Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||

ଫେସବୁକ୍ ପ୍ରେମରୁ ପ୍ରତାରଣା : ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ, ମାଡ ମାରି ଜବରଦସ୍ତ କରାଇଲେ ଗର୍ଭପାତ… ଶୁଣନ୍ତୁ କ’ଣ କହୁଛନ୍ତି ପୀଡିତା…

19/08/2020 at 11:55 AM

ପଟ୍ଟାମୁଣ୍ଡାଇ ୧୯।୮: ଫେସବୁକ୍ ପ୍ରେମରୁ ମିଳିଲା ଧୋକା । ପ୍ରଥମେ ଫେସବୁକ୍ ମାଧ୍ୟମରେ ହେଲା ପ୍ରେମ ଆଉ ତାପରେ ହେଲା ସାକ୍ଷାତ । ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଶେଷରେ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି ଯୁବକ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲାର ଜଣେ ଯୁବତୀଙ୍କର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମିଁଜାଉଣିର ଯୁବକଙ୍କୁ ସହ ଫେସବୁକ୍ ମାଧ୍ୟମରେ ପରିଚୟ ହୋଇଥିଲା । ତେବେ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଏହାପରେ ଉଭୟେ ଶାରିରୀକ ସମ୍ପର୍କ ରଖିଥିଲେ ।

ଅଭିଯୋଗ ଅନୁଯାୟୀ ଯୁବତୀ ଜଣଙ୍କ ଗର୍ଭବତୀ ମଧ୍ୟ ହୋଇଥିଲେ । କିନ୍ତୁ ସମ୍ପୃକ୍ତ ଯୁବକ ଯୁବତୀଙ୍କୁ ଜୋର ଜବରଦସ୍ତ ଔଷଧ ଦେଇ ଗର୍ଭପାତ କରାଇଦେଇଥିଲେ । ପରେ ଯୁବତୀ ଜଣଙ୍କୁ ବାହାହେବାକୁ କହି ସଂପୃକ୍ତ ଯୁବକ ନିଜ ଗାଁକୁ ନେଇଯାଇଥିଲେ । ଆଉ ସେଠାରେ ଯୁବତୀଙ୍କୁ ମାଡ ମାରିବା ସହିତ ମାରିଦେବାକୁ ଉଦ୍ୟମ କରିଥିବା ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । 

ଯୁବତୀ  ଜଣଙ୍କ ଏ ସଂପର୍କରେ ପଟ୍ଟାମୁଣ୍ଡାଇ ପୋଲିସକୁ ଫୋନ୍ ଯୋଗେ କହିବାରୁ ପଟ୍ଟାମୁଣ୍ଡାଇ ପୋଲିସ ଯୁବତୀଙ୍କୁ ସମ୍ପୃକ୍ତ ଯୁବକଙ୍କ ଘରୁ ଉଦ୍ଧାର କରିଥିଲା । ଏହାସହ ଯୁବତୀଙ୍କ ଏତଲାକୁ ଭିତ୍ତି କରି ୩୦୭/୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସଂପୃକ୍ତ ଯୁବକଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଶୁଣନ୍ତୁ କ’ଣ କହୁଛନ୍ତି ପୀଡିତା…

   Related Posts