ପ୍ରେମରେ ବ୍ରେକ ନାହିଁ, ଖଟିକୁ ଲଗାମ୍ ନାହିଁ : ଲକ୍ଡ଼ାଉନ୍‌ରେ ଶିଖରଚଣ୍ଡୀରେ ଲଭ୍‌ବାର୍ଡଙ୍କ ଭିଡ, ଏୟାରପୋର୍ଟ ପଛ ରାସ୍ତାରେ ଜମୁଛି ଖଟି

Published By : Prameya-News7 Bureau | June 16, 2020 IST

ଭୁବନେଶ୍ୱର ୧୫ ।୦୬: ଲଗାତାର ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ ପାଇଁ ଏକତ୍ର ହେବାରେ ଲାଗିଥିଲା ପ୍ରତିବନ୍ଧକ । ତେଣୁ ପ୍ରେମୀଯୁଗଳ ଏଇ ସମୟ ମଧ୍ୟରେ ଦୁଃଖ ଓ ଅବସାଦ ମଧ୍ୟରେ କାଳ କାଟୁଥିଲେ । କରୋନା କଟକଣା କାରଣରୁ ବହୁ ଦିନଧରି ଭେଟ ହୋଇ ନାହିଁ । ଲକ୍‌ ଡାଉନରେ ଯେମିତି ସାମାନ୍ୟ କୋହଳ ହୋଇଛି। ଏବେ ସେମାନଙ୍କ ଉପରେ ଆଉ କାହାର ଲଗାମ୍‌ ନାହିଁ । ଏହାର ପ୍ରମାଣ ଦେଖିବାକୁ ମିଳିଛି ରାଜଧାନୀର କିଛି ସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀମାନଙ୍କରେ । ଯେପରିକି  ଶିଖରଚଣ୍ଡୀ ପାହାଡ଼ ଓ ନୂଆ ଜାଗମରା ରୋଡ୍‌ରୁ ସିଟି ୱମେନ୍ସ କଲେଜ ଆଡ଼କୁ ଯିବା ରାସ୍ତାରେ ଦେଖିବାକୁ ମିଳିଛି । ଯେମିକି କି ଲକ୍‌ଡାଉନ୍‌ ସମସ୍ତଙ୍କୁ ବାନ୍ଧି ରଖିଥିଲା । ଯେମିତି ଲକ୍‌ଡାଉନ୍‌କୁ କୋହଳ କରାଯାଇଛି । ସେମିତି ଏହିସବୁ ସ୍ଥାନରେ ପ୍ରେମୀଯୁଗଳଙ୍କ ଭିଡ ଦେଖିବାକୁ ମିଳିଛି ।

ପରସ୍ପର ସହିତ ଟିକିଏ ସମୟ ବିତାଇବା ପାଇଁ ଏବେ ଶିଖରଚଣ୍ଡୀ ମୁଣ୍ଡିଆକୁ ଏକାନ୍ତ ସ୍ଥାନ ଭାବେ ବାଛି ନେଇଛନ୍ତି ଏମାନେ । ସକାଳ ଠାରୁ ସନ୍ଧ୍ୟା ଯାଏ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼ । ମୁଣ୍ଡିଆ ଉପରେ ଆଡ୍ଡା ଜମାଉଛନ୍ତି । ନା ରହୁଛି ସାମାଜିକ ଦୂରତା, ନା ମାନୁଛନ୍ତି କରୋନା କଟକଣା । ମୁଣ୍ଡିଆ ଉପରେ ଅସଂଯତ ଅବସ୍ଥାରେ ମଧ୍ୟ ବସି ରହୁଛନ୍ତି । ମୁଣ୍ଡିଆର ଘଞ୍ଚ ଜଙ୍ଗଲ ଭିତରେ ମଧ୍ୟ ଯୋଡ଼ିଯୋଡ଼ି ପୁଅ ଝିଅଙ୍କୁ ଦେଖିବାକୁ ମିଳୁଛି । ପୁଲିସ କିମ୍ବା କୌଣସି ପ୍ରଶାସନିକ କଟକଣା ରହୁନଥିବାରୁ ସେମାନେ ଖୋଲାଖୋଲି ଭାବେ ମିଳାମିଶା କରୁଛନ୍ତି । କିଛି ଯୁବପିଢ଼ି ଏଠାରେ କାର୍‌ ପାର୍କ କରି ତା ଭିତରେ ଆଳାପ କରୁଛନ୍ତି । ପୁଲିସ ପିସିଆର ଆସୁଛି ସେମାନଙ୍କୁ ତାଗିଦ୍‌ କରୁଛି । ହେଲେ କିଛି ଫଳ ମିଳୁନି । ସେଇବାଟ ଦେଇ ଯିବା ଆସିବା କରିବା ଲୋକେ ନିଜକୁ ଅସହଜ ମନେ କରୁଛନ୍ତି । ଏହି ସୁଯୋଗରେ ଏବେ ସେଠାରେ ମାତିଛନ୍ତି ଅସମାଜିକ ଯୁବକ । ସେଠାରେ ନିଶା ଦ୍ରବ୍ୟ ସେବନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ।

ସେହିପରି ଭୁବନେଶ୍ୱର ଶହେ ଫୁଟିଆ ନୂଆ ଜାଗମରା ରୋଡ୍‌ରୁ ସିଟି ୱମେନ୍ସ କଲେଜ ଆଡ଼କୁ ଗଲେ ଏୟାରପୋର୍ଟ ପଛପଟ ପାଚେରି ପାଖରେ ଦେଖିବାକୁ ମିଳୁଛି ପ୍ରବଳ ଗହଳି । ଯୁବପିଢ଼ି ଚିତ୍ତ ବିନୋଦନ ପାଇଁ ଏଠାରେ ଖଟି ଜମାଉଛନ୍ତି । ଲାଗୁଛି ଯେମିତି କରୋନା ଭୟ ସେମାନଙ୍କ ମନରୁ ଦୂରେଇ ଯାଇଛି । ରାସ୍ତା ପାଶ୍ୱର୍ରେ ଗାଡ଼ି ପାର୍କ କରି ଏମିତି ଗହଳି ଜମାଉଛନ୍ତି, ସତେ ଯେମିତି କୌଣସି ଯାନିଯାତ୍ରାର ଭ୍ରମ ସୃଷ୍ଟି କରୁଛି । ବିମାନବନ୍ଦର ପଛପଟ ଓୟୁଏଟିର ପାଚେରି ଉପରେ ବସି ସେଲ୍‌ଫି ନେଉଛନ୍ତି । ଦେହକୁ ଦେ ଲଗାଲଗି ହୋଇ ଟିକ୍‌ଟକ୍‌ ଭିଡିଓ ସୁଟ୍‌ କରୁଛନ୍ତି । ଏସବୁ ଦେଖିବା ପରେ ଲାଗୁଛି ଯେମିତି ରାଜଧାନୀବାସୀ କରୋନାକୁ ନେଇ ପୂରା ବେଫିକର । । ଯଦି କେହି ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ କିଏ ବି ଆସନ୍ତି ତେବେ ପରିସ୍ଥିତି କେତେ ଭୟଙ୍କର ହେବ ତାହା ସହଜେ ଅନୁମେୟ । ପୋଲିସ ଖବର ପାଇ ବାରମ୍ବାର ତାଗିଦ କରୁଛି କିନ୍ତୁ ପୋଲିସ ଯିବା ପରେ ପୂର୍ବ ଭଳି ଘଟଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.