ଲଭ୍‌-ସେକ୍ସ-ଧୋକା : ଯୁବତୀଙ୍କୁ ପ୍ରେମ ବିବାହ କରି ଛାଡି ପଳାଇଲା ଯୁବକ !

Published By : Prameya-News7 Bureau | December 19, 2019 IST

ସୋର ୧୯।୧: ଲଭ-ସେକ୍ସ-ଧୋକା । ପ୍ରେମ, ପ୍ରେମରୁ ଶାରିରୀକ ସମ୍ପର୍କ ଓ ପରେ ବିବାହ ଶେଷରେ ମିଳିଲା ଧୋକ୍କା । ଜଣେ ଯୁବକ ଏଭଳି ଭାବେ ଯୁବତୀଙ୍କର ସରଳତାର ସୁଯୋଗ ନେଇ କରିଛି ପ୍ରତାରଣା। ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଖନ୍ତାପଡା ଥାନା ଅଞ୍ଚଳରେ ।

{"id":199541,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ତିହିଡି ଅଞ୍ଚଳର ଗରିବ ବାପାର ଝିଅ ବିସ୍ମିତା (ଛଦ୍ମନାମ) ୨୦୧୮ ମସିହାରେ ନର୍ସିଂ ତାଲିମ ନେବା ପାଇଁ ବାଲେଶ୍ବର ଆସିଥିଲେ । ସେଠାରେ ଏକ ହୋଟେଲରେ କାର୍ଯ୍ୟ କରୁଥିବା ଖନ୍ତପଡା ଥାନା ପଣପଣା ଅଞ୍ଚଳର ଯୁବକଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।

{"id":199542,"sizeSlug":"large"}

ବିବାହର ପ୍ରତିଶ୍ରୁତି ଦେଇ ବିସ୍ମିତାଙ୍କ ସହ ଶାରିରୀକ ସଂପର୍କ ମଧ୍ୟ ରଖିଥିଲା ସଂପୃକ୍ତ ଯୁବକ । ଏହାପରେ ବିସ୍ମିତା ଅର୍ଥାଭାବରୁ ଅଧାରୁ ନର୍ସିଂ ତାଲିମ ଛାଡି ଖନ୍ତାପଡା ଚିଙ୍ଗୁଡି ଫ୍ୟାକ୍ର୍ଟିରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଲାଗିଲେ । ସଂପୃକ୍ତ ଯୁବକ ଜଣଙ୍କ ବିସ୍ମିତାଙ୍କୁ ପୁରୀରେ ରଥଯାତ୍ରା ସମୟରେ ବିବାହ କରିଥିଲେ ।

{"id":199543,"sizeSlug":"large"}

ପରେ ସଂପୃକ୍ତ ଯୁବକର ଅସଲ ରୂପ ପଦାରେ ପଡିଲା । ବିସ୍ମିତାଙ୍କ ସହିତ ପ୍ରତାରଣା କଲା ସଂପୃକ୍ତ ଯୁବକ । ଖନ୍ତାପଡା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟ ଆଈଙ୍କ ଘରେ ବିସ୍ମିତାଙ୍କୁ ଛାଡି ଯୁବକ ଜଣଙ୍କ କେଉଁଆଡେ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ବିସ୍ମିତା ।

{"id":199544,"sizeSlug":"large"}

ଯୁବକ ଜଣଙ୍କ ଖୁବ୍ ଶୀଘ୍ର ଦ୍ବିତୀୟ ବିବାହ କରିବା ପାଇଁ ଚକ୍ରାନ୍ତ କରୁଥିବା ନେଇ ବିସ୍ମିତା ଖନ୍ତାପଡା ଥାନାରେ ଗତ ୨ ତାରିଖରୁ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ମାତ୍ର ଏପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ନେଉନଥିବା ବିସ୍ମିତା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.