Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପ୍ରେମ ପରେ ପ୍ରତାରଣା : ଗର୍ଭବତୀ ଯୁବତୀଙ୍କୁ ଛାଡି ପଳାଇଲା ବିବାହିତ ଯୁବକ

10/03/2020 at 9:32 AM

ଆଠଗଡ୧୦।୩: ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ । ବିବାହ କରି ଗର୍ଭବତୀ ସ୍ତ୍ରୀକୁ ଛାଡି ଚାଲିଗଲେ ଯୁବକ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅଠରନଳା ଅଞ୍ଚଳର ଜଣେ ଅନାଥ ଯୁବତୀ ସହ । ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିବା ପରେ ଯୁବତୀଙ୍କୁ ଛାଡି ଚାଲିଯାଇଛନ୍ତି ଡ୍ରାଇଭର ସ୍ବାମୀ । ପୂର୍ବରୁ ସେ ବିବାହିତ ବୋଲି ଜାଣିବା ପରେ ଏବେ ଚଡକ ପଡିଛି ଯୁବତୀଙ୍କ ମୁଣ୍ଡରେ । ଏଭଳି ଧୋକ୍କା ନେଇ ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଅଠରନଳା ଅଞ୍ଚଳର ଜଣେ ଯୁବତୀ ସିଲାଇ କାମ କରୁଥିଲେ । ସେଠାରେ ଡ୍ରାଇଭର ଭାବେ କାମ କରୁଥିବା ଆଠଗଡ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଯୁବକ ଜଣଙ୍କ ତାଙ୍କୁ ନିଜ ଘରକୁ ନନେଇ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଭଡା ନେଇ ରଖିଥିଲେ । ତେବେ ଗତ ଏକ ମାସ ଧରି ଯୁବକ ଜଣଙ୍କ ଯୁବତୀଙ୍କୁ ଟ୍ରକରେ ସାଙ୍ଗରେ ନେଇ ବୁଲିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଗତ ୧୦ ଦିନ ତଳେ ଯୁବତୀଙ୍କୁ ଜଗତପୁରଠାରେ ଛାଡ଼ି ଫେରାର ହୋଇଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି ।

ସଂପୃକ୍ତ ଯୁବକଙ୍କୁ ଖୋଜି ଖୋଜି ଯୁବତୀ ଜଣଙ୍କ ତାଙ୍କ ଘରେ ପହଞ୍ଚିଥିଲେ । ମାତ୍ର ସେଠାରେ ଯାହା ଜାଣିବାକୁ ପାଇଥିଲେ ତାଙ୍କ ଗୋଡ ତଳୁ ମାଟି ଖସିଯାଇଥିଲା । ସଂପୃକ୍ତ ଯୁବକ ଜଣଙ୍କ ବିବାହିତ ଏବଂ ତାଙ୍କର ଦୁଇଟି ପିଲା ଅଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇ ସଂପୃକ୍ତ ଯୁବକଙ୍କ ଘରେ ପହଞ୍ଚିଲା ପରେ ତାଙ୍କ ପରିବାର ଲୋକ ଯୁବତୀଙ୍କୁ ମାଡମାରିବା ସହିତ ତାଙ୍କର ବିବାହ ସମ୍ପର୍କିତ ସମସ୍ତ କାଗଜପତ୍ର ଓ ଫଟୋ ସବୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି ।

ଶେଷରେ ସ୍ଥାନୀୟ ଲୋକେ ଆଶ୍ବସ୍ତି ଫାଉଣ୍ଡେସନକୁ ଖବର ଦେଇଥିଲେ । ଖବର ପାଇ ଆଶ୍ବସ୍ତି ଫାଉଣ୍ଡେସନର ସମ୍ପାଦିକା ବିଜୟଲକ୍ଷ୍ମୀ ମହାପାତ୍ର ଯୁବତୀଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ପରେ ଯୁବତୀଙ୍କୁ ନେଇ ସେ ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି ।

   Related Posts