Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରେଜିଷ୍ଟ୍ରି ମ୍ୟାରେଜ୍ ପରେ ବି ଧୋକା… ସ୍ବାମୀ ଘର ଆଗରେ ଅନଶନରେ ବସିଛନ୍ତି ସ୍ତ୍ରୀ

20/12/2019 at 11:50 AM

ଜଗତସିଂହପୁର ୨୦।୧୨: ପ୍ରେମ ବିବାହ କରିବା ପରେ ଧୋକା ଦେଲା ସ୍ବାମୀ । ପରିବାର ଲୋକ ଓ ଗାଁ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ନୋଟାରୀରେ ଯୁବତୀଙ୍କୁ ବିବାହ କରିବା ପରେ ଏବେ ଆଉ ଧରା ଛୁଆଁ ଦେଉନି ଯୁବକ । ଶେଷରେ ନିରାଶ ହୋଇ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି ଯୁବତୀ । ବୋହୂର ସ୍ବିକୃତୀ ଦେଇ ଘରକୁ ନେବା ଜିଦରେ ଯୁବତୀ ଜଣଙ୍କ ଅଟଳ ଥିବା ବେଳେ ପ୍ରେମିକ ଓ ତାର ପରିବାର ଲୋକେ ଘର ଛାଡି ଫେରାର ହୋଇଯାଇଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ।

ସୂଚନାଯୋଗ୍ୟ ଯେ, ବାଲିକୁଦା ଥାନା ଅଞ୍ଚଳର ଜଣେ ଯୁବକ ୪ ବର୍ଷ ପୂର୍ବରୁ କଲେଜରେ ପାଠ ପଢିବା ବେଳେ ଅନନ୍ତପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କ ସହପାଠିନୀ ଥିଲେ ।  ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ମଧ୍ୟ ରଖିଆସୁଥିବା ପୀଡିତା ଯୁବତୀ ଅଭିଯୋଗ କରିଛନ୍ତି । କଥା ପ୍ରଘଟ ହେବା ପରେ ଗତ ମାସେ ପୂର୍ବରୁ ଉଭୟ ପରିବାର ପକ୍ଷ ବସି  ଉଭୟଙ୍କ ବିବାହ କରିବାକୁ ସ୍ଥିର କରିଥିଲେ ।

ମାତ୍ର କିଛି ଦିନ ପରେ ପୁଅ ଘର ପକ୍ଷ ଆଉ ଧରାଛୁଆଁ ଦେଇ ନଥିଲେ । ଫଳରେ ନିରୁପାୟ ହୋଇ ଯୁବତୀ ଜଣଙ୍କ ବାଲିକୁଦା ଥାନାର ଆଶ୍ରୟ ନେବା ପରେ ଉଭୟ ପକ୍ଷ ମଧ୍ୟସ୍ଥି ବସି ଗତ ମାସ ନଭେମ୍ବର ୧୯ ତାରିଖରେ  ନୋଟାରୀରେ ରେଜିଷ୍ଟ୍ରି ମ୍ୟାରେଜ ହୋଇଥିଲା । ହେଲେ ଏକ ମାସ ବିତିଯାଇଥିଲେ ମଧ୍ୟ  ଯୁବକ ଓ ତାଙ୍କର ପରିବାର ଲୋକେ ଆଉ ଧରା ଛୁଆଁ ଦେଉ ନାହଁ।ନ୍ତି ।  ଫଳରେ ବାଧ୍ୟ ହୋଇ ଯୁବତୀ ଜଣଙ୍କ ନିଜ ଘର ଛାଡି ଯୁବକଙ୍କ ଘର ସମ୍ମୁଖରେ ଆସି ୪ ଦିନ ହେଲା ଧାରଣାରେ ବସିଛନ୍ତି । ଯୁବତୀ ଜଣଙ୍କ ଧାରଣାରେ ବସିବା ପରେ ଯୁବକଙ୍କ ପରିବାରଲୋକ ଘର ଛାଡି କୁଆଡେ ଫେରାର ହୋଇଯାଇଛନ୍ତି ।

ଯୁବକଙ୍କ  ପରିବାର ଲୋକେ ଯୁବତୀ ଓ ତାଙ୍କ ବାପାଙ୍କୁ  ଗାଳି ଗୁଲଜ କରିବା ସହିତ ଖରାପ ବ୍ୟବହାର କରି ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି  । ତେବେ ଗତ ୪ ଦିନ ହେଲା ଯୁବତୀ ଜଣଙ୍କ ନ ଖାଇ ନ ପିଇ ଯୁବକଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ଯୁବତୀଙ୍କର ଯଦି କିଛି ଅସୁବିଧା ହୁଏ ତାହେଲେ ସେଥିପାଇଁ ଯୁବକଙ୍କ ପରିବାରଲୋକ ଦାୟୀ ରହିବେ ବୋଲି ତାଙ୍କ ବାପା କହିଛନ୍ତି ।

ଅନ୍ୟପଟେ ଯୁବକଙ୍କ ବଡ ବାପା କୋର୍ଟ ମ୍ୟାରେଜର ଏକ ବର୍ଷ ପରେ ବେଦୀରେ ବିବାହ ହେବ ବୋଲି କହିବା ସହ ଏବେ ପୁଅ କୁଆଡେ ଚଲି ଯାଇଥିବାରୁ ଆମେ କିଛି କରିପାରିବୁ ନାହିଁ ବୋଲି କହିଛନ୍ତି । ଏ ଘଟଣାରେ ପୋଲିସ କିଛି କହିବା ପାଇଁ ମନା କରି ଦେଇଥିବା ବେଳେ ଯୁବତୀ ଜଣଙ୍କ କିପରି ଉଚିତ୍ ନ୍ୟାୟ ପାଇବେ ସେ ବାବଦରେ ପଦକ୍ଷପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

   Related Posts