ଲଭ୍, ସେକ୍ସ ଓ ଧୋକା : ନାବାଳିକା ହେଲେ ୫ମାସର ଗର୍ଭବତୀ

Published By : Prameya-News7 Bureau | August 27, 2019 IST

ଉଦଳା ୨୭|୮: ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକା ସହିତ ସଂପର୍କ ସ୍ଥାପନ କରିବା ପରେ ନାବାଳିକାଙ୍କୁ ଗର୍ଭବତୀ କରି ଏବେ ଯୁବକ ଫେରାର । ଅନ୍ଧ ବାପା ଝିଅକୁ ଧରି ଚାରିଆଡେ ସାହାଯ୍ୟ ପାଇଁ ବୁଲୁଥିବା ଦେଖିବାକୁ ମିଳିଛି । ପୋଲିସ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି ଜଣାଇଛନ୍ତି ଅନ୍ଧ ବାପା । ଉଦଳା ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । 

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଂଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ ପାଟପୁର ଅଂଚଳର ଜଣେ ଯୁବକ । ତେବେ ନାବାଳିକାଙ୍କୁ ୫ ମାସର ଅନ୍ତସତ୍ବା କରିବା ପରେ ଏବେ ଯୁବକ ଜଣଙ୍କ ବିବାହ ନିମନ୍ତେ ମନା କରିବା ସହିତ ଫେରାର ହୋଇଯାଇଛନ୍ତି । ଯାହାକି ନାବାଳିକାଙ୍କର ଅନ୍ଧ ବାପା ନ୍ୟାୟ ପାଇବା ଆଶାରେ ଉଦଳା ଥାନାରେ ଆଶ୍ରୟ ନେଇଥିଲେ । କିନ୍ତୁ ଥାନାରେ ଅଭିଯୋଗ ରଖିବାକୁ ମନା କରି ଦେବାରୁ ନିରାଶ ହୋଇ ଝିଅକୁ ସାଙ୍ଗରେ ଧରି ଘରକୁ ଫେରି ଯାଇଥିଲେ ଅନ୍ଧ ବାପା ।

ଗତକାଲି ଉଦଳା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଭେଟି ନିଜର ଗୁହାରି ଜଣାଇବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ନାବାଳିକାଙ୍କ ସହିତ ଲଭ, ସେକ୍ସ ଏବଂ ଧୋକା କରି ଯୁବକ ଏବେ ଫେରାର ହୋଇଯାଇଛନ୍ତି । ପୋଲିସ ଉକ୍ତ ନାବାଳିକାଙ୍କୁ କଣ ନ୍ୟାୟ ଦେଉଛି ତାହାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.