ବ୍ରିଜ୍ ତଳେ ପଡିଛି ବସ୍ତା ବସ୍ତା ସରକାରୀ ଔଷଧ ; ଏତେ ପରିମାଣର ଔଷଧ କେଉଁଠୁ ଆସିଲା ତାକୁ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | February 02, 2019 IST

ନୟାଗଡ ୨|୨: ବ୍ରିଜ୍ ତଳେ ବସ୍ତା ବସ୍ତା ସରକାରୀ ଔଷଧ । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଗୋଛାବାରୀ ନିକଟ ବ୍ରିଜ୍ ତଳେ ବ୍ୟାପକ ପରିମାଣର  ଔଷଧ ପଡିଥିବା ଦେଖିବାକୁ ମିଳିଛି । ମେଡିସିନ୍ ଗୁଡିକରେ ସରକାରୀ ଯୋଗାଣ ଲେଖାଯାଇଛି । 

{"id":80850}

ଅଧିକାଂଶ ମେଡିସିନ୍ ର ଏକ୍ସପାୟାରୀ ଡେଟ୍ ୨୦୧୯ ରହିଥିବା ବେଳେ କିଛି ଏକ୍ସପାରୀ ହୋଇଯାଇଛି । ଏତେ ପରିମାଣର ମେଡିସିନ୍ ପଡିଥିବା ଦେଖି ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଲୋକଙ୍କୁ ମେଡିସିନ୍ ଦିଆନଯାଇ କିଭଳି ଏକ୍ସପାରୀ ହୋଇଯାଉଛି ଏବଂ ସେଗୁଡିକୁ ରାସ୍ତାକଡରେ କିଏ ଫୋପାଡୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

{"id":80851}

ତେବେ ଏସବୁ ମେଡିସିନ୍ ପଡିଥିବା ସ୍ଥାନରୁ ନୂଆଗଡିଆସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାତ୍ର ୫୦୦ମିଟର ଦୂରରେ ରହିଥିବା ବେଳେ ଅଧିକାରୀଙ୍କ ପାଖରେ ଏନେଇ କୌଣସି ଖବର ନଥିବା ଜଣାପଡିଛି । ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ତଦନ୍ତ ପରେ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କହିଛନ୍ତି । 

{"id":80852}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.