ନିର୍ଯାତିତା ପୀଡିତାଙ୍କ ପରିବାରକୁ ବାସନ୍ଦ ଭୟ
7/09/2018 at 5:09 PM

ବୌଦ୍ଧ ୭/୯ : ଲଭ, ସେକ୍ସ ଆଉ ତାପରେ ଧୋକା । ଶେଷରେ ପରିବାରଙ୍କ ବାରଣ । ନିର୍ଯୟାତନାର ଶୀକାର ହୋଇଥିବା ପୀଡିତାଙ୍କ ପରିବାରଙ୍କୁ ଘାରିଛି ବାସନ୍ଦର ଭୟ । ନିଜ ଝିଅ ମାନଙ୍କୁ ଗ୍ରହଣ କରିବାକୁ ନାରାଜ ପରିବାର ଲୋକେ । ସେପଟେ ରାଜ୍ୟ ବାହାରେ ବିକ୍ରି ହୋଇଯିବା ଭୟରେ ଫେରି ପାରୁନାହାନ୍ତି ନିଜ ପରିବାର ପାଖକୁ । ପ୍ରଶାସନ କେବଳ ସୁଧାର ଗୃହରେ ଛାଡି ଦେଇି ତାର କାମ ସାରି ଦେଇଥତ୍ବାବଳେ ୧୮ ଜଣ ଯୁବତୀଙ୍କ ଭବିଷ୍ୟତ କୁ ନେଇ ଏବେ ଉଠିଛି ପ୍ରଶ୍ନ । ଏଭଳି ଏକ ଚିତ୍ର ସାମାନାକୁ ଆସିଛି ବୌଦ୍ଧ ଜିଲ୍ଲାର ଆବାସିକ ସୁଧାର ଗୃହରୁ ।
ୟେ ହେଉଛି ସେହି ଆବାସିକ ସୁଧାର ଗୃହ । ଏଠାରେ ଥିବା ମୋଟ ୩୦ ଜଣ ନିର୍ଯୟାତିତାଙ୍କ ମଧ୍ୟରୁ ୧୬ ରୁ ୨୨ ବର୍ଷ ମଧ୍ୟରେ ୧୮ ଜଣ ଯୁବତୀ ନିର୍ଯୟାତନାର ଶୀକାର ହୋଇ ଦିନ କାଟୁଛନ୍ତି । କିଏ ଅପହରଣ ତ ଆଉ କିଏ ବିବାହର ପ୍ରଲୋଭନ ପାଇ ପ୍ରେମିକ ସହିତ ଫେରାର ହେବାପରେ ଛଳନାର ଶିକାର ହୋଇଛନ୍ତି । ପ୍ରଥମେ ଲଭ୍ ତାପରେ ସେକ୍ସ ଆଉ ତାପରେ ପୁଣି ଧୋକା । ଶେଷରେ ପୁଣି ପରିବାରଙ୍କ ବାରଣ । ସତେ ଯେମିତି ସେମାନଙ୍କ ପାଇଁ ବେଡୀ ଉପରେ କୋରଡା ମାଡ । ବୟସର ପ୍ରଥମ ପାହାଚରେ ଗୋଡ ଯେ ଖସିଯିବ ତାହା କାହାକୁ ବା ଜଣା । ଜାତିରେ ଅଟକ, ସମାଜରେ ବାସନ୍ଦ ଭୟ ଘାରିଛି ପରିବାର ଲୋକଙ୍କୁ । ଯାହାକି ଉଦ୍ଧାର ପରେବି ପରିବାର ଲୋକେ ଗ୍ରହଣ କରିବାକୁ ନାରାଜ ନିଜ ରକ୍ତ ସଂପର୍କକୁ । ଏପରିକି ବାହାର ରାଜ୍ୟରେ ସେମାନଙ୍କୁ ବିକ୍ରି କରିବାକୁ ବି ପଛାଉ ନାହାନ୍ତି ପରିବାର ଲୋକେ ଯାହାକି ବାହାର ରାଜ୍ୟରେ ବିକ୍ରି ହୋଇଯିବା ଭୟରେ ପରିବାର ପାଖକୁ ଯିବାକୁ ଅମଙ୍ଗ ଥତ୍ବା ଅଭିଯୋଗ କରିଛନ୍ତି ଏହି ପୀଡିତାମାନେ ।
ତବେ ଏନେଇ ସୁଧାର ଗୃହର ସୁପରିଟେଣ୍ଡଣ୍ଟଙ୍କ ମଧ୍ୟ କହିବା କଥା ହେଉଛି ଜାତିପ୍ରଥାକୁ ନେଇ ସମାଜର ବାସନ୍ଦ ଭୟରେ ପ୍ରକୃତରେ ତାଙ୍କ ପରିବାର ଲୋକେ ନବାକୁ ଚାହୁଁ ନାହାନ୍ତି ଆଉ ଯଦିବି ନେବେ ତେବେ ବାହାର ରାଜ୍ୟରେ ବିକ୍ରି କରିଦେବେ ସେଥତ୍ପାଇଁ ଏମାନେ ଘରକୁ ଯିବାକୁ ଚାହୁଁ ନାହାନ୍ତି । ତେବେ ଆଜିର ଏହି ଆଧୁନିକ ସଭ୍ୟତାରେ ବି ବାସନ୍ଦର ମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି ସିନା ଥମିବାର ନାଁ ଧରୁନି । ଜାତିରେ ଅଟକ ଗାଁରେ ବାସନ୍ଦ ସମାଜ ପ୍ରତି କଣ ଏହା ଶୁଭଙ୍କର । ଏଥି ପ୍ରତି ଦାୟୀ କିଏ ? କାହାର ରହିଛି ଗୁରୁଦାୟିତ୍ୱ । ଯୋଉମାନେ କି ସମାଜ କଣ ଭଲ ଭାବରେ ଜାଣିନାହାନ୍ତି ଭଲମନ୍ଦର ବିଚାର ଶକ୍ତି ନାହିଁ ସେମାନେ ସମାଜର ବାସନ୍ଦ ପାଇଁ ବଳି ପଡିଛନ୍ତି ଆଉ ସେଇଟା ଗୋଟେ ନୁହେଁ କି ଦୁଇଟା ନୁହେଁ ଅଠର ଅଠର ଜଣ ଏହି ଅଳ୍ପ ବୟସର ଯୁବତୀମାନେ । ଯୋଉମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ମୟ । ଏହି ଘଟଣା ସଂପର୍କରେ ଆମେ ବୌଦ୍ଧ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।