'ପ୍ରିୟଙ୍କା ସହ ମୋ ପୁଅର ଥିଲା ପ୍ରେମ ସମ୍ପର୍କ', ଅଭିଯୁକ୍ତର ମା’ କଲେ ଖୁଲାସା

Published By : Prameya-News7 Bureau | July 06, 2021 IST

ଚଣ୍ଡିଖୋଲ ୬।୭: ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା ପଛରେ ରହିଛି ପ୍ରେମ ସଂପର୍କ । ଏଭଳି କହିଛନ୍ତି ଗିରଫ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ଥିଲା। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା । ତେବେ ବିବାହ ପରେ ଜଗନ୍ନାଥଙ୍କ ସହ ସମ୍ପର୍କ ରଖିନଥିଲା ପ୍ରିୟଙ୍କା । ଗତବର୍ଷ ଲକଡାଉନରୁ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ପୁଣି ଏହି ସମ୍ପର୍କରେ ତିକ୍ତତା ଆସିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍‌ ଓ୍ବାନ୍‌ ସ୍ଥିତ ନିଜ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ଥିଲେ । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଥିଲା ।

ହୋସ୍‌ ଆସିବା ପରେ ସତ ମାନିଥିଲା ଅଭିଯୁକ୍ତ । ମର୍ଡର ପରେ ଭିଡିଓ କଲ୍‌ କରିଥିଲା ହତ୍ୟାକାରୀ । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଫିସରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଭିଡିଓ କଲ୍‌ କରିଥିଲା ଅଭିଯୁକ୍ତ ଜଗନ୍ନାଥ । ଭିଡିଓ କଲ୍‌ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନିଜ ପତ୍ନୀକୁ ଦେଖି ଘର ମାଲିକଙ୍କୁ ଫୋନ୍‌ କରିଥିଲେ ମୃତ ମହିଳାଙ୍କ ସ୍ବାମୀ ।  ଘରମାଲିକ ତଳକୁ ଆସି ମହିଳାଙ୍କ କବାଟ ଭିତରପଟୁ ଲକ୍‌ ଥିବା ଦେଖିବାକୁ ପାଇଥିଲେ । ଏହାପରେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମୃତ ମହିଳାଙ୍କ ପାଖରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଫୋନ୍‌ କରିଥିଲେ । 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.