Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବ୍ୟବସାୟରେ କ୍ଷତି ହେବାରୁ ସ୍ତ୍ରୀକୁ ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ବାମୀ, ୩ ବର୍ଷ ତଳେ ଧୋକା ଦେଇ କରିଥିଲା ବିବାହ

15/04/2021 at 4:59 PM

ଲକ୍ଷ୍ନୌ ୧୫/୪: ରାକ୍ଷସ ସ୍ବାମୀ ! ବ୍ୟବସାୟରେ କ୍ଷତି ହେଲା ବୋଲି ନିଜ ସ୍ତ୍ରୀକୁ ଦେହ ବେପାର କରିବାକୁ ବାଧ୍ୟ କରୁଥିଲା। ଏଥିରେ ସ୍ତ୍ରୀ ସହମତି ପ୍ରକାଶ ନକରିବାକୁ ମାରପିଟ୍‌ କରୁଥିଲା ସ୍ବାମୀ। କେବଳ ସେତିକି ନୁହେଁ ସ୍ତ୍ରୀକୁ ତିନ୍‌ ତଲାକ୍‌ ଦେବ ବୋଲି ମଧ୍ୟ ଧମକ ଦେଉଥିଲା। ଏଥିରେ ଅତିଷ୍ଠ ହୋଇ ପୀଡ଼ିତା ଥାନାରେ ଏତଲା ଦେଇଛନ୍ତି। ଏପରି ୨୦୧୮ରୁ ଚାଲିଆସିଥିବା ବେ​ଳେ ଏବେ ମହିଳାଜଣଙ୍କ ମୁହଁ ଖୋଲିଛନ୍ତି।

ଅଭିଯୁକ୍ତ ୨୦୧୮ରେ ପ୍ରେମ ଜାଲରେ ଫସାଇ ଜଣେ ବିଧବାଙ୍କୁ ବିବାହ କରିଥିଲା। ନକଲି ପିତା-ମାତାଙ୍କ ସାହାରା ନେଇ ମହିଳାଙ୍କୁ ବିବାହ କରିଥିଲା ଅଭିଯୁକ୍ତ। ଏନେଇ ମହିଳା ଆପତ୍ତି କରିବାରୁ ଅଭିଯୁକ୍ତ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲା। କିନ୍ତୁ ଏହା ପରେ ଦୁର୍ବ୍ୟବହାର ଆହୁରି ବଢ଼ିଥିଲା। ବ୍ୟବସାୟରେ ଘାଟା ହେବାରୁ ଅଭିଯୁକ୍ତ ନିଜ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ମହିଳା ଜଣଙ୍କ ଏଥିରେ ରାଜି ନହେବାରୁ ମାରପିଟ କରିବା ସହ ଟ୍ରିପଲ ତଲାକ ପାଇଁ ଧମକ ଦେଉଥିଲା ଅଭିଯୁକ୍ତ।

ଯନ୍ତ୍ରଣା ଅସହ୍ୟ ହେବାରୁ ପୀଡ଼ିତା ଲକ୍ଷ୍ନୌର ଠାକୁରଗଞ୍ଜ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଠାକୁରଗଞ୍ଜର ଡାଲିଗଞ୍ଜରେ ରହୁଥିବା ବେଳେ ଲକଡାଉନ୍‌ ସମୟରେ ତାର ବ୍ୟବସାୟରେ କ୍ଷତି ହୋଇଥିବା ଜଣାପଡ଼ିଛି। କିନ୍ତୁ ବ୍ୟବସାୟର କ୍ଷତି ଭରଣା କରିବାକୁ ନିଜ ସ୍ତ୍ରୀଙ୍କୁ ବନ୍ଧୁମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା କେଉଁ ପ୍ରକାର ମାନସିକତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସେପଟେ ପୋଲିସ ମାମଲାକୁ ଗୁରୁତର ସହ ନେଇ ଛାନଭିନ ଚଳାଇଥିବା ଏଡିସିପି ରାଜେଶ ଶ୍ରୀବାସ୍ତବ କହିଛନ୍ତି।

   Related Posts