Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ଲଭ୍, ସେକ୍ସ, ଧୋକ୍କା

16/06/2018 at 5:00 AM

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ । ଆଉ ଏବେ ଅନ୍ୟତ୍ର ବିବାହ କରିବାକୁ କରୁଛନ୍ତି ପ୍ରସ୍ତୁତି । ଏହି ଘଟଣା ଜଣାପଡିବା ପରେ ଯୁବତୀ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଗତ ୯ ବର୍ଷ ତଲେ ସୋର ମୁନିସିପାଲିଟର ଜଣେ ଯୁବତୀ ମୟୁରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳରେ ଏକ ଟେଲରିଂ ଦୋକାନ କରିଥିଲେ । ସେହି ଅଞ୍ଚଳର ସାଗରାମ ମୁର୍ମୁଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ବିବାହର ପ୍ରତିଶ୍ରୁତି ଦେଇ ସାଗରାମ ରାଜ୍ୟର ବିଭିନ୍ନ ସ୍ଥାନ ଯେପରିକି ପୁରୀ, ଦିଘା, ଧାମରା, ସମ୍ବଲପୁର, ଫୁଲବାଣୀ ନେଇ ଶାରିରୀକ ସମ୍ପର୍କ ରଖିଲେ । କେବଳ ଏତିକି ନୁହେଁ ୨ ଥର ଗର୍ଭପାତ ମଧ୍ୟ କରାଇଛନ୍ତି ସାଗରାମ । ଆଉ ଏବେ ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ପ୍ରତାରିତ ପ୍ରେମିକ । ଦୁଇ ଦିନ ପରେ ତାଙ୍କର ବାହାଘର । ଏହି ଖବର ଜାଣିବା ପରେ ପ୍ରତାରଣାର ଶିକାର ଯୁବତୀ ବାଲେଶ୍ବର ଜାଗୃତି ନାରୀ ସଂଘର ସହାୟତାରେ ସୋର ଥାନାରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

   Related Posts