ଫେସବୁକରେ ପରପୁରୁଷ ସହ ହେଲା ପ୍ରେମ, ବିବାହର ଦେଢ଼ ବର୍ଷପରେ ସ୍ଵାମୀକୁ ଛାଡ଼ି ପ୍ରେମିକସହ ଫେରାର ହୋଇଗଲେ ମହିଳା

Published By : Prameya-News7 Bureau | December 30, 2018 IST

ରୁଡ଼କୀ ୩୦/୧୨- ବିବାହର ଦେଢ଼ବର୍ଷ ପରେ ସ୍ଵାମୀକୁ ଛାଡ଼ି ମହିଳା ଫେରାର । ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ତା ପରେ ବିବାହିତା ମହିଳା ପ୍ରେମିକ ସହ ସାରାଜୀବନ ରହିବାକୁ ଛାଡ଼ିଲା ଘର । କଣଥିଲା ଘଟଣା ଆସନ୍ତୁ ଜାଣିବା ।

ବିବାହ ବେଦୀରେ ସାତକଳସ ଆଠଦୀପ, ଦଶଦିଗପାଳକୁ ସାକ୍ଷୀ ରଖି ଇହକାଳ ପରକାଳ ସାଥୀହୋଇ ରହିବାକୁ ସିନା ନିଷ୍ପତ୍ତି ନେଇଥିଲେ । ହେଲେ ଏ ନିଷ୍ପତ୍ତି ରହିଲାନି ସବୁଦିନ ପାଇଁ । ଫେସବୁକରେ ଚିହ୍ନା ହୋଇଥିବା ଯୁବକ ସହ ଘନିଷ୍ଠତା ବଢ଼ିଗଲାପରେ ପ୍ରେମ ହୋଇଗଲା । ଶେଷରେ ମହିଳା ନିଜ ସ୍ଵାମୀକୁ ଛାଡ଼ି ପଳେଇଲା ପ୍ରେମିକ ସହ ।

ଏହିଭଳି ଘଟଣା ଘଟିଛି ରୁଡ଼କୀର ନଜୀବାବାଦରେ । ବିବାହର ମାତ୍ର ଦେଢ଼ବର୍ଷ ଯାଏଁ ସବୁ ଠିକଠାକ ଥିଲା । ସେମିତି କିଛି ଅସୁବିଧା ନ ଥିଲା । କିନ୍ତୁ ଫେସବୁକ ଉଜାଡ଼ିଦେଲା ସଂସାର । ଫେସବୁକ ମାଧ୍ୟମରେ ଜଣେ ଯୁବକଙ୍କ ସହ ହେଲା ପରିଚୟ । ଏହି ପରିଚୟରୁ ବନ୍ଧୁତା, ତା ପରେ ପ୍ରେମ । ମହିଳା ଯୁବକଙ୍କ ସହ ଦିନରାତି ଚାଟିଂରେ ବ୍ୟସ୍ତ ରହୁଥିଲେ । କିଛିଦିନପରେ ଯୁବକ ମହିଲାଙ୍କୁ ଦେଖାକରିବାକୁ ରୁଡ଼କି ଆସିଥିଲେ । ଏହି ଘଟଣା ମହିଳାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ । ତା ପରେ ମହିଳାଙ୍କ ଉପରେ ପରିବାର ଲୋକଙ୍କର ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା । ମହିଳାଙ୍କୁ କୋଠରୀରେ ବନ୍ଦ କରି ରଖିଲେ । ମହିଳା ଓ ପ୍ରେମିକ ମିଶି ଯୋଜନା ତିଆରିକଲେ ।

{"id":68942,"width":590,"height":332}

ଦିନେ ରାତିରେ ମହିଳା ଯୁବକଙ୍କ ପାଖକୁ ପଳାଇଗଲେ । ଏହି ଘଟଣାପରେ ମହିଳାଙ୍କ ସ୍ଵାମୀ ଥାନାରେ ଏତାଲା ଦେଇଛନ୍ତି । ଏହି ଏତାଲାରେ ଦର୍ଶାଇଛନ୍ତି ଯେ ,ମହିଳା ଘରୁ ଲୁଚି ପଳାଇଯିବାବେଳେ ସୁନାଗହଣା ,ଟଂକା ସହ ଅନ୍ୟାନ ମୂଲ୍ୟବାନ ଜିନିଷ ଚୋରି କରିନେଇଛନ୍ତି ।

ପୋଲିସ ପ୍ରେମୀଯୁଗଳଙ୍କୁ ଠାବ କରିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.