ଅଜାନ ଇସ୍ଲାମ୍ ଲାଗି ଗୁରୁତ୍ୱପୂର୍ଣ୍ଣ, ଲାଉଡ ସ୍ପିକର ନୁହେଁ: ଆଲହାବାଦ ହାଇକୋର୍ଟ

Published By : Prameya-News7 Bureau | May 15, 2020 IST

ଆଲହାବାଦ ୧୫।୫:  ଅଜାନକୁ ନେଇ ଆଲହାବାଦ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଅଜାନକୁ ଇସ୍ଲାମର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି। ତେବେ ଲାଉଡସ୍ପିକରରେ ଅଜାନ ଇସ୍ଲାମର ଅଂଶବିଶେଷ ନୁହେଁ ବୋଲି କୋର୍ଟ କହିବା ଏବେ ମସଜିଦରେ ଲାଉଡ ସ୍ପିକରର ବ୍ୟବହାର ନେଇ ପ୍ରଶ୍ନଚିହ୍ନ ଲଗାଇଛି।

{"id":270397,"width":579,"height":381,"sizeSlug":"large"}

ଗାଜିପୁର ବହୁଜନ ସମାଜ ପାର୍ଟି ସାଂସଦ ଅଫଜାଲ ଅଂଶାରୀ ଅଜାନ ଉପରେ କଟକଣାକୁ ବିରୋଧ କରି କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ହାଇକୋର୍ଟଙ୍କ ବିଚାରପତି ଶଶିକାନ୍ତ ଗୁପ୍ତା ଓ ଜଷ୍ଟିସ୍ ଅଜିତ କୁମାରଙ୍କ ଖଣ୍ଡପୀଠ ଭିଡିଓ କନଫରେନସିଂରେ ମାମଲାର ଶୁଣାଣି କରି ମେ ୫ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। କୋର୍ଟ ଇସ୍ଲାମରେ ଅଜାନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ବୋଲି କହିଥିବା ବେଳେ ମୁଅଜ୍ଜିନ ବିନା ମାଇକ୍‌ରେ ଅଜାନ କରିପାରନ୍ତି ବୋଲି କହିଛନ୍ତି। ଏହା ଛଡା ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍ ବଜାଇବା ଲାଗି ପ୍ରଶାସନ କୌଣସି କ୍ଷେତ୍ରରେ ମଧ୍ୟ ଅନୁମତି ଦିଅନ୍ତି ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି।

{"id":270398,"sizeSlug":"large"}

କୋଭିଡ-୧୯ ସଂକ୍ରମଣ ଗାଇଡ୍ ଲାଇନରେ ଲାଉଡ ସ୍ପିକରରେ ଅଜାନ ନ କରିବାକୁ ଗାଜିପୁର ଜିଲ୍ଲାଧିକାରୀ ମୌଖିକ ନିର୍ଦ୍ଦେଶରେ କହିଥିଲେ। ଏଣୁ ମୁଅଜ୍ଜିନ ଦ୍ୱାରା ଲାଉଡ ସ୍ପିକରରେ ଅଜାନ ଲାଗି ନିର୍ଦ୍ଦେଶ ଦେବାକୁ  ଆବେଦନକାରୀ ଅଫଜାଲ ଅଂଶାରୀ ତାଙ୍କ ଓକିଲ ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ସଲମାନ ଖୁର୍ସିଦ ଓ ବରିଷ୍ଠ ଓକିଲ ୱସିମ ଏ.କାଦରୀଙ୍କ ଜରିଆରେ କୋର୍ଟଙ୍କୁ ନିବେଦନ କରିଥିଲେ। ତେବେ କେବଳ କୋଭିଡ-୧୯ ଜନିତ ସମୟ ନୁହେଁ ସବୁ ସମୟରେ ବିନା ମାଇକ୍, ଲାଉଡସ୍ପିକର ଓ ସେହିଭଳି ଯନ୍ତ୍ରରେ ଅଜାନ ନ କରିବାକୁ କୋର୍ଟ କହିଛନ୍ତି।  

{"id":270399,"width":581,"height":385,"sizeSlug":"large"}

ଗାଜିପୁର ସାଂସଦ ଅଂଶାରୀ ତାଙ୍କ ନିବେଦନରେ ଜିଲ୍ଲାଧିକାରୀ ମୌଖିକ ଆଦେଶରେ ଅଜାନ ଉପରେ କଟକଣା ଲଗାଇଥିବା ଅଭିଯୋଗ କରିଥିଲେ। ଏହା ଧାର୍ମିକ ମୌଳିକ ଅଧିକାରର ଉଲ୍ଲଂଘନ ଦର୍ଶାଇ କୋର୍ଟଙ୍କ ହସ୍ତକ୍ଷେପ ଲୋଡିଥିଲେ। ଏଥିରେ ଲୋକଙ୍କୁ ନମାଜ ସମୟ ଜଣାଇବା ଲାଗି ମାଇକ୍‌ରେ ଅଜାନ ଜରୁରି ବୋଲି କହିଥିଲେ ନିବେଦନକାରୀ। ତେବେ ଖଣ୍ଡପୀଠ ତାଙ୍କ ତର୍କକୁ ଅଗ୍ରାହ୍ୟ କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.