ବିବାହିତ ଯୁବକକୁ ମହଙ୍ଗା ପଡିଲା ଭାଉଜଙ୍କ ସହ ଚୋରା ପୀରତି, ଖୁଣ୍ଟରେ ବାନ୍ଧି ପିଟିଲେ ପରିବାର

Published By : Prameya-News7 Bureau | November 13, 2021 IST

କରଞ୍ଜିଆ, ୧୩/୧୧: ଚୋରା ପୀରତି ପଡିଲା ମହଙ୍ଗା । ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ନିସ୍ତୁକ ଛେଚା ଖାଇବା ସହ ରାତିସାରା ଘର ଖମ୍ବରେ ବନ୍ଧା ହେଲେ ବିବାହିତ ଯୁବକ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଘୋଷାଦା ଗ୍ରାମରେ ।

ଗତକାଲି ବିଳମ୍ବିତ ରାତିରେ ଘୋଷାଦା ଗାଁର ବିବାହିତ ଯୁବକ ସୁବ୍ରତ ବାରିକ ସେହି ଗାଁର ଜଣେ ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ତାଙ୍କ ଘରେ ପଶିଥିବା ବେଳେ ଭାଉଜଙ୍କ ପରିବାର ତାଙ୍କୁ କାବୁ କରିଥିଲେ । ଯୁବକକୁ କାବୁକରି ନିସ୍ତୁକ ଉତ୍ତମ ମଧ୍ୟମ ଦେଲାପରେ ରାତିସାରା ଘର ଖମ୍ବରେ ବାନ୍ଧି ରଖିଥିଲେ । ଆଜି ସକାଳେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଯୁବକକୁ ଉଦ୍ଧାର କରିବା ସହ ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.