : ନ୍ୟାୟ ଅପେକ୍ଷାରେ ମା’ ହୋଇଥିବା ପୀଡିତା ନାବାଳିକାରୁ ହେଲେଣି ସାବାଳିକା

Published By : Prameya-News7 Bureau | September 11, 2019 IST

ଜୟପୁର ୧୧।୦୯ : ବିବାହର ମିଛ ପ୍ରତିଶ୍ରୁତି ଦେଇ ସଂପର୍କ , ଆଉ ପ୍ରେମିକା ଗର୍ଭବତୀ ହେବା ପରେ  ଧୋକାବାଜ ପ୍ରେମିକ ଆଉ ଧରା ଛୁଆଁ ଦେଇନଥିଲା   । ପାଠପଢା ବୟସରେ ମା ହୋଇଗଲା ନାବାଳିକା । ସରକାରୀ ଡାକ୍ତରଖାନାରେ ପୀଡିତା ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ ହେଲେ ନାବାଳିକା ଦର୍ଶାଇ ମମତା ଯୋଜନାରେ  ଟଂକାଟିଏ ଦେଲାନି ପ୍ରଶାସନ । ଆଉ  ପକ୍ସୋ ଆକ୍ଟରେ ସେତେବେଳେ ମାମଲ ରୁଜୁ ହୋଇଥିଲେ ବି  ପୀଡିତା ଏବେ ସାବାଳିକା  । ବାପାଙ୍କ ଭଙ୍ଗା କୁଡିଆ ତଳେ ନିଜ ଭାଗ୍ୟକୁ ଆଦରି ସରକାରୀ କ୍ଷତି ପୂରଣ ଅପେକ୍ଷାରେ ଏହି କୁଆଁରୀ ମାଆ । ନ୍ୟାୟ ଅପେକ୍ଷାରେ ନାବାଳିକାରୁ ସାବିଳିକା ହେଲେଣି ।

{"id":156219}

ପ୍ରେମ, ପ୍ରଣୟ ଓ ଧୋକ୍କାର କରୁଣ  ଚିତ୍ର ଦେଖିବାକୁ ମିଳିଛି କୋରାପୁଟରେ । ନିଜ ଭାଗ୍ୟକୁ ଆଦରି ବାପାଙ୍କ ଭଂଗା କୁଡିଆ ତଳେ ବିତୁଛି ପୀଡିତାଙ୍କ ଜୀବନ । ପ୍ରେମିକର ମିଛ ପ୍ରତିଶ୍ରୁତି ଦେଇ ସଂପର୍କ ରଖିଲା ।  ପରେ ପ୍ରତାରଣାର ଶିକାର ହୋଇଥିଲେ ପୀଡିତା । ପୀଡିତାଙ୍କ କୋଳରେ   ଏବେ ବର୍ଷକର କୁନି ପୁଅ । ପୀଡିତାଙ୍କୁ  ମମତା ଯୋଜନାରେ ସାମିଲ କରାଯାଇଥିଲା ।  

{"id":156221}

ଜୟପୁର ସରକାରୀ ଡାକ୍ତରଖାନାରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ସେ । ହେଲେ ନାବାଳିକା ହୋଇଥିବାରୁ ମମତା ଯୋଜନାରେ ଟଙ୍କା ପାଇଲେନି ପୀଡିତା ।  ପୋକ୍ସୋ ଆକ୍ଟରେ ଜୟପୁର ସଦର ଥାନାରେ ଏନେଇ ମାମଲା ରୁଜ୍ଜୁ ହୋଇଥିଲା । ସରକାରଙ୍କ ତରଫରୁ ଟଙ୍କା ମିଳିବାର ଥିଲା । ହେଲେ କ୍ଷତିପୂରଣକୁ ଚାହିଁ ଚାହିଁ  ପୀଡିତା ଏବେ ନାବାଳିକାରୁ ସାବାଳିକା ହୋଇ ଗଲେଣି । ଭାଗ୍ୟକୁ ଆଦରୀ ପଡ଼ିରହିଛନ୍ତି କୋରାପୁଟ  ଜୟପୁର ନିକଟସ୍ଥ ଝିଲିମିଲିଗୁଡାର ଏହି ପୀଡିତା।

{"id":156223}

 ନବମ ଶ୍ରେଣୀରେ ପାଠ ପଢୁଥିବା ସମୟରେ   ଗାଁରେ ଶିବ ମାଝୀ ନାମକ ଜଣେ ଯୁବକଙ୍କ ସହ ପୀଡିତାଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ଗର୍ଭବତୀ ହୋଇପଡ଼ିଥିଲେ ପୀଡିତା । ଧୋକାବାଜ ପ୍ରେମିକ ଆଉ ଧରା ଛୁଆଁ ଦେଇ ନଥିଲା । ଗାଁରେ ବୈଠକ ନିଷ୍ପତ୍ତିକୁ ମାନିଲାନି ଅଭିଯୁକ୍ତ । ବାଧ୍ୟ ହୋଇ ଆଇନର ଆଶ୍ରୟ ନେଲେ ପୀଡିତା । ଆଇନ ଅନୁସାରେ ମାମଲା ସିନା ରୁଜୁ ହେଲା । ହେଲେ ସେହି ଆଇନ ଅନୁସାରେ କ୍ଷତି ପୂରଣ ନ ମିଳିବାରୁ ପୀଡିତା ଏବେ ଜିଲ୍ଲା ଶିଶୁ ମଂଗଳ ସିମିତିର ଦ୍ବାରସ୍ତ ହୋଇଛନ୍ତି ।

wp:html /wp:html {"id":156224}

 ଆଇନ ଅଛି ସତ । ହେଲେ ଏହି ପୀଡିତା ନ୍ୟାୟ ଏବଂ କ୍ଷତିପୂରଣ  ରାଶିରୁ ବଞ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.