ଲଭ୍ ଜିହାଦ ଅଧ୍ୟାଦେଶ ଉପରେ ରହିତାଦେଶ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ, କହିଲେ- 'ଏହି ଆଇନର ସାମ୍ବିଧାନିକ ବୈଧତା ଯାଞ୍ଚ୍ କରିବେ'

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ,୦୬/୦୧: ଉତ୍ତର ପ୍ରଦେଶ ଲଭ ଜିହାଦ ସହ ଜଡିତ ଅଧ୍ୟାଦେଶ ପ୍ରସଙ୍ଗରେ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ଏହି ଅଧ୍ୟାଦେଶ ଉପରେ ବର୍ତ୍ତମାନ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି । ଏହାସହ କୋର୍ଟ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଲଭ ଜିହାଦ ଅଧ୍ୟାଦେଶକୁ ନେଇ ନୋଟିସ ଜାରି କରିଛନ୍ତି ।

କୋର୍ଟ ଏବେ ଏହି ଅଧ୍ୟାଦେଶରୁ ପରଖିବେ । ଏଥିପାଇଁ ମାନ୍ୟବର ଅଦାଲତ ରାଜ୍ୟ ସରକାରଙ୍କୁ ନୋଟିସ କରି ପକ୍ଷ ରଖିବାକୁ କହିଛନ୍ତି । ବୁଧବାର କୋର୍ଟରେ ଶୁଣାଣି ବେଳେ ସେଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଏହି ମାମଲାରେ ପୂର୍ବରୁ ହାଇକୋର୍ଟ ଶୁଣାଣି କରୁଛନ୍ତି । ହାଇକୋର୍ଟ ନଯାଇ ସିଧା ସୁପ୍ରିମକୋର୍ଟ ଆସିବାର କାରଣ କୋର୍ଟ ତାଙ୍କୁ ପରାରିଥିଲେ । ଏହାସହ ଆପତ୍ତି ପ୍ରକାଶ ମଧ୍ୟ କରିଥିଲେ କୋର୍ଟ ।

ଆବେଦନକାରୀ ନିଜ ଆବେଦନରେ କହିଛନ୍ତି ଯେ, ଅଧ୍ୟାଦେଶ ଉପରେ ତୁରନ୍ତ ରୋକ୍ ଲଗାଯାଉ । ଅନ୍ୟ ସଂପ୍ରଦାୟରେ ବିବାହ କରୁଥିବା ବ୍ୟକ୍ତିଙ୍କୁ ହଇରାଣ କରାନଯାଉ । ଲୋକଙ୍କୁ ବିବାହ ମଣ୍ଡପରୁ ଉଠାଇ ନିଆଯାଉଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ଉତ୍ତର ପ୍ରଦେଶ ସରକାର ଧର୍ମ ପରିବର୍ତ୍ତନ ସହ ଜଡିତ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏଥିରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବା, ଲୋଭ ଦେଖାଇ ବିବାହ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ ଜରିମାନା ପ୍ରାବଧାନ କରାଯାଇଥିଲା । ମଧ୍ୟପ୍ରଦେଶ ସରକାର ମଧ୍ୟ ଏପରି ଏକ ଅଧ୍ୟାଦେଶ ଜାରି କରିଥିଲେ । ଏଥିରେ ୫ ଲକ୍ଷ ଟଙ୍କା ଜରିମାନା ସହ ୧୦ ବର୍ଷର ଜେଲ ଦଣ୍ଡ ବାବଦରେ ଉଲ୍ଲେଖ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.