Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଶଳା କାଟିଦେଲା ଭିଣୋଇ ମୁଣ୍ଡ, ବେକରେ ଦଉଡ଼ି ଦେଇ ଝୁଲିପଡ଼ିଲା ଭଉଣୀ

12/03/2021 at 7:07 PM

ନୂଆଦିଲ୍ଲୀ ୧୨/୦୩: ନିଜ ଭଉଣୀ ମୁଣ୍ଡରୁ ସିନ୍ଦୂର ପୋଛିଦେଲା ଭାଇ। ଭଉଣୀର ପ୍ରେମ ବିବାହରେ ଖୁସି ନଥିବା ଭାଇ ହେଲା ରକ୍ତମୁଖା। ରାଗରେ ଜର୍ଜରିତ ହୋଇ ନିଜ ଭିଣୋଇଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଥାନାରେ ପହଞ୍ଚିଲା ଶଳା। କଟାମୁଣ୍ଡ ଦେଖି ପୋଲିସ ତାଜୁବ ହୋଇଥିବା ବେଳେ ନିଜ ସ୍ବାମୀଙ୍କ ବିଭତ୍ସ ହତ୍ୟା ଖବର ଶୁଣି ଅବାକ ହୋଇଯାଇଥିଲେ ପତ୍ନୀ। ସ୍ବାମୀଙ୍କ ହତ୍ୟା ପରେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ତ୍ରୀ। ଘଟଣାଟି ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅନ୍ତର୍ଗତ ତିଲାଓ୍ବାରା ଘାଟ ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଧିରଜ ଶୁକ୍ଳା ଏବଂ ପରିବାର ଲୋକଙ୍କୁ ସନ୍ଦେହ ଥିଲା ଯେ, ତାଙ୍କ ଝିଅଙ୍କୁ ଅନ୍ୟ ଏକ ଜାତିର ପୁଅ ବୃଜେଶ ବର୍ମନ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିଛି। ଏହାକୁ କେନ୍ଦ୍ର କରି ଶୁକ୍ରବାର ସକାଳେ ଧିରଜ ଶୁକ୍ଳା ଏବଂ ବୃଜେଶଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିବା ପୋଲିସ କହିଛି। ଝଗଡ଼ା ଉଗ୍ରରୂପ ଧାରଣ କରିବା ପରେ ଧିରଜ ରାଗରେ ଘରୁ କୁରାଢ଼ୀ ଆଣି ବୃଜେଶଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ହାତକୁ ଏବଂ ପରେ ମୁଣ୍ଡକୁ ହାଣି ପକାଇଥିଲା ଅଭିଯୁକ୍ତ।

ହତ୍ୟା କରିବା ପରେ ମୃତକଙ୍କ କଟା ମୁଣ୍ଡ ଏବଂ କୁରାଢ଼ୀ ଧରି ଥାନାରେ ପହଞ୍ଚିଥିଲା ଧିରଜ। ସ୍ବାମୀଙ୍କ ହତ୍ୟା ଖବର ଶୁଣିବା ପରେ ବାପ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିଯୁକ୍ତର ଭଉଣୀ। ତେବେ ୨୬ ଫେବୃଆରୀରେ ଯୁବତୀ ଜଣଙ୍କ ବୃଜେଶଙ୍କୁ ବିବାହ କରିଥିବା ନେଇ ଥାନାରେ ଜଣାଇଥିବା ଥାନାଧିକାରୀ ସତିଶ ପଟେଲ କହିଛନ୍ତି। ୪ ଦିନ ପୂର୍ବରୁ ଯୁବତୀଜଣଙ୍କ ନିଜ ବାପ ଘରକୁ ଯାଇଥିଲେ। ତାର ଠିକ ୧୪ ଦିନ ପରେ ସବୁ କିଛି ଶେଷ ହୋଇଯାଇଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ମୃତକ ବୃଜେଶଙ୍କ ସମ୍ପର୍କରେ ସୂଚନା ଦେଇ କହିଛି, ୨ ମାସ ପୂର୍ବେ ସେ ଧିରଜ ଶୁକ୍ଳା ପୂଜାଙ୍କୁ ନେଇ ପଳାଇଥିଲେ। ସେମାନେ ଲୁଚି ଛତିଶଗଡ଼ ଯିବା ପରେ ପ୍ରେମ ବିବାହ କରିଥିଲେ। ପରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା।

   Related Posts