Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ପ୍ରେମ ଆଗରେ ହାର୍ ମାନିଲେ ପରିବାର : ଘରୁ ପଳାଇଥିଲେ ପ୍ରେମୀଯୁଗଳ, ଥାନାରେ ହେଲା ବାହାଘର

6/03/2021 at 2:06 PM

ସୋନପୁର ୬।୩: ଥାନା ପରିସରରେ ହେଲା ପ୍ରେମୀଯୁଗଳଙ୍କ ବିବାହ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପରିସରରେ ପୋଲିସ ଉପସ୍ଥିତିରେ ପ୍ରେମୀଯୁଗଳ ବରଣମାଳ ପିନ୍ଧି ଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଚୁପକାଦାଦର ଗାଁର ଧୋବା ପ୍ରଧାନଙ୍କ ପୁଅ ସୁରୁବାବୁ ସେହି ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ଝିଅ ମଞ୍ଜୁଲତାଙ୍କୁ ଦୀର୍ଘ ଦିନ ହେଲା ପ୍ରେମ କରୁଥିଲେ । ହେଲେ ବିବାହ ପ୍ରସ୍ତାବରେ ଉଭୟ ପରିବାର ଅରାଜି ହେଉଥିଲେ ।  ପରେ ପ୍ରେମୀଯୁଗଳ ଘର ଛାଡି ବାହାରକୁ ଚାଲିଯାଇଥିଲେ । ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହା ଫଳରେ ସୁବଳୟା ପୋଲିସ ହସ୍ତକ୍ଷେପ କରି ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିବା ସହ ସୁବଳୟା ଥାନାରେ ବିବାହ କରାଇଛନ୍ତି । ଏହି ବିବାହ ସମୟରେ ଉଭୟ ପରିବାର ସଦସ୍ୟଙ୍କ ସହ, ସମାଜସେବୀ, ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

   Related Posts