ମାଉସୀ - ପୁତୁରାଙ୍କ ପ୍ରେମ କାହାଣୀର ଦୁଃଖଦ ଅନ୍ତ; ଲୁମ୍ବିନି ବିହାରରୁ ଯୁଗଳବନ୍ଦୀ ମୃତଦେହ ଉଦ୍ଧାର

Published By : Prameya-News7 Bureau | October 05, 2018 IST

ଭୁବନେଶ୍ୱର ୫/୧୦ : ଭୁବନେଶ୍ୱର ଲୁମ୍ବିନି ବିହାରରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରିଛି ଚନ୍ଦ୍ରଶେଖରପୁର ପୋଲିସ | ଲୁମ୍ବିନି ବିହାରର ଏକ ଅର୍ଦ୍ଧ ନିର୍ମିତ ଘରୁ ଏମାନଙ୍କ ଝୁଲୁଥିବା ମୃତଦେହ ଉଦ୍ଧାର ହୋଇଛି | ଏମାନେ ଗତକାଲିଠାରୁ ଏହି ଘରେ ରହୁଥିଲେ | ସାହିପଡିଶାଠୁ ଖବର ପାଇ ପୋଲିସ ମୃତଦେହକୁ ଜବତ କରିଛି | ଏମାନଙ୍କ ଘର ମୟୁରଭଞ୍ଜ ଜିଲ୍ଲାର କୁରେକୁଟୀ ବୋଲି ଜଣାପଡିଛି | ସମ୍ପର୍କର ଏମାନେ ମାଉସୀ ପୁତୁରା | ୧୮ ବର୍ଷ ବୟସ୍କା ମାଉସୀର ନାଁ ଜ୍ୟୋସ୍ନା ମହାଳିକ ଏବଂ ୧୯ ବର୍ଷ ବୟସ୍କ ପୁତୁରାର ବୟସ ଉମେଶ ମହାଳିକ | ମାଉସୀ ସହିତ ପ୍ରେମ ସଂର୍ପକକୁ ଉମେଶ ମହାଳିକ ପରିବାର ଲୋକ ଗ୍ରହଣ କରୁନଥିଲେ | ଫଳରେ ଏମାନେ ଘର ଛାଡି ଗତକାଲି ଆସି ଭୁବନେଶ୍ୱର ଲୁମ୍ବିନି ବିହାର ଅଂଚଳରେ ରହିଥିଲେ | ଉଭୟ ଯୁକ୍ତ ଦୁଇର ଛାତ୍ରଛାତ୍ରୀ ଥିଲେ ବୋଲି ଜଣାପଡିଛି | ଭୁବନେଶ୍ୱର ଆସିବା ପରେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଜଣା ପଡ଼ିନାହିଁ | ମୃତ ଉମେଶ ମହାଳିକଙ୍କ ପିତା ଆସି ପହଂଚିଛନ୍ତି | ଏ ଦୁଇ ଜଣଙ୍କ ସମ୍ପର୍କକୁ ଗାଁ ଲୋକେ ଗ୍ରହଣ କରୁନଥିବାରୁ ସେମାନେ ଗତକାଲି ଘର ଛାଡି ପଳେଇ ଆସିଥିଲେ ବୋଲି କହିଛନ୍ତି | କୁଆଡେ ଗଲେ ବୋଲି ଖୋଜାଖୋଜି କରାଯାଉଥିବା ବେଳେ ଆଜି ଆତ୍ମହତ୍ୟା କରିଥିବା ଖବର ପହଞ୍ଚିଥିଲା ବୋଲି ଉମେଶ ମହାଳିକର ବାପା କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.