ପ୍ରଥମେ ପ୍ରେମ... ପରେ ଅଶ୍ଳୀଳ ଭିଡିଓ କ୍ଲିପ୍ ଭାଇରାଲ ଧମକ ଦେଇ ଅଙ୍ଗନଓ୍ଵାଡି କର୍ମୀଙ୍କୁ ଅପହରଣ

Published By : Prameya-News7 Bureau | March 07, 2021 IST

ଢେଙ୍କାନାଳ ୦୭।୦୩: ପ୍ରେମ ସମ୍ପର୍କ ପରେ ଉତ୍ତୋଳନ କରିଥିବା କିଛି ଭିଡିଓକୁ ଭାଇରାଲ କରିଦେବା ଧମକ ଦେଇ  ଅପହରଣ ହୋଇଥିବା ଜଣେ ଅଙ୍ଗନବାଡି କର୍ମୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣା ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଝାରଦା ଗ୍ରାମରେ ଘଟିଛି। ଅପହରଣ ହୋଇଥିବା ୨୩ ବର୍ଷୀୟା  ଅଙ୍ଗନବାଡି କର୍ମୀକୁ ଉଦ୍ଧାର କରିଛି ପୋଲିସ । ଘଟଣାରେ ଅପହରଣକାରୀ ଯୁବକଙ୍କୁ ଗିରଫ କରି ଗଁନ୍ଦିଆ ପୁକିସ ଘଟଣାର ତଦନ୍ତ କରୁଛି ।

{"id":419165,"sizeSlug":"large","linkDestination":"none"}

ସୂଚନା ମୁତାବକ, ଅପହରଣ ହୋଇଥିବା ଅଙ୍ଗନଓ୍ଵାଡି କର୍ମୀ ଜଣଙ୍କ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଂଚଳର ୨୩ ବର୍ଷୀୟା ଯୁବତୀ ବୋଲି ଜଣାପଡିଛି । ଏହି ଅଙ୍ଗନଓ୍ବାଡି କର୍ମୀଙ୍କ ସହ  ଭୁବନ ବିଜ୍ଞାପିତ ଅଞ୍ଚଳ ଓ୍ବାର୍ଡ ନଂ ୧୧ର ଜଗବନ୍ଧୁ ଗୁରୁ ନାମକ ଜଣେ ୨୬ ବର୍ଷୀୟ ଯୁବକଙ୍କ ପ୍ରେମ ସମ୍ପର୍କ ଚାଲିଥିଲା। ପରେ ଚଞ୍ଚକତା କରି ଯୁବକ ଜଣକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ। ପରେ ଯୁବକ ଜଣକ ଯୁବତୀର ପରିବାର ଲୋକଙ୍କୁ ମାରି ଦେବାର ଧମକ ଏବଂ ଯୁବତୀର ଅଶ୍ଳିଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏହା ପରେ ଗତ ୫ ତାରିଖରେ ଯୁବତୀଙ୍କୁ ଅପହରଣ କରି ନେଇଥିଲା ।

{"id":419166,"sizeSlug":"large","linkDestination":"none"}

ତେବେ ଅପହରଣ କରିନେଇଥିବା ଉକ୍ତ ଅଙ୍ଗନଓ୍ଵାଡି କର୍ମୀଙ୍କୁ ଯୁବକ ଗଁନ୍ଦିଆ ଥାନା ଅନ୍ତର୍ଗତ ଝାରଦା ଗ୍ରାମରେ ଜଗବନ୍ଧୁ ତାର ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲା। ତେବେ ଯୁବତୀ ଜଣଙ୍କ କୌଶଳକ୍ରମେ ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ଗଁନ୍ଦିଆ ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କୁ ଯୋଗାଯୋଗ କରିଥିଲା। ପରେ ଗନ୍ଦିଆ ପୋଲିସ ଝାଡଦା ଗ୍ରାମରେ ପହଞ୍ଚି ଅଙ୍ଗନଓ୍ଵାଡି କର୍ମୀଙ୍କୁ ଉଦ୍ଧାର କରିବା ସହିତ ଯୁବକ ଜଣକୁ ଗିରଫ କରିଛି। ଏ ସମ୍ପର୍କରେ ଗଁନ୍ଦିଆ ଥାନାରେ ଏକ ଅପହରଣ ଓ ଧମକ ଜନିତ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଡାକ୍ତରୀମାଇନା କରି  ଗିରଫ ଯୁବକ ଜଣକୁ କୋର୍ଟ ଚାଲାଣ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.