Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

‘ଲଭ କମାଣ୍ଡୋ’ ସେଲଟର ହୋମରେ କଏଦ ୪ପ୍ରେମୀ ଯୁଗଳଙ୍କୁ ମୁକ୍ତ କଲା ମହିଳା ଆୟୋଗ; ସେଲଟର ହୋମ ମାଲିକ ଗିରଫ, ଶୁଣନ୍ତୁ ଏହି ପ୍ରେମୀ ଯୁଗଳଙ୍କ ଦୁଃଖ କାହାଣୀ

31/01/2019 at 12:47 PM

ଦିଲ୍ଲୀ ୩୧/୧ : ଅନର କିଲିଙ୍ଗ ଡର ଏବଂ ସୁରକ୍ଷା ଦେଉଥିବା ଲଭ କମାଣ୍ଡୋଙ୍କ ଉପରେ ଭରସା କରି ଅନେକ ପ୍ରେମୀ ଯୁଗଳଙ୍କ ଜୀବନ ନର୍କ ହୋଇଯାଇଛି | ବାପା ମା’ଙ୍କ ଡରରେ ଦିଲ୍ଲୀର ସେଲଟର ହୋମରେ ଆଶ୍ରୟ ନେଇଥିବା ଏହି ପ୍ରେମୀ ଯୁଗଳ ବୟାନ କରିଛନ୍ତି ନିଜ କାହାଣୀ, ଯାହାକୁ ଶୁଣି ଆପଣ ମଧ୍ୟ ଶିହରି ଉଠିବେ |


ଦିଲ୍ଲୀର ପାହାଡଗଂଜ ସେଲଟର ହୋମରୁ ଦିଲ୍ଲୀର ମହିଳା ଆୟୋଗ ଦ୍ୱାରା ମୁକ୍ତ ହୋଇଥିବା ୪ ପ୍ରେମୀ ଯୁଗଳ ‘ଲଭ କମାଣ୍ଡୋ’ର ଯେଉଁ କାହାଣୀ ଶୁଣାଇଛନ୍ତି ତାକୁ ଶୁଣି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ସେମାନେ କହିଛନ୍ତି ଯେ, ଲଭ କମାଣ୍ଡୋ ସେମାନଙ୍କୁ ମାରପିଟ କରୁଥିଲେ | ସେମାନଙ୍କୁ ଗାଳିଗୁଲଜ କରିବା, ଜୋର ଜବରଦସ୍ତ ମଦ ପିଆଇବା ଏବଂ ଯୁବତୀମାନଙ୍କ ସହ ଦୁର୍ବ୍ୟବହାର କରୁଥିଲେ ଲଭ କମାଣ୍ଡୋ | ଏହାଛଡା ଏହି କମାଣ୍ଡୋ ପ୍ରେମୀ ଯୁଗଳଙ୍କ ଜରୁରୀ କାଗଜପତ୍ର ମଧ୍ୟ ଜବତ କରିନେଇଥିଲେ |


ଜାନୁଆରୀ ୨୮ ତାରିଖରେ ଜଣେ ଯୁବତୀ ଏନେଇ ମହିଳା ଆୟୋଗରେ ଅଭିଯୋଗ କରିଥିଲେ | ଯୁବତୀଙ୍କ ଅଭିଯୋଗ ପରେ ମହିଳା ଆୟୋଗ ସଦସ୍ୟ କିରଣ ନେଗୀ ନିଜ ଟିମ ସହ ମଙ୍ଗଳବାର ରାତିରେ ଲଭ କମାଣ୍ଡୋର ପାହାଡଗଂଜ ସ୍ଥିତ ସେଲଟର ହୋମ ପରିଦର୍ଶନ କରିଥିଲେ | ଏହାପରେ ଅଭିଯୋଗକାରୀ ଯୁବତୀ ଅନ୍ୟ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଥିଲା | ଜାନୁଆରୀ ୨୯ ତାରିଖ ଦିନ ମହିଳା ଆୟୋଗ ମୁଖ୍ୟ ସ୍ଵାତି ଜୟହିନ୍ଦଙ୍କ ନେତୃତ୍ୱରେ ଏକ ଟିମ ଅଚାନକ ଏହି ସେଲଟର ହୋମରେ ପହଂଚିଥିଲେ | ସ୍ଵାତି କହିଥିଲେ ଯେ, ପ୍ରେମୀ ଯୁଗଳଙ୍କ ଅଭିଯୋଗ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଏନଜିଓର ମାଲିକ ସଞ୍ଜୟ ସଚଦେବ ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦେବା ନାଁରେ ବେଆଇନ ତରିକାରେ ତାଙ୍କ ଠାରୁ ଅର୍ଆଥ ଦାୟ କରୁଥିଲେ ଏବଂ ସେମାନଙ୍କୁ କଏଦ କରି ରଖୁଥିଲେ |


ମହିଳା ଆୟୋଗଙ୍କ କହିବାନୁଯାୟୀ, ସେମାନେ ଯେତେବେଳେ ସେଲଟର ହୋମରେ ପହଂଚିଥିଲେ ସେତେବେଳେ ସେଲଟର ହୋମରେ ୪ ପ୍ରେମୀ ଯୁଗଳ ଥିଲେ | ଏହି ୪ ପ୍ରେମୀ ଯୁଗଳ ନିଜ ପରିବାର ଲୋକଙ୍କ ବାରଣ ସତ୍ତ୍ବେ ଅଲଗା ଜାତିରେ ବିବାହ କରିଥିଲେ | ସ୍ଵାତି କହିଛନ୍ତି ଯେ, ପ୍ରେମୀ ଯୁଗଳ ଅଭିଯୋଗ କରିଥିଲେ ଯେ, ଏନଜିଓର ମାଲିକ ସବୁବେଳେ ମଦ ପିଇ ଆସିଥାଏ ଏବଂ ଯୁବତୀମାନଙ୍କ ସହ ଦୁର୍ବ୍ୟବହାର କରିଥାଏ | ଏହାସହ ଯୁବକମାନଙ୍କୁ ଜୋର ଜବରଦସ୍ତ ମଦ ପିଆଇଥାଏ | ଏମାନଙ୍କୁ ସେଲଟର ହୋମରେ ବନ୍ଦ କରି ରଖାଯାଉଥିଲା ଏବଂ ତାଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ | କିଏ ଅସୁସ୍ଥ ହେଲେ ମଧ୍ୟ ତାଙ୍କୁ ଡାକ୍ତର ପାଖକୁ ନିଆଯାଉନଥିଲା | ପ୍ରେମୀ ଯୁଗଳ ଆହୁରି ଅଭିଯୋଗ କରିଛନ୍ତି ଯେ, ସେଲଟର ହୋମରେ କୌଣସି ମହିଳା କର୍ମଚାରୀ ନଥିଲେ | ଯୁବତୀମାନଙ୍କ ସବୁ ଜିନିଷ ପତ୍ରର ଯାଞ୍ଚ ମଧ୍ୟ ପୁରୁଷ କର୍ମଚାରୀ କରୁଥିଲେ |


ସେଲଟର ହୋମରେ ଦୁଇଟି ଛୋଟ ଛୋଟ କୋଠରୀ ଥିଲା | ଏହି ଦୁଇଟି କୋଠରୀରେ ସମସ୍ତେ ରହୁଥିଲେ | ଯୁବତୀଙ୍କ କୋଠରୀ ଏନଜିଓର ମାଲିକଙ୍କ କୋଠରୀ ପାଖରେ ରହିଥିଲା | ଯୁବତୀମାନଙ୍କୁ ବାଥରୁମ ଏବଂ ରୋଷେଇ ଘରକୁ ଯିବା ପାଇଁ ମାଲିକର କୋଠରୀ ଦେଇ ଯିବାକୁ ପଡୁଥିଲା | ସେଠାରେ ରହୁଥିବା ପ୍ରେମୀ ଦମ୍ପତ୍ତିଙ୍କୁ ସେଲଟର ହୋମର ସମସ୍ତ କାମ କରିବାକୁ ପଡୁଥିଲା | ଏପରିକି ଏନଜିଓର ଷ୍ଟାଫଙ୍କ ଗୋଡ ହାତ ମଧ୍ୟ ମସାଜ କରୁଥିଲେ | ଜଣେ ଯୁବତୀ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପା ମା’ ଯେଉଁ ଟଙ୍କା ପଠାଉଥିଲେ ସେହି ଟଙ୍କା ମଧ୍ୟ ଏନଜିଓ ମାଲିକ ରଖିଦେଉଥିଲା | ସେଥିରୁ ଅଳ୍ପ କିଛି ଟଙ୍କା ତାଙ୍କୁ ଦେଉଥିଲା | ଏମିତିକି ସେଠାରେ ରହୁଥିବା ଦମ୍ପତ୍ତିଙ୍କ କୌଣସି ଲିଖିତ ରେକର୍ଡ ମଧ୍ୟ ନଥିଲା |


ମହିଳା ଆୟୋଗ ମୁଖ୍ୟ ସ୍ଵାତି କହିଛନ୍ତି ଯେ, ଯୁବକ ଯୁବତୀଙ୍କୁ ଅନର କିଲିଙ୍ଗ ଡର ରହୁଥିଲା | ଅନର କିଲିଙ୍ଗ ଡରରେ ଏମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ | ଏନଜିଓ ଏହି ଯୁବକ ଯୁବତୀଙ୍କୁ ସହାୟତା କରିବା ନାଁରେ ତାଙ୍କର ଶୋଷଣ କରୁଥିଲା | ଏହା ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ସ୍ଵାତି | ମଙ୍ଗଳବାର ଦିନ ସ୍ଵାତି ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟର ଡିସିପି ଏମ.ଏସ ରନ୍ଧାବାଙ୍କ ସହ ଯୋଗାଯୋଗ କରିଥିଲେ, ଡିସିପି ତୁରନ୍ତ ଘଟଣାସ୍ଥଳକୁ ଏକ ପୋଲିସ ଟିମ ପଠାଇଥିଲେ ଏବଂ ସମସ୍ତଙ୍କୁ ସେଲଟର ହୋମରୁ ମୁକ୍ତ କରିଥିଲେ | ପୋଲିସ ସୂଚନା ଅନୁଯାୟୀ, ସମସ୍ତଙ୍କ ବୟସ ୨୫ ବର୍ଷରୁ କମ ହେବ |

   Related Posts