ଦୁଇ କନେଷ୍ଟବଳଙ୍କ ପ୍ରେମ କାହାଣୀ .. ଠକିଲେ ବୋଲି ବନ୍ଧାହେଲେ

Published By : Prameya-News7 Bureau | December 17, 2019 IST

ଭଦ୍ରକ ୧୭।୧୨: ଖାକିରେ ପୁଣି ଦାଗ । ପୋଲିସକୁ ଠକିଛି ପୋଲିସ । ଜବରଦସ୍ତ ପ୍ରତାରଣା ମାନେ ଲଭ –ସେକ୍ସ- ଧୋକ୍କା । ସହକର୍ମୀ ମହିଳା କନେଷ୍ଟବଳଙ୍କ  ପ୍ରେମରେ ଉବୁଟୁବ ହେବାପରେ ତାଙ୍କୁ ପ୍ରତାରଣା କରିଥିବା  ଅଭିଯୋଗରେ ପ୍ରେମିକ କନଷ୍ଟେବଳ ଗିରଫ । ଅଭିଯୁକ୍ତ କନେଷ୍ଟବଳ ହେଉଛନ୍ତି ଭଦ୍ରକ ଟାଉନ ଥାନା ରେ କାର୍ଯ୍ୟରତ  ଜଗତପତି ହାଁସଦା । ତାଙ୍କୁ ଗିରଫ କରିଛି ପୋଲିସ ।

{"id":198805,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଜଣେ ମହିଳା କନଷ୍ଟେବଳଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିବା ନେଇ ଥାନାରେ ଏତଲା ଦେଇଥିଲେ ମହିଳା କନେଷ୍ଟବଳ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରିଛି । କନେଷ୍ଟବଳଙ୍କ ନାମ ଜଗତପତି ହାଁସଦାଙ୍କୁ ଗରିଫ କରିବା ପରେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.