ଲଭ୍ ..ସେକ୍ସ.. ଧୋକାର ଆଉ ଏକ ଛାତିଥରା ହତ୍ୟାକାଣ୍ଡ, ଡ଼ାକ୍ତର ପ୍ରେମିକ ପାହାଡ଼ରୁ ଠେଲି ମହିଳାଙ୍କୁ କଲେ ହତ୍ୟା

Published By : Prameya-News7 Bureau | January 23, 2019 IST

ଗୋରଖପୁର ୨୩/୧- ପରକୀୟା ପ୍ରେମ ପାଇଁ ମହିଳାଙ୍କର ଗଲା ଜୀବନ । ଡ଼ାକ୍ତର ପ୍ରେମିକ ସାଜିଲେ ହତ୍ୟାକାରୀ । ପ୍ରେମିକାରୁ ସ୍ତ୍ରୀର ମାନ୍ୟତାଦେଇ କିଛିଦିନ ରହିଲା ପରେ ସାଙ୍ଗ ସହ ମିଶି କଲେ ହତ୍ୟା ।

{"id":77310}

ଏହିଭଳି ଛାତିଥରା ହତ୍ୟାକାଣ୍ଡ ଘଟିଛି ଗୋରଖପୁର ଆର୍ଯ୍ୟନ ହସପିଟାଲ ଅଂଚଳରେ । ଡ଼ାକ୍ତର ଧର୍ମେନ୍ଦ୍ର ପ୍ରସାଦ ସିଂ ଓରଫ ଡ଼ିପି ସିଂ ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ । ଚତୁରତାର ସହ ଖସିଯିବାକୁ ଚେଷ୍ଟା କରୁଥିବା ଡ଼ିପି ସିଂକୁ ପୋଲିସ ଗିରଫ କଲାପରେ ସବୁ ଘଟଣାର  ହୋଇଛି ଫର୍ଦ୍ଦାଫାଶ ।

ରାଖୀ ଶ୍ରୀବାସ୍ତବ ନାମକ ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗେଏ ଡ଼ିପି ସିଂକୁ ଗିରଫ କରିଛି ପୋଲିସ । ରାଖୀ ୨୦୧୧ ମସିହାରେ ନିଜ ବାପାଙ୍କୁ  ମହେନ୍ଦ୍ରଙ୍କ କ୍ଲିନିକକୁ ନେଇ ଯାଇଥିଲେ । ରାଖୀଙ୍କ ବାପା ଦୁରାରୋଗ୍ୟରେ ପୀଡ଼ିତ  ଥିଲେ । ସେହି କାରଣରୁ ରାକ୍ଷୀଙ୍କୁ ଅନେକ ସମୟରେ ତାଙ୍କ ବାପାଙ୍କୁ ନେଇ ଧର୍ମେନ୍ଦ୍ରଙ୍କ କ୍ଲିନିକକୁ ଦେଖାଇବାକୁ ଯାଉଥିଲେ । ଏହି ଯିବାଆସିବା ଭିତରେ ରାକ୍ଷୀଙ୍କ ସହ ଧର୍ମେନ୍ଦ୍ରଙ୍କ ପ୍ରେମ ସଂପର୍କ ଯୋଡ଼ି ହୋଇଯାଇଥିଲା ।

ରାକ୍ଷୀଙ୍କୁ ସବୁଦିନ ପାଇଁ  ନିଜର କରିବାକୁ ଧର୍ମେନ୍ଦ୍ର ତାଙ୍କୁ ବିବାହ କରିଥିଲେ । ବିବାହ କରିବାପରେ ତାଙ୍କୁ ନେଇ ତାଙ୍କ କ୍ଲିନିକ ନିକଟରେ ଏକ ଘର ଭଡ଼ାନେଇ ରଖିଥିଲେ ।

ଡ଼ାକ୍ତର ଧର୍ମେନ୍ଦ୍ର ରାକ୍ଷୀଙ୍କୁ ବିବାହ କରିବା ପରେ ତାଙ୍କର ଡ଼ିମାଣ୍ଡ ଦିନକୁଦିନ ବଢ଼ି ଚାଲିଥିଲା । ରାକ୍ଷୀ ମଧ୍ୟ ଧର୍ମେନ୍ଦ୍ରକୁ ବାହାରକୁ ବୁଲିଯିବା କିମ୍ବା ବଡ଼ବଡ଼ ହୋଟେଲରେ ପାର୍ଟି ମନେଇବାକୁ ସବୁବେଳେ କହୁଥିଲା । ଧର୍ମେନ୍ଦ୍ର ରାକ୍ଷୀ ସୁନ୍ଦର ଥିବାରୁ ନା ଛାଡ଼ି ପାରୁଥିଲା ନା ତା ଅତ୍ୟାଚାରରୁ ମୁକ୍ତି ପାଇପାରୁଥିଲା ।

ରାକ୍ଷୀ  ଓ ଧର୍ମେନ୍ଦ୍ର ମଧ୍ୟରେ ତାପରେ ସଂପର୍କର ଫାଟ ସୃଷ୍ଟି ହେଲା । ରାକ୍ଷୀ ମନିଷ ସିଂ ନାମକ ଜଣେ ଯୁବକକୁ ବିବାହ କରିଗଲେ । ବିବାହ ପରେ ସେମାନେ ଗୟା ବିହାର ଅଂଚଳକୁ ଚାଲିଯାଇଥିଲେ ।

 ବିବାହ ପରେ ରାକ୍ଷୀ ଡ଼ାକ୍ତରଙ୍କ ସହ ସଂପୂର୍ଣ୍ଣ ସଂପର୍କ କାଟି ନ ଥିଲେ । ରାକ୍ଷୀକୁ ଡ଼ାକ୍ତର ଧର୍ମେନ୍ଦ୍ର ନେପାଳର ୨୦୧୮ ମସିହା ଫେବୃଆରୀରେ ସାରଙ୍ଗ କୋଟ ନେଇ ବୁଲିବାକୁ ଯାଇଥିଲେ । ଡ଼ାକ୍ତର ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଜଣେ ବନ୍ଧୁ ମହେନ୍ଦ୍ର ମଧ୍ୟ ଥିଲେ । ସାରଙ୍ଗ କୋଟରେ ଥିବା ଏକ ପାହାଡ଼ରେ ଡ଼ାକ୍ତର ଧର୍ମେନ୍ଦ୍ର ଓ ତାଙ୍କ ସାଙ୍ଗ ମଦ ପିଇବା ସହିତ ରାକ୍ଷୀଙ୍କୁ ମଦ ପିଆଇଥିଲେ । ମଦନିଶାରେ ରାକ୍ଷୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଚାହୁଁଥିବା ଧର୍ମେନ୍ଦ୍ର ପାହାଡ଼ ଉପରୁ ଠେଲି ଦେଇଥିଲେ । ରାକ୍ଷୀକୁ ପାହାଡ଼ରୁ ଠେଲି ମାରିଦେବା ପରେ ସେହି ସ୍ଥାନ ଛାଡ଼ି ଚାଲିଆସିଥିଲେ ।

ରାକ୍ଷୀ ନିଖୋଜଥିବା ନେଇ ତାଙ୍କ ଭାଇ ଥାନାରେ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ଡ଼ାକ୍ତର ସଂପୃକ୍ତ ଥିବା କଥା ସେ ଏତାଲାରେ ଦର୍ଶାଇଥିଲେ । ପୋଲିସର ଡ଼ାକ୍ତରଙ୍କ ଉପରେ ସନ୍ଦେହ ହେବାରୁ ଥାନାରେ ଆଣି ପଚରାଉଚରା କରିଥିଲା ।  ତା ପରେ ଡ଼ାକ୍ତର ଏହି ହତ୍ୟାକାଣ୍ଡ ସହ ସଂପୃକ୍ତ ବୋଲି ଜାଣିବା ପରେ ଗିରଫ କରିବା ସହ ସାଙ୍ଗ ମହେନ୍ଦ୍ରକୁ ମଧ୍ୟ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.