ପାକିସ୍ତାନକୁ ଦେଶର ଗୁଇନ୍ଦା ତଥ୍ୟ ଯୋଗାଇବାରେ ସାମିଲ ଅଛନ୍ତି ବହୁ ଭାରତୀୟ ଯୁବତୀ !

Published By : Prameya-News7 Bureau | July 15, 2019 IST

ନୂଆଦିଲ୍ଲୀ୧୫|୭:  ଭାରତର କିଛି କୁଚକ୍ରାନ୍ତକାରୀ ଓ ଦେଶଦ୍ରୋହୀ ଶତ୍ରୁ ଦେଶକୁ ଶକ୍ତିଶାଳୀ କରିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ପ୍ରେରଣ କରୁଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ରବିନ୍ଦ୍ର ଫୌଜିଙ୍କୁ ପଚାର ଉଚାରା ସମୟରେ ବହୁ ସାଙ୍ଘାତିକ ତଥ୍ୟ ସମ୍ନାକୁ ଆସିଛି। ତଦନ୍ତକାରୀ ପୋଲିସର କହିବାନୁଯାୟୀ, ହନିଟ୍ରିପ୍ ମାମଲାର ଛାନଭିନ୍ନ ସମୟରେ ମହମ୍ମଦ ଇଫାନ କ୍ବିରେସୀ ବାବଦରେ କିଛି ତଥ୍ୟ ସମ୍ନାକୁ ଆସିଛି।  ଗିରଫ ହୋଇଥିବା ରବିନ୍ଦ୍ର ଫୌଜି ବିଦେଶୀ ମହିଳାଙ୍କ ସହ ଫୋନ ଯୋଗେ ସଂପର୍କ ରଖୁଥିଲା।

ତଦନ୍ତ ସମୟରେ ମହମ୍ମଦର ଫୋନରୁ ପୋଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଥିଲା। ଫୋନ ଯୋଗେ ବିଭିନ୍ନ ଲୋକଙ୍କ ସହ ସଂପର୍କ ରଖୁଥିଲା ମହମ୍ମଦ। ଏହି ଘଟଣାରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ପୋଲିସ ହାତରେ ଲାଗିଛି। ମହମ୍ମଦ ରହୁଥିବା ଦିଲ୍ଲୀର ଅଜିମା ହୋଟେଲରୁ ତାର ଭିସା ପୋଲିସ ଜବତ କରିଛି। ଏହି ଭିସାରେ ପୃଥକ ନମ୍ବର ରହିବା ସହ ରହୁଥିବା ସ୍ଥାନରେ ଫୋନ ନମ୍ବର ମଧ୍ୟ ଦଳାଇଥିବା ନେଇ ପୋଲିସକୁ ସୂଚନା ମିଳିଛି। ଏହି ନମ୍ବର ଟ୍ରାକ କରିବାରୁ ଏହା ଦିଲ୍ଲୀ ଲୋକେସନ ଦେଖାଉଛି। ମହମ୍ମଦ ୨୦୧୬ରୁ ବିଦେଶୀ ମହିଳା ଏଜେଣ୍ଟ ସହ ଯୋଗାଯୋଗ ରଖୁଥିଲା। ମହମ୍ମଦଙ୍କ ସହ ବିଦେଶୀ ଏଜେଣ୍ଟ ଭାବେ ଅନେକ ବ୍ୟକ୍ତି ମଧ୍ୟ ଜଡ଼ିତ ଥିବା ନେଇ ଜଣାପଡ଼ିଛି । ଏହି ଦେଶଦ୍ରୋହୀଙ୍କ ଠିକଣା ମିଳିଲେ ତାଙ୍କୁ ଗିରଫ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି।

ଏହି ଘଟଣାରେ ଆହୁରି ମଧ୍ୟ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ବିଦେଶୀ ଏଜେଣ୍ଟ ଭାବେ କାର୍ଯ୍ୟ କରିବା ପାଇଁ ଶିକ୍ଷିତ ଯୁବତୀଙ୍କୁ ମଧ୍ୟ ଏଥିରେ ମହମ୍ମଦ ସାମିଲ କରିବାକୁ ଉଦ୍ୟମ କରାୁଥିବା ଘଟଣାକୁ ଏଡାଇଦିଆଯାଇନପରେ ବୋଲି ଦିଲ୍ଲୀ ପୋଲିସ କହିଛି । ଏଥିସହ ମହମ୍ମଦ ବ୍ୟବହାର କରୁଥିବା ଫୋନ ଯାଞ୍ଚ ପରେ ବହୁ ନମ୍ବରକୁ ଟ୍ରାକ କରାଯାଇଛି। ମହିଳା ଏଜେଣ୍ଟଙ୍କ ସହ ବରାବର ସମ୍ପର୍କ ରଖୁଥିଲା ମହମ୍ମଦ। ବିଦେଶୀ ଏଜେଣ୍ଟରେ ଆଉ କେତେ ଜଣ ଅଛନ୍ତି, ଏନେଇ ପୋଲିସ ତଦନ୍ତ  ଜାରି ରଖିବା ସହ ଗୋଟେ ପରେ ଗୋଟେ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.