Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଲକ୍ ଡାଉନ୍ ଉଲଂଘନ କଲେ ପ୍ରେମୀ ଯୁଗଳ, କାର୍ ଭିତରେ ଥିବାବେଳେ ଧରିଲା ପୋଲିସ

22/04/2020 at 10:56 AM

ଅହମ୍ମଦାବାଦ ୨୨।୪: ଦେଶରେ କରୋନା ଭାଇରସ୍ ସଙ୍କଟର ମୁକାବିଲା ପାଇଁ ଲକ୍ ଡାଉନ୍ ବଳବତ୍ତର ରହିଛି। ଲକ୍ ଡାଉନ୍ ସମୟରେ ଲୋକଙ୍କୁ ଘରେ ରହିବାକୁ ଏବଂ ସାମାଜିକ ଦୂରତା ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କିଛି ଲୋକ ଏହାକୁ ପାଳନ କରୁନାହାଁନ୍ତି। ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ପ୍ରେମୀ ଯୁଗଳ ଲକ୍ ଡାଉନ୍ ଉଲ୍ଲଂଘନ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗୁଜୁରାଟ ଅହମ୍ମଦାବାଦର ଭାସ୍ତ୍ରାପୁରରେ ଏଭଳି ଘଟଣା ଘଟିଛି । ପ୍ରେମୀ ଯୁଗଳ ଏକ କାର୍ ଭିତରେ ଥିବାବେଳେ ପୋଲିସ ସେମାନଙ୍କୁ ଧରିଛି । ଯେତେବେଳେ ପୋଲିସ ଉଭୟଙ୍କୁ ପଚରାଉଚରା କରିଥିଲା ସେତେବେଲେ ଜାଣିବାକୁ ପାଇଥିଲା ​​ଯେ ୩୦ ବର୍ଷ ବୟସ୍କ ବିବାହିତ ବ୍ୟକ୍ତି ଅନଲାଇନରେ ସ୍ନାକ୍ସ ବ୍ୟବସାୟ କରନ୍ତି। ସେହିଭଳି ୪୦ ବର୍ଷ ବୟସ୍କା ମହିଳା ଛାଡପତ୍ର ପାଇଥିଲେ । ଦୁହେଁ କିଛି ଦିନ ହେବ ପରସ୍ପରକୁ ଭଲ ପାଉଥିଲେ । ଲକ୍ ଡାଉନ୍ ଯୋଗୁଁ ଉଭୟ ପ୍ରେମୀଯୁଗଳ ପରସ୍ପରକୁ ଭେଟି ପାରୁନଥିଲେ । ତେଣୁ ଉଭୟ ସାକ୍ଷାତ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପୋଲିସ ସେମାନଙ୍କୁ ଧରିଦେଇଥିଲା।

ଯେତେବେଳେ ଭାସ୍ତ୍ରାପୁର ପୋଲିସ ପ୍ରେମୀ ଯୁଗଳଙ୍କୁ ଧରିଥିଲା ସେତେବେଳେ ସେମାନେ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ଦେଖାଯାଇଥିଲା। ପୋଲିସ ନିକଟରୁ ନିଜକୁ ବଞ୍ଚାଇବାକୁ ଯାଇ ଏହି ପ୍ରେମୀଯୁଗଳ କହିଥିଲେ ଯେ ସେମାନେ କୁକୁରକୁ ଖାଇବାକୁ ଦେବା ପାଇଁ ଆସିଛନ୍ତି। ମାତ୍ର ପୋଲିସ ସେମାନଙ୍କ କଥା ଶୁଣିନଥିଲା । ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି ।

   Related Posts