Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଅନୁଷ୍କାଙ୍କୁ ପ୍ରେମ ବିବାହ ପୂର୍ବରୁ ଚକୋଲେଟ୍ ବୟ ଥିଲେ ବିରାଟ, ବେଶୀ ଚର୍ଚ୍ଚା ତାଙ୍କର ଏହି ୫ ପୂର୍ବତନ ପ୍ରେମିକାଙ୍କୁ ନେଇ…

30/06/2020 at 4:11 PM

ନୂଆଦିଲ୍ଲୀ, ୩୦|୦୬:   ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍ଠା ଶର୍ମା ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହା ପୂର୍ବରୁ ମଧ୍ୟ ବିରାଟଙ୍କ ନାମକୁ ଅନେକ ଅଭିନେତ୍ରୀ ଓ ମଡେଲଙ୍କ ସହ ଯୋଡା ହୋଇଥିଲା । ଏପରିକି ବିରାଟଙ୍କ ପ୍ରେମ ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହୁଏ । ନିକଟରେ ଇଂଲଣ୍ଡର ପୂର୍ବତନ ଖେଳାଳି ନିକ୍ କମ୍ପଟନ୍ ବିରାଟଙ୍କ ପୂର୍ବତନ ପ୍ରେମିକାଙ୍କ ବାବଦରେ କହିଥିଲେ ।

କୋହଲିଙ୍କ ନାମ ସର୍ବପ୍ରଥମେ ୨୦୦୭ରେ ମିସ୍ ଇଣ୍ଡିଆ ହୋଇଥିବା ସାର୍ ଜେନ୍ ଡିଆସଙ୍କ ଯୋଡା ହୋଇଥିଲା । ୨୦୦୮ରେ ଅଣ୍ଡର ୧୯ ବିଶ୍ୱକପ୍ ଜିତିବା ପରେ ସାରାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା । ଅନେକ ହିନ୍ଦୀ ଓ ତାମିଲ ଫିଲ୍ମରେ କାମ କରିଥିବା ସାରାଙ୍କ ସହ ପରେ ବିରାଟ ବ୍ରେକ୍ ଅପ୍ କରିନେଇଥିଲେ । କିନ୍ତୁ ଉଭୟ କେବେ ବି ନିଜର ପ୍ରେମ ସମ୍ପର୍କକୁ ନେଇ କିଛି କହିନାହାଁନ୍ତି ।

୨୦୧୨ରେ ବିରାଟ ତମନ୍ନା ଭାଚିଆଙ୍କ ସହ ଏକ ବିଜ୍ଞାପନ କରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଗୋଟିଏରୁ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଉଭୟଙ୍କୁ କେବେବି ଏକାଠି ଦେଖିବାକୁ ମିଳିନଥିଲା । ଏକ ସାକ୍ଷାତକାରରେ ତମନ୍ନା ବିରାଟଙ୍କ ସହ କୌଣସି ସମ୍ପର୍କ ନଥିବା କହିଥିଲେ ।

୨୦୧୧ରେ ବିରାଟ ଭାରତୀୟ ଦଳରେ ମୋଷ୍ଟ୍ ଏଲିଜିବଲ୍ ବ୍ୟାଚଲର୍ ଥିଲେ । ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଜଡିତ ଥିଲେ । ଏପରିକି ଅନେକ ପାର୍ଟିରେ କିଛି ମଡେଲଙ୍କ ସଂସ୍ପର୍ଶରେ ମଧ୍ୟା ଆସିଥିଲେ । ଏହା ମଧ୍ୟରୁ ସଞ୍ଜନା ଗଲରାନୀଙ୍କ ସହ ବିରାଟଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ଏକତ୍ର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସଞ୍ଜନା ନିଜେ ବିରାଟଙ୍କୁ ଭଲ ବନ୍ଧୁ କହିବା ସହ ଏହି ଚର୍ଚ୍ଚାକୁ ପ୍ରଶମିତ କରିଥିଲେ ।

ବ୍ରାଜିଲ୍ ମଡେଲ୍ ଇସାବେଲେ ଲୀଟେଙ୍କ ସହ ମଧ୍ୟ ବିରାଟଙ୍କ ନାଁ ଯୋଡାଯାଇଥିଲା । ୨୦୧୩ରେ ଇଜାବେଲେ ଅନେକ ହିନ୍ଦୀ ଓ ତାମିଲ ଫିଲ୍ମରେ କାମ କରିଥିଲେ । ଏପରିକି ଉଭୟ ବିରାଟ ଓ ଇଜାବେଲେଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା । ତେବେ ବିରାଚ ଭାରତରେ ତାଙ୍କର ପ୍ରଥମ ବନ୍ଧୁ ବୋଲି ଇଜାବେଲ୍ କହିଥିଲେ ।

ଇଂଲଣ୍ଡର ମହିଳା କ୍ରିକେଟର ଡାନିଏଲ ଓ୍ୱେଟ୍ ସେହି ସମଯରେ ଚର୍ଚ୍ଚାକୁ ଆସିଲେ ଯେତେବେଳେ ସେ ସାର୍ବଜନୀନ ରୂପରେ ବିରାଟଙ୍କୁ ବିବାହ କରିବେ ବୋଲି ଟ୍ୱିଟରରେ କହିଥିଲେ । ଏହି ସମୟରେ ବିରାଟ ଇଂଲଣ୍ଡ ଗସ୍ତରେ ଭଲ ଖେଳିନଥିଲେ । ଏହି ଗସ୍ତରେ ବିରାଟ ଡାନିଏଲଙ୍କୁ ନିଜର ଏକ ଏମଆରଏଫ ବ୍ୟାଟ୍ ଗିଫ୍ଟ କରିଥିଲେ । କିନ୍ତୁ କିଛି ଦିନର ମିଳାମିଶା ପରେ ସେମାନଙ୍କୁ ଏକାଠି ଆଉ ଦେଖିବାକୁ ମିଳିନଥିଲା ।

   Related Posts