Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଲଭ ଜେହାଦ; ଧର୍ମ ପରିବର୍ତ୍ତନ କରି ତିନି ବର୍ଷ ଶାରୀରିକ ସଂପର୍କ ରଖିଲା ପରେ ଧୋକାଦେଲା ଯୁବକ

8/01/2019 at 7:51 PM

ଗ୍ରେଟର ନୋଇଡ଼ା ୮/୧- ଲଭ ଜେହାଦକୁ ନେଇ ପୁଣି ଦେଖାଦେଇଛି ବିବାଦ । ଦିଲ୍ଲୀର ଗ୍ରେଟର ନୋଇଡ଼ାରେ ଜଣେ ଯୁବତୀ ଏହି ଅଭିଯୋଗ ଆଣିବା ପରେ ପୋଲିସ ଯୁବକଙ୍କ ବିରୋଧରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

ଗ୍ରେଟର ନଏଡ଼ାର ୱେଷ୍ଟ ଅଂଚଳର ଥିବା ଏକ ସୋସାଇଟରେ ଦିଲସାଦ ନାମକ ମୁସଲମାନ ଯୁବକ ସହ ଏହି ଯୁବତୀଙ୍କ ପରିଚୟ ହୋଇଥିଲା । ଦିଲସାଦର ଏକ ପ୍ଲେସମେଣ୍ଟ ଏଜେନ୍ସି ଥିଲା । ଏହି ଏଜେନ୍ସି ମାଧ୍ୟମରେ ସେ ବିଭିନ୍ନ ସଂସ୍ଥାରେ ଚାକିରୀ ଯୋଗାଇ ଦେଉଥିଲା । ଯୁବତୀ ଚାକିରୀ କରିବା ପାଇଁ ସେହି ଏଜେନ୍ସିକୁ ଯାଇଥିବା ସମୟରେ ଦିଲସାଦ ସହ ପରିଚୟ ହୋଇଥିଲା । ତା ପରେ ସେମାନଙ୍କ ସଂପର୍କ ଭଲପାଇବାରେ ପରିଣତ ହେବାପରେ ବିବାହ କରିବାକୁ ବି ମନସ୍ଥ କରିଥିଲେ ।

ବିବାହର ପ୍ରତିଶୃତି ଦେଇ ଅଲସାଦ ଲିଭିଇନ୍‌ ରେ ରହିଥିଲେ । ଅଲସାଦ ବିବାହ କରିବାର ପ୍ରତିଶୃତି ଦେଇ ୩ ବର୍ଷ ଶାରୀରିକ ସଂପର୍କ ରଖିଥିଲା ।  ଏହି ଅବୈଧ ସଂପର୍କରୁ ମଧ୍ୟ ଛଅମାସ ତଳେ ଝିଅଟିଏ ଜନ୍ମ ହୋଇଥିଲା ।

ଯୁବତୀ ବିବାହ କରିବାକୁ ବାରମ୍ବାର କହୁଥିଲେ ମଧ୍ୟ ଦିଲସାଦ ବିଭିନ୍ନ ବାହାନା ଦେଖାଉଥିଲା । ବିବାହ କରିବାକୁ ଜିଦ୍ ଧରିବାପରେ  ଅଲସାଦ ଦିଲ୍ଲୀ ନେଇଆସିଥିଲା । ବିବାହ କରିବାକୁ ଧର୍ମ ମଧ୍ୟ ପରିବର୍ତ୍ତନ ପାଇଁ ଯୁବତୀଙ୍କୁ କରିଥିଲା । କିନ୍ତୁ ଦିଲ୍ଲୀରେ କିଛିଦିନ ରହିଲା ପରେ ଅଲସାଦ ଫେରାର ହୋଇଯାଇଥିଲା ।

ଏହି ଘଟଣାପରେ ଯୁବତୀ ଥାନାରେ ଏତାଲା ଦେଇଥିଲେ ।  ଯୁବତୀ ଆହୁରି ମଧ୍ୟ କହିଛନ୍ତି, ୬ ମାସର ଛୁଆକୁ ଧରି ଚଳିବା ସମ୍ଭବ ନୁହେଁ । ଏପରିକି ଚଳିବା ପାଇଁ ଟଂକାଟିଏ ପାଖରେ ନଥିବା ବେଳେ ପୋଲିସକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

   Related Posts