ମା’କୁ ଧକ୍କା ଦେଲା କାର, ଉଠିପଡି କାରକୁ ଗୋଇଠା ପରେ ଗୋଇଠା ମାରିଚାଲିଲା ପୁଅ…ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

Published By : Prameya-News7 Bureau | December 13, 2019 IST

ନିଜ ପିଲା ପ୍ରତି ମା ଯେମିତି ଯତ୍ନବାନ୍, ଠିକ୍ ସେମିତି ପିଲାମାନେ ମଧ୍ୟ ବାପା ମାଙ୍କ ପ୍ରତି ସେତିକି ଦାୟିତ୍ବବାନ୍ । ସବୁ ବିପଦ ଆପଦରୁ ଯେମିତି ମା ନିଜ ପିଲାକୁ ସୁରକ୍ଷା ଦେଇଥାଏ, ଠିକ୍ ସେମିତି ପିଲାମାନେ ମଧ୍ୟ ବାପ ମାଙ୍କ ପ୍ରତି ବିପଦ ପଡିଲେ ଲଢିବା ପାଇଁ ଆଗକୁ ଆସିଥାନ୍ତି । ଠିକ୍ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।
.

{"id":197326,"sizeSlug":"large"}

ରାଗରେ ଏହି ପିଲାଟି କେମିତି ଗାଡିକୁ ମାରିଥିଲା….ରାଗରେ ଜରଜର ପିଲାଟି ଏତେ ଜୋରରେ କାରଟିକୁ ମାରିଥିଲା ଯେ, ତାର ଗୋଡ଼ରେ ବି ଆଘତ ଲାଗିପାରେ ।

{"id":197327,"sizeSlug":"large"}

କିନ୍ତୁ ସେ ସବୁକୁ ଖାତିର କରି ନଥିଲା ପିଲାଟି । ନିଜ ପିଲାଟର କିଛି ହେଲେ ଯେମିତି ମା ଆଖିରୁ ଯେମିତି ନିଦ ହଜିଯାଏ, ଠିକ୍ ସେମିତି ମା ଦେହରେ ଆଘାତ ଲାଗିବାରୁ ପୁରା ଦୁନିଆ ସହ ଲଢିବାକୁ ଆଗକୁ ଆସିଛି ।

{"id":197328,"sizeSlug":"large"}

ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ଚାଇନାର । ନିଜ କୁନି ପୁଅକୁ ଧରି ରାସ୍ତା ପାରି ହେଉଥିଲେ ମା । ଠିକ୍ ଏହି ସମୟରେ ଏକ ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା ।

{"id":197329,"sizeSlug":"large"}

ଫଳରେ କାର୍ ସହମାଡ଼ ହେବା ପରେ ଛିଟିକି ହୋଇ ରାସ୍ତାରେ ତଳେ ପଡିଯାଇଥିଲେ ଉଭୟ ମା ପୁଅ । ଭାଗ୍ୟବସତଃ ଦୁଇଜଣଙ୍କ ଜୀବନ ବଂଚିଯାଇଥିଲା । ହେଲେ ମାଙ୍କ କଷ୍ଟ ଦେଖି ରାଗ ସମ୍ଭାଳିପାରିନଥିଲା ଏଇ କୁନି ପୁଅ ।

{"id":197331,"sizeSlug":"large"}

ପ୍ରଥମେ ମାକୁ ସମ୍ଭାଳିବା ପରେ ରାଗରେ କାରକୁ ବାରମ୍ବାର ଗୋଇଠା ମାରି ଚାଲିଥିଲା ।କାହା କଥା ଶୁଣିବାକୁ ନାରାଜ୍ ଥିଲା ପିଲାଟି । କାହିଁି କାରଟି ତା ମାକୁ କ୍ଷତି ପହଞ୍ଚାଇଲା ବୋଲି ସବୁ ରାଦ ଅଜାଡି ଦେଇଥିଲା ଏହି କାର୍ ଉପରେ । ଏହା ପରେ ଡ୍ରାଇଭର ଜଣଙ୍କ ବାହାରକୁ ଆସିବା ସହ ଉକ୍ତ ମହିଳାଙ୍କୁ ନିଜ କାରରେ ଡାକ୍ତରଖାନାକୁ ନେଇଥିଲେ ।

wp:core-embed/youtube {"url":"https://www.youtube.com/watch?v=NR-XrpiLpyU","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=NR-XrpiLpyU
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.