ପ୍ରେମ କରୁଥିବା ଲୋକଙ୍କ ପାଇଁ ବିପଦଜନକ ଏହି ମନ୍ଦିର : ଭୁଲରେ ବି ଯାଆନ୍ତୁ ନାହିଁ

Published By : Prameya-News7 Bureau | March 24, 2019 IST

ସାହାରନପୁର ୨୪/୩: ପ୍ରେମ କରୁଥିବା ଲୋକେ ନିଜ ଭଲ ପାଇବା ଯେପରି ଆହୁରି ବଢ଼ିବ ସେଥିପାଇଁ ମନ୍ଦିରକୁ ଯାଇ ଭଗବାନଙ୍କୁ ପୂଜା କରିଥାଆନ୍ତି। କିନ୍ତୁ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭଗବାନ ପ୍ରେମ କରୁଥିବା ବ୍ୟକ୍ତିଙ୍କ ମନରୁ ପ୍ରେମ ଶବ୍ଦ ହଟାଇ ଦେଇଥାଆନ୍ତି।

ଉତ୍ତରପ୍ରଦେଶର ସାହାରନପୁରରେ ଥିବା ହନୁମାନ ମନ୍ଦିର ଏକ ଏପରି ମନ୍ଦିର ଯେଉଁଠା​‌କୁ ପ୍ରେମୀଯୁଗଳ ଭୁଲରେ ମଧ୍ୟ ଯାଆନ୍ତି ନାହିଁ। କାରଣ ଏହି ମନ୍ଦିରରେ ପ୍ରେମର ଚିକିତ୍ସା ହୋଇଥାଏ। ୮ବର୍ଷ ପୂର୍ବରୁ ରାଜସ୍ଥାନର ବାଲାଜୀ ନିକଟରେ ନିର୍ମିତ ହୋଇଥିବା ଏହି ମନ୍ଦିରକୁ ଲୋକେ ନିଜ ପରିବାର ଲୋକଙ୍କ ମନରେ ଘାରିଥିବା ପ୍ରେମ ନିଶାକୁ ଦୂର କରିବା ପାଇଁ ଏଠାକୁ ଆସିଥାଆନ୍ତି। ଏଥିପାଇଁ କୈାଣସି ଏକ ବିଶେଷ ଦିନରେ ପୂଜା କରାଯାଇଥାଏ।

ପ୍ରତି ଶନିବାର ଏବଂ ମଙ୍ଗଳବାର ପୂଜା ପରେ ମନ୍ଦିରର ପୂଜାରୀ ପ୍ରେମ କରୁଥିବା ବ୍ୟକ୍ତିର ପରିବାର ଲୋକଙ୍କୁ କେତେକ ଉପାୟ କହିଥାଆନ୍ତି। କୁହାଯାଏ ଏହି ଉପାୟଗୁଡ଼ିକୁ ଅବଲମ୍ବନ କଲେ ପ୍ରେମ ନିଶା ଛୁ ହୋଇଯାଇଥାଏ। ପ୍ରେମୀ ଯୁଗଳ ଏହି ମନ୍ଦିରକୁ ଯିବାକୁ ଅମଙ୍ଗ ହୋଇଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.