Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ବୋଲ ମାନିଲାନି ମା’ର ମନ: ଗୋଟେ ମୁହୂର୍ତ୍ତ ବି ଛୁଆକୁ ଛାଡି ରହି ପାରିଲାନି, ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ଦୌଡିଲା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

19/12/2020 at 3:50 PM

ମାଲକାନଗିରି୧୯/୧୨: ମା’ ଶବ୍ଦ ଠାରୁ ବଡ଼ ଶବ୍ଦ ଦୁନିଆରେ କିଛି ନାହିଁ, କାରଣ ମା’  ନାମ ହିଁ ମମତାର ପ୍ରମାଣ । ଆଉ ସମସ୍ୟା ଯେତେବି ଆସୁ ପରିସ୍ଥିତି ଯାହା ମଧ୍ୟ ହେଉ ମା’ କେବେ ବି ନିଜ ଛୁଆକୁ  ନିଜ ଠାରୁ ଦୂର ହେବାକୁ ଦେଇନଥାଏ । ଏସବୁ କଥା ଆମେ ଆପଣଙ୍କୁ ଖାଲି କଥାରେ କହୁ ନାହୁଁ ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି। ଯାହା ଆପଣ ମାନେ ଦେଖିଲେ ଆପେ ଆପେ ବୁଝି ଯିବେ ଯେ ସତରେ ମା’ ର ପ୍ରେମ ଠାରୁ କିଛି ମଧ୍ୟ ବଡ଼ ନାହି ଦୁନିଆରେ। ଏହି ଦୃଶ୍ୟକୁ ଦେଖନ୍ତୁ….

ଏ ଦୃଶ୍ୟ ହିଁ କହୁଛି ମା’ର ମମତାର କଥା । ନିଜ ଛୁଆକୁ କୌଣସି ମତେ ଏକା ଛାଡିବାକୁ ନାରାଜ ମା । ମାଲକାନଗିରି ଜିଲ୍ଲାରେ କିଛି ଏଭଳି ଦୃଶ୍ୟ ଗତକାଲି ରାତିରେ ଦେଖିବାକୁ ମିଳିଥିଲା । ଜିଲ୍ଲା ସଦର ମହକୁମାରେ ଏକ ଗାଡି ଧକ୍କାରେ ଗୁରୁତର ରୂପେ ଆହତ ହୋଇଥିଲା ଗୋଟିଏ ବାଛୁରି । ଆହତ ବାଛୁରିକୁ ଚିକତ୍ସା ନିମନ୍ତେ  ଗାଡି ମାଲିକ ଜଣଙ୍କ ଏକ ଟ୍ରଲି ରିକ୍ସା ଯୋଗେ ମାଲକାନଗିରି ପଶୁ ଚିକିତ୍ସାଳୟକୁ ନେଇଥିଲେ। ହେଲେ ମା’ ଗାଈ ନିଜ ଛୁଆକୁ କୌଣସି ମତେ ଏକା ଛାଡିନଥିଲା ଘଟଣାସ୍ଥଳରୁ  ପ୍ରାୟ ଏକ କିଲୋମିଟର ରାସ୍ତା ଟ୍ରଲି ପଛରେ ଦୌଡିଥିଲା । ଟ୍ରଲିର ଗତି ସହ ମା ଗାଈଟି ତାଳ ଦେଇ ଯାଇ ପାରୁନି ସତ। କିନ୍ତୁ ନିଜର ସମସ୍ତ ବଳ ଖର୍ଚ୍ଚ କରି ଛୁଆ ନିକଟକୁ ଯାଉଛି । ଭିଡ ରାସ୍ତାରେ ଯାନବାହାନକୁ ପଛରେ ପକାଇ ନିଜ ଛୁଆ ନିକଟକୁ ଆଗେଇ ଚାଲିଛି ।  

ଗୋଟିଏ ପ୍ରାଣୀ ହୋଇ ବି ଦେଇଛି ମା’ ର ମମତା ର ପ୍ରମାଣ । ଯେଉଁଠି ମଣିଷ କେବେ ନିଜ ମା’ ଉପରେ ଅତ୍ୟାଚାର କରୁଛି ତ ପୁଣି କେବେ ମା’- ବାପା ନିଜ ସନ୍ତାନ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ସେଭଳି ସମାଜ ପାଇଁ ଏହି ଚିତ୍ର ହିଁ ଆଜି ଅନେକ କିଛି ବୟାନ କରୁଛି।

   Related Posts