ପ୍ରେମ, ବିବାହ ପରେ ଧୋକା – ଗର୍ଭବତୀ ସ୍ତ୍ରୀକୁ ଛାଡି ପଳାଇଲା ସ୍ୱାମୀ

Published By : Prameya-News7 Bureau | September 21, 2019 IST

ଭୁବନ ୨୧।୦୯ - ପ୍ରଥମେ ଦେଖା,ପରେ ପ୍ରେମ ଆଉ ତାପରେ ହେଲା ବିବାହ । ଆଉ ଏହାର କିଛି ଦିନ  ପରେ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । ୩ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ପାଳାଇଗାଲା ସ୍ୱାମୀ । ନ୍ୟାୟ ପାଇଁ ପୋଲିସ ନିକଟରେ ଅଭିଯୋଗ ହୋଇଛି । କିନ୍ତୁ ଦିନ ପରେ ଦିନ ଗଡୁଛି ହଲେ କାର୍ଯୟାନୁଷ୍ଠାନ ଶୂନ ।

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା  ମହୁଲପାଳ ଗ୍ରାମ ମଝିସାହିର ଅଶୋକ ସାହୁଙ୍କ ପୁଅ ତ୍ରିଲୋଚନ ସାହୁ, ବୟସ  ୨୪ ବର୍ଷ, ସେ ଏକ ପ୍ରାଇଭେଟ ଫାଇନାସ୍ କମ୍ପାନୀ ରେଯାଜପୁର ଅଂଚଳରେ  କାମ କରୁଥିଲେ । ଆଜକୁ ପ୍ରାୟ ଦେଢ ବର୍ଷ ତଳେ ଯାଜପୁର ଜିଲ୍ଲା କୋରେଇ ଥାନା ଗୋରଖପୁର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢିଥିଲା ।ପରେ ଉଭୟଙ୍କ  ବିବାହ ବିରଜା ମନ୍ଦିର ରେ  କରାଇଥିଲେ । ଶାଶୁ ଘରେ କିଛି ଦିନ କାଟିବା ପରେ ଦୁହେଁ ସ୍ବାମୀ ସ୍ତ୍ରୀ ଯାଜପୁର ଜିଲ୍ଲା ଦାନଗଦୀରେ ଘର ଭଡା ନେଇ ରହିଥିଲେ । ଆଉ ଏହାର କିଛି ଦିନ  ପରେ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । ସାମାନ୍ୟ ସାମାନ୍ୟ କାଥାକୁ ନେଇ ଉଭୟ ଙ୍କ ମଧ୍ୟରେ ପ୍ରାୟ ସମୟରେ ଝଗଡା ହେଉଥିଲା ।ଆଜକୁ ପ୍ରାୟ ଅଢେଇମାସ ହେବ ସ୍ତ୍ରୀକୁ ସେଠାରେ ଛାଡି କେଉଆଡେ ପାଳାଇଗଲା ସ୍ବାମୀ ତ୍ରିଲୋଚନ ।

କବିତା ଓ ତାର ପରିବାର ବହୁ ଖୋଜାଖୋଜି କାରିବା ପରେବି  ବିଫଳ ହୋଇଥିଲେ । କେଉଠିବି ତ୍ରିଲୋଚନର ଟେର ପାଇନଥିଲେ  । ପରେ ଉପାୟ ଶୂନ୍ୟହୋଇ ୩ ମାସର ଗର୍ଭବତୀ ଥିବା ସ୍ତ୍ରୀ  ଶାଶୁ ଘରକୁ ପଳାଇ ଆସିଥିଲେ   । ଶାଶୁ ଘର ଲୋକେ ତାକୁ ଘରେ ପୁରେଇ ଦେଇନଥିଲେ ଏବଂ ମାଡ ମାରି  ସେଠାରୁ ତଡି ମଧ୍ୟ ଦେଇଥଲେ । ପରେ  ସ୍ତ୍ରୀ  ଓ ତାର  ପରିବାର ଲୋକେ ଭୁବନ ଥାନାର ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଥିଲେ ।ଗତ ୧୬  ତାରିଖରୁ ଅଭିଯୋଗ ହୋଇଥିଲେ ବି ଏ ପର୍ଯୟନ୍ତ ପୋଲିସ କୈଣସି କାର୍ଯ।ନୁଷ୍ଠାନ ଗ୍ରହଣ କରିନାହିଁ । ପୁଅର ମାଆ ବିବାହ ବିଷୟରେ ସେ କିଛି ଜାଣିୁନଥିବା କହିଛନ୍ତି , ତାଙ୍କ ପୁଅ ଯଦି ମନ୍ଦିର କିମ୍ବା କୋର୍ଟରେ ବିବାହ କରିଥିବ ତବେ ପୁଅ ଫେରିବା ପରେ କହିଲେ ସେ କବିତାକୁ ବୋହୁ ରୁପେ ଗ୍ରହଣ କରିବେ । ସେପଟେ ଏନେଇ ପୋଲିସର କୈ।ଣସି ପ୍ରତିକ୍ରିୟା ମିଳିପାରିନାହିଁ  । ପ୍ରେମ କରି ବିବାହ କରିଥିବା ଗର୍ଭବତୀ ସ୍ତ୍ରୀ ଏବେ ନ୍ୟାୟ ପାଇଁ ଅପେକ୍ଷା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.