Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେସବୁକ ଜରିଆରେ ନେପାଳର ବିବାହିତା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ ଭାରତୀୟ ଯୁବକ : ତା’ପରେ କ’ଣ ହେଲା ଜାଣନ୍ତୁ

24/08/2019 at 10:51 AM

ଗୋରଖପୁର ୨୪/୮: ଫେସବୁକରେ ଜଣେ ବିବାହିତା ଯୁବତୀଙ୍କ ସହ ପ୍ରେମ ହେବା ପରେ ଜଣେ ଯୁବକ ତାଙ୍କୁ ଭେଟିବା ପାଇଁ ନେପାଳ ଚାଲିଯାଇଥିଲେ। କେବ, ଏତିକି ନୁହେଁ ଯୁବତୀ ମଧ୍ୟ ନିଜ ଘର ଛାଡ଼ି ତାଙ୍କ ସହ ବାହାରି ପଡ଼ିଲେ। କିନ୍ତୁ ବର୍ଡ଼ରରେ ସେମାନେ ଧରା ପଡ଼ିଥିଲେ। ଯୁବତୀଙ୍କୁ ତାଙ୍କ  ପରିବାର ଲୋକଙ୍କ ଉପସ୍ଥିତିରେ ନେପାଳ ପୋଲିସ୍ ଜିମାରେ ଦେବା ପରେ ସୋନୈାଲି ପୋଲିସ୍ ଯୁବକଙ୍କୁ ଆଗକୁ ଏପରି ନକରିବାକୁ ଚେତାବନୀ ଦେଇ ଛାଡ଼ି ଦେଇଥିଲା। ଏହି ମାମଲା ଏବେ ଜୋର ଧରିଛି।

ମହାରାଜଗଞ୍ଜର ନୌତନଓ୍ବାର ଖୋରିଆ ବଜାରର ଜଣେ ଯୁବକଙ୍କ ଫେସବୁକ୍ ମାଧ୍ୟମରେ ନେପାଳର ରୂପେନ ଦେହୀ ନାମ୍ନୀ ଜଣେ ବିବାହିତା ଯୁବତୀଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି କଥାବାର୍ତ୍ତା ପ୍ରେମରେ ବଦଳି ଯାଇଥିଲା। ଗତ ଗୁରୁବାର ରାତିରେ ଏହି ଯୁବତୀଙ୍କୁ ଭେଟିବାକୁ ନେପାଳ ଚାଲିଯାଇଥିଲେ। ଯୁବତୀ ମଧ୍ୟ ନିଜ ଘର ଛାଡ଼ି ଯୁବକଙ୍କ ସହ ବାହାରି ପଡ଼ିଥିଲେ। ଯୁବତୀଙ୍କ ପରିବାରଲୋକେ  ଏହି କଥା ଜାଣିବାରୁ ସେମାନେ ଯୁବତୀଙ୍କୁ ଖୋଜୁ ଖୋଜୁ ସୀମା ଆଡ଼କୁ ଯାଇଥିଲେ। ଯୁବତୀଙ୍କ ବାପା ସୋନୌଲି ପୋଲିସକୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ।

ଏହାର ସୂଚନା ପାଇ ପୋଲିସ୍ ନେପାଳରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ଆରମ୍ଭ କରି ଦେଇଥିଲା। ବିଳମ୍ବିତ ରାତିରେ ଉକ୍ତ ଯୁବକ ଯୁବତୀଙ୍କ ସହ ନେପାଳ ଆଡ଼କୁ ଆସୁଥିବା ଦେଖାଯାଇଥିଲା। ଯୁବତୀଙ୍କ ବାପା ତାଙ୍କ ଝିଅକୁ ଚିହ୍ନିବାରୁ ପୋଲିସ୍ ଯୁବତୀଙ୍କୁ ଧରିଥିଲେ। କିନ୍ତୁ ଯୁବକ ପୋଲିସକୁ ଦେଖି ଦୈାଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ପୋଲିସକର୍ମୀମାନେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ।

ପୋଲିସଙ୍କ ସହ କଥାବାର୍ତ୍ତାବେଳେ ଯୁବତୀଙ୍କ ବାପା କହିଥିଲେ ଯେ ତାଙ୍କ ବିବାହ ହୋଇ ସାରିଛି ଏବଂ ସେ ରାକ୍ଷୀ ପୂର୍ଣ୍ଣିକାରେ ଘରକୁ ଆସିଥିଲେ।

   Related Posts