Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଜଜ୍ ସାହେବ ! ଭଲ ପାଇବା କଣ ମୋ ପାଇଁ ଅପରାଧ ଥିଲା …? ଆସନ୍ତୁ ଜାଣିବା କାହିଁକି ଝିଅଟି ଏପ୍ରଶ୍ନ ପଚାରିଲା ଜଜଙ୍କୁ

23/12/2018 at 8:35 PM

ମେରଠ ୨୩/୧୨- ବୈଶାଳୀକୁ ଜଣେ ଅପହରଣ କରିନେଇଛି । ଦିଲ୍ଲୀର ଜାଗୃତି ବିହାର ଥାନାରେ  ଏହି ଅଭିଯୋଗ ଆଣିଥିଲେ ବୈଶାଳୀର ବାପା । ତାଙ୍କ ଝିଅକୁ ରାହୁଲ ନାମକ ଜଣେ ଯୁବକ  ଅପହ୍‌ରଣ କରିଥିବା କଥା ସେ ମଧ୍ୟ ଅନ୍ଦାଜ ଲଗାଇ ଅଭିଯୋଗ କରିଥିଲେ। ଏହି ଘଟଣାର ଅଧିକ ତଦନ୍ତ ଦାବୀ କରୁଥିବା ବୈଶାଳୀର ପରିବାର ଥାନାରେ ହଙ୍ଗାମା କରିବା ପରେ  ଆଗକୁ ଯାଇପାରିଥିଲା ଏହି ଘଟଣା । 

ବୈଶାଳୀକୁ ଅପହରଣ କରିଥିବା ନେଇ ରାହୁଳଙ୍କ ପରିବାର ଉପରେ ପୋଲିସ ପକାଇଥିଲା ଚାପ । ବୈଶାଳୀକୁ ତାଙ୍କ ବାପା-ମାଆଙ୍କ ପାଖରେ ଜିମାଦେବାକୁ ଜୋରଜବରଦସ୍ତ ଭାବେ  ରାହୁଲର ପରିବାରକୁ କହିଥିଲା ପୋଲିସ । କୌଣସି ସିନେମାର କାହାଣୀ ପରି ହଠାତ ଆସି ଏସଏସପି କାର୍ଯ୍ୟାଳୟରେ ପହଂଚିଥିଲା ନିଜ ସ୍ଵାମୀ ଅଜୟସହ ବୈଶାଳୀ ।

ବୈଶାଳୀ ନିଜର ବୟାନରେ କହିଥିଲା, ସେ ଇଜିନିୟରିଂ ପଢ଼ିବାବେଳେ ଅଜୟ ସହ ପ୍ରେମ ହୋଇଯାଇଥିଲା । ଅଜୟ ଛୋଟଜାତିର ଥିବା କାରଣରୁ ବୈଶାଳୀର ପରିବାର ଲୋକେ ଏହି ବିବାହରେ ରାଜି ନ ଥିଲେ । ତେଣୁ ସେ ପରିବାର ଲୋକଙ୍କୁ ଛାଡ଼ି ଅଜୟ ସହ ପଳାଇଯାଇଥିଲା । ସେମାନେ ଗୁପ୍ତରେ ବିବାହ କରି ସାଥିହୋଇ ରହୁଥିଲେ ବୋଲି ବୈଶାଳୀ ପ୍ରକାଶ କରିଛି । କିନ୍ତୁ ଏହି ଘଟଣାକୁ ଅପହରଣର ରୂପ ଦେଇଥିଲେ ପରିବାର ଲୋକେ ।

ପରେ ଜାଣିବାକୁ ପାଇଲେ ରାହୁଲ ନୁହେଁ ଅଜୟ ବୋଲି ଜଣେ ନୀଚଜାତିର ଯୁବକ ତାଙ୍କ ଝିଅକୁ କରିଛି ବିବାହ । ସେଥିପାଇଁ ପରିବାର ଲୋକ ଅଜୟକୁ ଜୀବନରୁ ମାରିଦେବାକୁ ଖୋଜୁଥିଲେ । ସେଥିପାଇଁ ବୈଶାଳୀ ମଧ୍ୟ ନିଜର ସୁରକ୍ଷା ପାଇଁ ପୋଲିସକୁ ନିବେଦନ କରିଛି ।

କୋର୍ଟରେ ଜର୍ଜଙ୍କ ସାମନାରେ ଏଭଳି ବୟାନ ରଖିଛି ବୈଶାଳୀ । ଯାହା ଜର୍ଜ ଶୁଣି ତାଜୁବ ହୋଇଯାଇଛନ୍ତି ।

ଜର୍ଜସାହେବ ! ଭଲପାଇବା କଣ ଅପରାଧ ବୋଲି ଜଜ୍ ସାହେବଙ୍କୁ ନିଜର ଉତ୍ତର ଫେରାଇଥିଲା ବୈଶାଳୀ ।ସବୁକଥା ଶୁଣିସାରିବା ପରେ  ଶେଷରେ ଭଲପାଇବାକୁ ମୋହର ଲଗାଇଲେ ଜର୍ଜସାହେବ ।

ଏବେ ବୈଶାଳୀ ନିଜ ସ୍ଵାମୀ ଅଜୟସହ ଶାଶୁଘରକୁ ଚାଲିଯାଇଛି ।

   Related Posts