Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ପ୍ରେମକୁ ସୀକୃତି, ସୁଧାରଗୃହ ରହିଲା ସାକ୍ଷୀ : ଦେଢ ବର୍ଷ ପରେ ପଡିଲା ହାତଗଣ୍ଠି

9/06/2020 at 4:48 PM

କେନ୍ଦ୍ରାପଡା ୦୯।୦୬:  ପ୍ରେମ ମାନେନା ବାଧା କି ବନ୍ଧନ। ଜାତି ଧର୍ମ ଓ ସମ୍ପ୍ରଦାୟରୁ ପ୍ରେମକୁ ଅକଟାଇ ପାରେନି । ଏମିତି ଏକ ପ୍ରେମୀ ଯୁଗଳଙ୍କ ନିଆରା ବିବାହ କେନ୍ଦ୍ରାପଡା ସହରରେ ଥିବା ସୁଧାର ଗୃହର ପରିବେଶକୁ କେବଳ ଆନନ୍ଦମୁଖ କରିନି ବରଂ ସ୍ମରଣୀୟ କରିଦେଇଛି ।  ପରସ୍ପରଠାରୁ ପ୍ରାୟ ଦେଢ ବର୍ଷ ଅଲଗା ରହିବା ପରେ  ପ୍ରେମୀ ଯୁଗଳଙ୍କ ମିଳନ ହୋଇଛି,  ଅଗ୍ନିକୁ  ସାଖି ରଖି ଉଭୟଙ୍କ ହାତଗଣ୍ଠି ପଡିଛି । 

ପ୍ରେମର ପଥରୋଧ କାଠିକର  ଏବଂ ଅସଫଳ ଏକଥା ପ୍ରମାଣ କରି ଦେଖାଇଛନ୍ତି କେନ୍ଦ୍ରାପଡାର ପ୍ରେମୀଯୁଗଳ କମାରଖଣ୍ଡି ଗଁ।ର ଲିଟୁନା ବହେରା ଓ ଅଚୁୟତ ପୁର ଗଁ।ର ଗାୟତ୍ରୀ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କ ବାହାଘର ସହର ମଧ୍ୟରେ ଥିବା ଏକ ସୁଧାର ଗୃହ ପରିସରରେ ଅନୁଷ୍ଠିତ ହୋଇଛି । ୨୦୧୯ ମସିହାରେ ଲିଟୁନା ନାବାଳିକା ଗାୟତ୍ରୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ। ଗାୟତ୍ରୀଙ୍କ ପରିବାର ଲୋକେ ଆଇନର ଆଶ୍ରୟ ନେବା ପରେ ଗାୟତ୍ରୀଙ୍କୁ ଉଦ୍ଧାର କରି ପୋଲିସ ସୁଧାର ଗୃହରେ ରଖିଥିଲା । ନିକଟରେ ଗାୟତ୍ରୀ ଆଇନ ଅନୁଯାୟୀ ସାବାଳିକା ହେବା ପରେ ସୁଧାର ଗୃହ ପରିସରରେ ବଡ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ଏହି ନିଆରା ବିବାହ।

ଉଭୟଙ୍କ ବିବାହକୁ ଗାୟତ୍ରୀ ପରିବାର ସ୍ବୀକୃତି ଦେଇ ନଥିଲେ। ଫଳରେ ଏହି ବିବାହ ଉତ୍ସବରେ ଲିଟୁନାଙ୍କ ପରିବାର ଲୋକେ ସାମିଲ ହୋଇଥିଲେ। ସୁଧାର ଗୃହର କର୍ତ୍ତୃପକ୍ଷ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷଙ୍କ ଉଦ୍ୟମରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ଏହି ନିଆରା ବିବାହ ଉତ୍ସବ ଦେଖିବା ପାଇଁ ଅନ୍ତେବସୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବିବାହ ଉତ୍ସବ ପରିଚାଳନା ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। 

   Related Posts