ପ୍ରେମୀଯୁଗଳଙ୍କୁ ମଦ ପିଆଇ ଲଭ କମାଣ୍ଡୋ ନାମକ ଏନଜିଓ କରୁଥିଲା ଏଭଳି ଖରାପ କାମ, ସୁରକ୍ଷା ଦେବା ନାଁରେ କରୁଥିଲା ଯୌନ ଶୋଷଣ

Published By : Prameya-News7 Bureau | January 31, 2019 IST

ନୂଆଦିଲ୍ଲୀ ୩୧/୧- ପ୍ରେମୀଙ୍କୁ ସୁରକ୍ଷା ଦେବା ନାଁରେ  ଲଭ କମାଣ୍ଡୋ ନାମକ ଦିଲ୍ଲୀର ଏକ ଏନଜିଓ   କରିଛି ଯୌନଶୋଷଣ । ପ୍ରେମପାଇଁ ଘରଛାଡ଼ିଥିବା ଏହି ଏନଜିଓ ସୁରକ୍ଷା ଦେଵା ବଦଳରେ ପ୍ରେମୀଯୁବଳଙ୍କୁ ମଦ ପିଆଇ ଖରାପ କାମ କରିବା କଥା ଆସିଛି ଚର୍ଚ୍ଚାକୁ । ଏହି ଘଟଣାର ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରିଛି ପୋଲିସ ।

ଦିଲ୍ଲୀର ଲଭ କମାଣ୍ଡୋ ନାମକ ଏନଜିଓ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଘର ଛାଡ଼ୁଥିବା ପ୍ରେମୀଙ୍କୁ ସୁରକ୍ଷା ଦେବା ନାଁରେ  ମାଲିକ କରୁଥିଲା ଯୌନଶୋଷଣ । ଅସହାୟ ପଡ଼ିଥିବା ପ୍ରେମୀଯୁଗଳଙ୍କୁ ଆଶ୍ରୟଦେବା ନାଁରେ ଅକଥନୀୟ ଅତ୍ୟାଚାର କରୁଥିବା ଘଟଣା ପଦାକୁ ଆସିଛି । ଲଭ କମାଣ୍ଡୋର ମୁଖ୍ୟ ସଂଜୟ ସଚଦେବଙ୍କୁ ଏହି ଘଟଣାର ଗିରଫ କରିଛି ପୋଲିସ ।

ପହାଡ଼ଗଂଜ ୩ ନମ୍ବର ଗଳିରେ ଥିବା ଚୁନାମଣ୍ଡି ଅଂଚଳରେ ଥିବା ଏହି ସଂସ୍ଥାରୁ କିଛି ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି ପୋଲିସ  । ସେମାନଙ୍କୁ ଉଦ୍ଧାର କରିବାପରେ ଏହି ସଂଗଠନ ବାବଦରେ ଦେଇଛନ୍ତି ବିସ୍ଫୋରକ ବୟାନ ।

ଏହି ସଂସ୍ଥାରେ ଖାଇବାକୁ, ରହିବାକୁ ନିମ୍ନମାନର ବୋଲି ଅଭିଯୋଗ ଆଣିଛନ୍ତି । ସେମାନଙ୍କୁ ବିଭିନ୍ନ କାମଧନ୍ଦାରେ ଲଗାଇବା ସହ ଅତ୍ୟାଚାର କରୁଥିବା କଥା କହିଛନ୍ତି । ସେମାନଙ୍କ ରୁମ୍ ସହିତ ସଂସ୍ଥାର ମୁଖ୍ୟଙ୍କ ରୁମ୍ ସଂଯୋଗ ଥିବା କଥା ମଧ୍ୟ କହିଛନ୍ତି । ମାଲିକ ସଂଜୟ ଯୁବତୀମାନଙ୍କୁ ଅନୈତିକ ସଂପର୍କ ରଖିବାକୁ ବାଧ୍ୟ କରନ୍ତି ବୋଲି ଥାନାରେ ଅଭିଯୋଗ ଆଣିଛନ୍ତି ଉଦ୍ଧାର ହୋଇଥିବା ପ୍ରେମୀଯୁଗଳ ।

ଏହି ସଂସ୍ଥାର ମାଲିକ ପ୍ରେମୀ ଯୁଗଳଙ୍କୁ ବନ୍ଧକ ରଖି ବିଭିନ୍ନ ଖରାପକାମରେ ନିୟୋଜିତ କରୁଥିବା କଥା ଉଦ୍ଧାର ହୋଇଥିବା କିଛି ଯୁବତୀ ଅଭିଯୋଗ ଆଣିଛନ୍ତି । ସେମାନଙ୍କୁ ରାତିରେ ମଦ ପିଆଇ, ସେମାନଙ୍କର ଅଶ୍ଳୀଳ ଭିଡ଼ିଓ ସୁଟିଂ କରିବା ଓ ସେସବୁକୁ ସୋସିଆଲ ମିଡ଼ିଆରେ ଛାଡ଼ିଦେବାକୁ କହି ବ୍ଲାକମେଲ କରିବା ଭଳି ଘଟଣା ସାମନାକୁ ଆସିଛି ।

ସଂସ୍ଥାର ମୁଖ୍ୟ ସଂଜୟ ସଚଦେବଙ୍କୁ ଗିରଫ କରିବା ସହ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ପୋଲିସ ହାତରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.