ପ୍ରେମ ଆଳରେ ଇଜ୍ଜତ ଲୁଟିଲା ସରପଞ୍ଚ ବାବୁଙ୍କ ପୁଅ, ପାଓ୍ବାର ଦେଖି ପଛଉଛି ପୋଲିସ : ପୀଡିତା ଆଣିଲେ ଲଭ୍-ସେକ୍ସ-ଧୋକ୍କାର ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | April 29, 2021 IST

ଭଦ୍ରକ ୨୯।୪: ପ୍ରଥମେ ପ୍ରେମ, ତା ପରେ ଶାରୀରିକ ସମ୍ପର୍କ । ପରେ ବାହା ହେବାର ପ୍ରତିଶ୍ରୁତି ଦେଇ ସାଙ୍ଗରେ ନେଇଯାଇଥିଲେ । ଭୁବନେଶ୍ବରରେ କିଛି ଦିନ ନିଜ ବନ୍ଧୁଙ୍କ ଘରେ ରଖିବା ପରେ ପୁଣି ଆଣି ନିଜ ଘର ପାଖରେ ଛାଡିଚାଲିଗଲେ । ପରେ ଯୁବତୀ ଜଣଙ୍କ ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଅଭିଯୁକ୍ତ ସରପଞ୍ଚଙ୍କ ପୁଅ ହୋଇଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ନେଇ ଏସପିଙ୍କୁ ଭେଟିଛନ୍ତି ପୀଡ଼ିତା ଓ ତାଙ୍କ ପରିବାର ।

ସୂଚନାଯୋଗ୍ୟ ଯେ, ଯୁବତୀ ଜଣଙ୍କ ସରପଞ୍ଚଙ୍କ ପୁଅ ସହ ପ୍ରେମ ସମ୍ପର୍କ ଥିଲା । ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ତାଙ୍କୁ ବିବାହ ପାଇଁ ଘରୁ ସାଙ୍ଗରେ ନେଇ ଭୁବନେଶ୍ଵରରେ ବନ୍ଧୁ ଘରେ ରଖିଥିଲେ । କିନ୍ତୁ ବିବାହ ନକରି ପୁଣି ଯୁବତୀଙ୍କୁ ସାଙ୍ଗରେ ଆଣି ତାଙ୍କ ଘରେ ଛାଡି ପଳାଇଥିଲେ । ଯୁବତୀ ଜଣଙ୍କ ଏନେଇ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଯୁବତୀ । ଏନେଇ ନିଜ ପରିବାର ଲୋକଙ୍କ ସହ ଭଦ୍ରକ ଏସପିଙ୍କ ଦ୍ଵାରସ୍ଥ ହୋଇ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.