Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପ୍ରେମରେ ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ, ମହିଳାଙ୍କ ଘରେ ପଶି ଲଗାଇଲା ନିଆଁ

25/12/2020 at 4:11 PM

ଲକ୍ଷ୍ନୌ ୨୫/୧୨:  ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ସ୍ବିକାର ନକରିବାରୁ ପ୍ରେମିକାର ଘରେ ପଶି ନିଆଁ ଲଗାଇଦେଲା  ଯୁବକ। ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ମହିଳା ସ୍ବାମୀଙ୍କ ପାଖରୁ ଛାଡ଼ପତ୍ର ପାଇବା ପରେ ନିଜ ମା’ଙ୍କ ସହ ରହୁଥିଲେ।

ଉତ୍ତରପ୍ରଦେଶର ବାଜରଖାଲ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏକତରଫା ପ୍ରେମିକ ଚେତରାମ ପେଣ୍ଟିଂ କାମ କରୁଥିଲା। ୨୦୦୬ରୁ ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲା ଚେତରାମ। ଦୀର୍ଘ ୧୪ ବର୍ଷ ହେଲା ମହିଳାଙ୍କୁ ପ୍ରେମ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବି ଅଭିଯୁକ୍ତ କହିଛି। କିନ୍ତୁ ଏହାକୁ ମହିଳାଜଣଙ୍କ ପ୍ରତ୍ୟାଖାନ କରିଛନ୍ତି।

ମହିଳାଙ୍କ କହିବା ଅନୁସାରେ ଚେତରାମ ତାଙ୍କୁ ପ୍ରେମ ନିବେଦନ କରିଥିଲା କିନ୍ତୁ ସେ ମନା କରିଦେଇଥିଲେ। ମହିଳାଙ୍କ ପାଖରୁ ନା ଶୁଣିବା ପରେ ନିଜକୁ ସମ୍ଭାଳି ପାରିନଥିଲା ଚେତରାମ। ରାଗରେ ମହିଳାଙ୍କ ରୋଷେଇ ଘରେ ପଶି ପାଖ କୋଠରୀରେ କିରୋସିନ୍‌ ଢ଼ାଳି ନିଆଁ ଲଗାଇଦେଇଥିଲା। ମହିଳାଙ୍କ ଘରୁ ଧୂଆଁ ବାହାରୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି  ରୋଷେଇ ଘରେ ଥିବା ସିଲିଣ୍ଡର ବାହାର କରିବା ପରେ ଅଭିଯୁକ୍ତ ଚେତରାମକୁ ଗିରଫ କରିଥିଲା। ତେବେ ଚେତରାମ ବିବାହ କରିଥିବା ବେଳେ ମହିଳାଙ୍କୁ ହଇରାଣ କରୁଥିଲା ବୋଲି ପୋଲିସ କହିଛି।  

   Related Posts